ଉତ୍ସବରେ ଅଚାନକ ହାତୀକୁ ଆକ୍ରମଣ କଲା ଆଉ ଏକ ହାତୀ, ସୃଷ୍ଟି ହେଲା ହାହାକାର ପରିସ୍ଥିତି; ଦେଖନ୍ତୁ Video
ତ୍ରିଶୂର: କେରଳର ତ୍ରିଶୂରରେ ଆରାତୁପୁଝାରେ ବେଶ ଆନନ୍ଦ ଉତ୍ସାହର ସହ ଚାଲିଥିଲା ଉତ୍ସବ। କିନ୍ତୁ କେହି ଚିନ୍ତା କରିନଥିଲେ ଯେ କିଛି ସମୟ ପରେ ମେଳାରେ ହାହାକାର ପରିସ୍ଥିତି ସୃଷ୍ଟି ହେବ। ହାତୀଙ୍କୁ ସୁସଜ୍ଜିତ କରାଯାଇ ପରମ୍ପରାର ସହ ଉତ୍ସବ ଚାଲିଥିଲା। ହେଲେ ଅଚାନକ ଗୋଟିଏ ହାତୀ ଅନ୍ୟ ହାତୀ ଉପରେ ଆକ୍ରମଣ କରିଥିଲା। କିଛି ସମୟ ଆୟୋଜନସ୍ଥଳରେ ହାହାକାର ଖେଳି ଯାଇଥିଲା। ଘଟଣାରେ ତିନି ଜଣ ସାମାନ୍ୟ ଆହତ ହୋଇଛନ୍ତି। ଏହି ଘଟଣା ଶନିବାର ରାତି ପ୍ରାୟ ୧୦ଟା ୩୦ରେ ଘଟିଛି। ବିଦାୟ ସମାରୋହ ଚାଲିଥିବା ବେଳେ ଏହି ଘଟଣା ଘଟିଥିଲା।Also read: ମହୁଆ ମୋଇତ୍ରଙ୍କ ବିରୋଧରେ CBIର ବଡ଼ କାର୍ଯ୍ୟାନୁଷ୍ଠାନ, କୋଲକାତା ସମେତ ବିଭିନ୍ନ ଠିକଣାରେ ଚଢଉଉତ୍ସବକୁ ଅଣା ଯାଇଥିବା ଗୋଟିଏ ହାତୀ ଅଚାନକ ଅନ୍ୟ ହାତୀ ଉପରେ ଆକ୍ରମଣ କରିଥିଲା। ଏହି ସମୟରେ ମେଳା ଦେଖିବାକୁ ଆସିଥିବେ ଲୋକେ ଭୟରେ ଏଣେ ତେଣେ ଜୀବନ ବିକଳରେ ଦୌଡ଼ିବାରେ ଲାଗିଥିଲେ। ପୁରା ମେଳାରେ ଭୟର ମାହୋଲ ଖେଳି ଯାଇଥିଲା। ପ୍ରାୟ ଅଧା ଘଣ୍ଟା ପରେ ସୁରକ୍ଷା କର୍ମୀ ରାତି ପ୍ରାୟ ୧୧ଟାରେ ସ୍ଥିତି ନିୟନ୍ତ୍ରଣ କରିଥିଲେ। An elephant brought for the arat ritual at #Mandarakadavu attacked a fellow elephant. The incident happened in Thrissur, Kerala.Credit: X pic.twitter.com/q02LgcLOP8— Sanat Singh (@sanat_design) March 23, 2
ତ୍ରିଶୂର: କେରଳର ତ୍ରିଶୂରରେ ଆରାତୁପୁଝାରେ ବେଶ ଆନନ୍ଦ ଉତ୍ସାହର ସହ ଚାଲିଥିଲା ଉତ୍ସବ। କିନ୍ତୁ କେହି ଚିନ୍ତା କରିନଥିଲେ ଯେ କିଛି ସମୟ ପରେ ମେଳାରେ ହାହାକାର ପରିସ୍ଥିତି ସୃଷ୍ଟି ହେବ। ହାତୀଙ୍କୁ ସୁସଜ୍ଜିତ କରାଯାଇ ପରମ୍ପରାର ସହ ଉତ୍ସବ ଚାଲିଥିଲା। ହେଲେ ଅଚାନକ ଗୋଟିଏ ହାତୀ ଅନ୍ୟ ହାତୀ ଉପରେ ଆକ୍ରମଣ କରିଥିଲା। କିଛି ସମୟ ଆୟୋଜନସ୍ଥଳରେ ହାହାକାର ଖେଳି ଯାଇଥିଲା। ଘଟଣାରେ ତିନି ଜଣ ସାମାନ୍ୟ ଆହତ ହୋଇଛନ୍ତି। ଏହି ଘଟଣା ଶନିବାର ରାତି ପ୍ରାୟ ୧୦ଟା ୩୦ରେ ଘଟିଛି। ବିଦାୟ ସମାରୋହ ଚାଲିଥିବା ବେଳେ ଏହି ଘଟଣା ଘଟିଥିଲା।
Also read: ମହୁଆ ମୋଇତ୍ରଙ୍କ ବିରୋଧରେ CBIର ବଡ଼ କାର୍ଯ୍ୟାନୁଷ୍ଠାନ, କୋଲକାତା ସମେତ ବିଭିନ୍ନ ଠିକଣାରେ ଚଢଉ
ଉତ୍ସବକୁ ଅଣା ଯାଇଥିବା ଗୋଟିଏ ହାତୀ ଅଚାନକ ଅନ୍ୟ ହାତୀ ଉପରେ ଆକ୍ରମଣ କରିଥିଲା। ଏହି ସମୟରେ ମେଳା ଦେଖିବାକୁ ଆସିଥିବେ ଲୋକେ ଭୟରେ ଏଣେ ତେଣେ ଜୀବନ ବିକଳରେ ଦୌଡ଼ିବାରେ ଲାଗିଥିଲେ। ପୁରା ମେଳାରେ ଭୟର ମାହୋଲ ଖେଳି ଯାଇଥିଲା। ପ୍ରାୟ ଅଧା ଘଣ୍ଟା ପରେ ସୁରକ୍ଷା କର୍ମୀ ରାତି ପ୍ରାୟ ୧୧ଟାରେ ସ୍ଥିତି ନିୟନ୍ତ୍ରଣ କରିଥିଲେ।
An elephant brought for the arat ritual at #Mandarakadavu attacked a fellow elephant. The incident happened in Thrissur, Kerala.
Credit: X pic.twitter.com/q02LgcLOP8— Sanat Singh (@sanat_design) March 23, 2024
ସୂଚନାଯୋଗ୍ୟ, କେରଳର ତ୍ରିଶୂର ଜିଲ୍ଲାର ପ୍ରାଚୀନ ଅରାତୁପୁଝା ମନ୍ଦିରରେ ଦେବ ମେଳା ମହୋତ୍ସବ ପ୍ରତିବର୍ଷ ଆୟୋଜିତ ହୁଏ। ଏଠାରେ ପୁରମ ପ୍ରଦର୍ଶନ ହାତୀ ପିଠି ଉପରେ କରାଯାଏ। ପ୍ରତ୍ୟେକ ହାତୀ ଉପରେ ଜଣେ ଦେବତା ପ୍ରତିନିଧିତ୍ଵ କରିଥାନ୍ତି। ଏହି ମନ୍ଦିର ୩୦୦୦ ହଜାର ବର୍ଷ ପୁରୁଣା ହୋଇଥିବା କୁହାଯାଏ। ଅଷ୍ଟମ ଶତାବ୍ଦୀରେ ନିର୍ମିତ ଏହି ମନ୍ଦିରର ନବୀକରଣ କରାଯାଇଛି। କୁହାଯାଏ ଏହି ମନ୍ଦିରର ମୂର୍ତ୍ତିରେ ଶ୍ରୀ ରାମଙ୍କ ଗୁରୁ ବଶିଷ୍ଠଙ୍କ ଦିବ୍ୟ ଆତ୍ମା ନିବାସ କରିଥାଏ।