ଉତ୍ତରପ୍ରଦେଶରେ ଛିଣ୍ଡୁନି ସିଟ୍ ଭାଗବଣ୍ଟା
ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶରେ କଂଗ୍ରେସ ଓ ସମାଜବାଦୀ ପାର୍ଟି ମଧ୍ୟରେ ସିଟ ଭାଗବଣ୍ଟା ନେଇ ଛିଣ୍ଡୁନି ଅଙ୍କ। ସମାଜବାଦୀ ପାର୍ଟି... The post ଉତ୍ତରପ୍ରଦେଶରେ ଛିଣ୍ଡୁନି ସିଟ୍ ଭାଗବଣ୍ଟା appeared first on .
ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶରେ କଂଗ୍ରେସ ଓ ସମାଜବାଦୀ ପାର୍ଟି ମଧ୍ୟରେ ସିଟ ଭାଗବଣ୍ଟା ନେଇ ଛିଣ୍ଡୁନି ଅଙ୍କ। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କଂଗ୍ରେସକୁ ୧୫ ଲୋକସଭା ଆସନ ଦେବକୁ କହିଛନ୍ତି। ଯଦି ୧୫ରୁ ଅଧିକ ଲୋକସଭା ଆସନ କଂଗ୍ରେସ ମାଗେ ତେବେ ଉତ୍ତରପ୍ରଦେଶରେ ଇଣ୍ଡିଆ ମେଣ୍ଟ ସହ ସାମିଲ ହେବନି ସମାଜବାଦୀ ପାର୍ଟି। ଏହାକୁ ନେଇ କଂଗ୍ରେସକୁ ୧୫ ଆସନର ତାଲିକା ଦେଇଛି ସମାଜବାଦୀ ପାର୍ଟି। ଯଦି କଂଗ୍ରେସ ୧୫ ଆସନକୁ ଗ୍ରହଣ କରେ ତେବେ ସମାଜବାଦୀ ପାର୍ଟି ଇଣ୍ଡିଆ ମେଣ୍ଟରରେ ରହିବ। ଯଦି କଂଗ୍ରେସ ଏହି ସିଟ ଭାଗବଣ୍ଟାକୁ ଗ୍ରୀନ ସିଗନାଲ ଦିଏ ତେବେ ଉତ୍ତରପ୍ରଦେଶରେ ଆସନ୍ତା ଶୁକ୍ରବାର କଂଗ୍ରେସ ବରିଷ୍ଠ ନେତା ରାହୁଲ ଗାନ୍ଧିଙ୍କ ସହ ସାମିଲ ହେବେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ। କଂଗ୍ରେସ କୌଣସି ନିଷ୍ପତ୍ତି ନନେଲେ ମେଣ୍ଟରୁ ଦୂରଇ ରହିବେ ଅଖିଳେଶ। ଆସନ୍ତା ଶୁକ୍ରବାରରୁ ଉତ୍ତରପ୍ରଦେଶ ଚନ୍ଦୋଲି ଜିଲ୍ଲାରୁ ଆରମ୍ଭ ହେଉଛି ରାହୁଲଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା। ରାୟବରେଲିରେ ଏହି ଯାତ୍ରାରେ ସାମିଲ ହେବେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ। ରାହୁଲଙ୍କ ଏହି ଯାତ୍ରା ଉତ୍ତରପ୍ରଦେଶରୁ ରାଜସ୍ଥାନ ଅଭିମୁଖେ ଯିବ। ସାଧାରଣ ନିର୍ବାଚନକୁ ଆଉ ମାତ୍ର କମ ସମୟ ରହିଛି। ଏବେବି ବିରୋଧୀ ଇଣ୍ଡିଆ ମେଣ୍ଟର ସିଟ ଭାଗବଣ୍ଟା ନେଇ କୌଣସି ସହମତି ହୋଇପାରିନି। ମେଣ୍ଟରେ ଥିବା ରାଷ୍ଟ୍ରୀୟ ଲୋକ ଦଳ ବଜେପିରେ ସାମିଲ ହେବା ପରେ ପୁଣିଥରେ ୟୁପିରେ ସିଟ ଭାଗବଣ୍ଟା ଗଣିତ ହିସାବ ବିଗିଡି ଯାଇଛି। ଉତ୍ତରପ୍ରଦେଶରେ ମୋଟ ୮୦ ଲୋକସଭା ଆସନ ରହିଛି।
The post ଉତ୍ତରପ୍ରଦେଶରେ ଛିଣ୍ଡୁନି ସିଟ୍ ଭାଗବଣ୍ଟା appeared first on .