ମୁମ୍ବାଇର ଡାକ୍ତରଙ୍କୁ କାହିଁକି ଦିଲ୍ ଖୋଲି ପ୍ରଶଂସା କରୁଛି ଚୀନ? ଜାଣନ୍ତୁ ଏହାର କାରଣ
ମୁମ୍ବାଇ୭/୭: ମୁମ୍ବାଇର ଡାକ୍ତର ହିମ୍ମତରାଓ ବାଓସ୍କର । ଦିନେ ବିଷାକ୍ତ ବିଛା ଦଂଶନରୁ ରକ୍ଷା ପାଇବାକୁ ମେଡିସିନ ତିଆରି କରି ଚର୍ଚ୍ଚା ସାଉଁଟି ଥିଲେ । ଲୋକେ ତାଙ୍କୁ ଭୁରି ଭୁରି ପ୍ରଶଂସା କରିବାକୁ ଥକୁନଥିଲେ । ୨୦୨୨ରେ ତାଙ୍କୁ ଏଥିପାଇଁ ପଦ୍ମଶ୍ରୀ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଥିଲା । ଏବେ ପୁଣି ତାଙ୍କୁ ଚର୍ଚ୍ଚାର ଶିରୋନାମାକୁ ଫେରାଇ ଆଣିଛି ଭାରତର ପଡୋଶୀ ଚୀନର ତାଙ୍କୁ ଖୋଲାଖୋଲି ପ୍ରଶଂସା । ମୁମ୍ବାଇ ଠାରୁ ମାତ୍ର ୧୭୦ କିଲୋମିଟର ଦୂର ମହାଡରେ ରହୁଛନ୍ତି ୭୪ ବର୍ଷୀୟ ଡାକ୍ତର ହିମ୍ମତରାଓ । ପ୍ରାୟ ୪୦ ବର୍ଷ ପୂର୍ବରୁ ମହାରାଷ୍ଟ୍ରର ଏହି ଡାକ୍ତର ମାରାତ୍ମକ ବିଛା ଦଂଶନରୁ ରକ୍ଷା ପାଇବାକୁ ଏକ ମେଡିସିନ ତିଆରି କରିଥିଲେ । ଯାହାକୁ ଉଚ୍ଚ ପ୍ରଶଂସା କରାଯାଇଥିଲା । ଆଉ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଏବେ ପୁଣି ଚୀନ ତାଙ୍କୁ ଖୋଲା ଦିଲ୍ରେ ପ୍ରଶଂସା କରିଛି । ଚାଇନାର ସାଇଣ୍ଟିଷ୍ଟମାନେ ଜାଣିବାକୁ ପାଇଛନ୍ତି କି ୧୯୭୦ ଦଶକରେ ବିଛା କାମୁଡିବା ଦ୍ବାରା ପ୍ରାୟ ୪୦ ପ୍ରତିଶତରୁ ଅଧିକ ଲୋକଙ୍କ ଜୀବନ ଯାଉଥିଲା ।୭୦-୮୦ ଦଶକରେ ବିଛା ଦଂଶନରେ ଲୋକଙ୍କ ମୃତ୍ୟୁ ବେଶ ସାଧାରଣ ଥିଲା । କିନ୍ତୁ ଏବେ ହିମ୍ମତରାଓଙ୍କ ମେଡିସିନ ବାହାରିବା ପରେ ମୃତ୍ୟୁ ସଂଖ୍ୟା ବହୁତ କମିଯାଇଛି । ଏଥିରେ ଆହୁରି କୁହାଯାଇଛି ଡାକ୍ତର ବାଓସ୍କର କେବଳ ବିଛା ଦଂଶନକୁ କାଟିବା ପାଇଁ ମେଡିସିନ ବାହାର କରିନାହାନ୍ତି
ମୁମ୍ବାଇ୭/୭: ମୁମ୍ବାଇର ଡାକ୍ତର ହିମ୍ମତରାଓ ବାଓସ୍କର । ଦିନେ ବିଷାକ୍ତ ବିଛା ଦଂଶନରୁ ରକ୍ଷା ପାଇବାକୁ ମେଡିସିନ ତିଆରି କରି ଚର୍ଚ୍ଚା ସାଉଁଟି ଥିଲେ । ଲୋକେ ତାଙ୍କୁ ଭୁରି ଭୁରି ପ୍ରଶଂସା କରିବାକୁ ଥକୁନଥିଲେ । ୨୦୨୨ରେ ତାଙ୍କୁ ଏଥିପାଇଁ ପଦ୍ମଶ୍ରୀ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଥିଲା । ଏବେ ପୁଣି ତାଙ୍କୁ ଚର୍ଚ୍ଚାର ଶିରୋନାମାକୁ ଫେରାଇ ଆଣିଛି ଭାରତର ପଡୋଶୀ ଚୀନର ତାଙ୍କୁ ଖୋଲାଖୋଲି ପ୍ରଶଂସା ।
ମୁମ୍ବାଇ ଠାରୁ ମାତ୍ର ୧୭୦ କିଲୋମିଟର ଦୂର ମହାଡରେ ରହୁଛନ୍ତି ୭୪ ବର୍ଷୀୟ ଡାକ୍ତର ହିମ୍ମତରାଓ । ପ୍ରାୟ ୪୦ ବର୍ଷ ପୂର୍ବରୁ ମହାରାଷ୍ଟ୍ରର ଏହି ଡାକ୍ତର ମାରାତ୍ମକ ବିଛା ଦଂଶନରୁ ରକ୍ଷା ପାଇବାକୁ ଏକ ମେଡିସିନ ତିଆରି କରିଥିଲେ । ଯାହାକୁ ଉଚ୍ଚ ପ୍ରଶଂସା କରାଯାଇଥିଲା । ଆଉ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଏବେ ପୁଣି ଚୀନ ତାଙ୍କୁ ଖୋଲା ଦିଲ୍ରେ ପ୍ରଶଂସା କରିଛି । ଚାଇନାର ସାଇଣ୍ଟିଷ୍ଟମାନେ ଜାଣିବାକୁ ପାଇଛନ୍ତି କି ୧୯୭୦ ଦଶକରେ ବିଛା କାମୁଡିବା ଦ୍ବାରା ପ୍ରାୟ ୪୦ ପ୍ରତିଶତରୁ ଅଧିକ ଲୋକଙ୍କ ଜୀବନ ଯାଉଥିଲା ।୭୦-୮୦ ଦଶକରେ ବିଛା ଦଂଶନରେ ଲୋକଙ୍କ ମୃତ୍ୟୁ ବେଶ ସାଧାରଣ ଥିଲା । କିନ୍ତୁ ଏବେ ହିମ୍ମତରାଓଙ୍କ ମେଡିସିନ ବାହାରିବା ପରେ ମୃତ୍ୟୁ ସଂଖ୍ୟା ବହୁତ କମିଯାଇଛି । ଏଥିରେ ଆହୁରି କୁହାଯାଇଛି ଡାକ୍ତର ବାଓସ୍କର କେବଳ ବିଛା ଦଂଶନକୁ କାଟିବା ପାଇଁ ମେଡିସିନ ବାହାର କରିନାହାନ୍ତି ବରଂ ଏ ସଂପର୍କରେ ଡାକ୍ତରମାନଙ୍କୁ ଶିକ୍ଷା ଦେବାକୁ ଗାଁ ଗାଁ ବୁଲିଛନ୍ତି । ତାଙ୍କର ଚିକିତ୍ସା ପଦ୍ଧତି ଦ୍ବାରା ୧୯୭୦ରେ ହେଉଥିବା ୪୦ ପ୍ରତିଶତ ମୃତ୍ୟୁ ହାରକୁ ୨୦୧୪ରେ ୧ପ୍ରତିଶତକୁ ହ୍ରାସ କରାଇପାରିଛି । ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁସାରେ ଚାଇନାର ସାଇଣ୍ଟିଷ୍ଟ ମାନଙ୍କ ପ୍ରଶଂସା ଶୁଣିବା ପରେ ଡାକ୍ତର ବାଓସ୍କର କହିଛନ୍ତି ମୁଁ ଗର୍ବିତ ଯେ ମୋ ମେଡିସିନକୁ ଚାଇନାର ସାଇଣ୍ଟିଷ୍ଟମାନେ ସ୍ବୀକୃତି ଦେଇଛନ୍ତି । ଏହା ଭାରତ ପାଇଁ ଏକ ବଡ ସଫଳତା ।