ଉଦଘାଟିତ ହେଲା ୭୭ ତମ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ

ବରଗଡ : ଉଦଘାଟିତ ହେଲା ୭୭ ତମ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ । ୧୧ ଦିନ ଧରି ବିଶ୍ବର ସର୍ବବୃହତ ମୁକ୍ତାକାଶ ରଂଗ ମଞ୍ଚରେ ଧନୁଯାତ୍ରା । ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ଏବଂ ବରଗଡ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ।  ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ , ବିଜେପୁର ବିଧାୟକ ସନତ ଗଡତିଆ , ଜିଲ୍ଲାପାଳ ଆଦିତ୍ୟ ଗୋଏଲ , ଏସପି ପ୍ରହଲ୍ଲାଦ ସାହାଇ ମିନା […] The post ଉଦଘାଟିତ ହେଲା ୭୭ ତମ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ appeared first on KNews Odisha.

ଉଦଘାଟିତ ହେଲା ୭୭ ତମ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ
dhanujatra

ବରଗଡ : ଉଦଘାଟିତ ହେଲା ୭୭ ତମ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ । ୧୧ ଦିନ ଧରି ବିଶ୍ବର ସର୍ବବୃହତ ମୁକ୍ତାକାଶ ରଂଗ ମଞ୍ଚରେ ଧନୁଯାତ୍ରା । ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ଏବଂ ବରଗଡ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ।  ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ , ବିଜେପୁର ବିଧାୟକ ସନତ ଗଡତିଆ , ଜିଲ୍ଲାପାଳ ଆଦିତ୍ୟ ଗୋଏଲ , ଏସପି ପ୍ରହଲ୍ଲାଦ ସାହାଇ ମିନା ଉପସ୍ଥିତ ଥିଲେ ।

ବରଗଡ଼ ପାଲଟିଛି ମଥୁରା ନଗରୀ । ଅମ୍ବାପାଲି ପାଲଟିଛି ଗୋପପୁର ଆଉ ଜୀରା ନଦୀ ସାଜିଛି ଯମୁନା । ଧନୁଯାତ୍ରାର ପ୍ରଥମ ଦିବସରେ ବାସୁଦେବ ଓ ଦେବକୀଙ୍କ ବିବାହ, ଦୈବବାଣୀ, କଂସଙ୍କ ସିଂହାସନ ଆରୋହଣ, ଦେବକୀ ଓ ବାସୁଦେବଙ୍କ କାରାଗାର ପ୍ରେରଣ ଦୃଶ୍ୟ ଅଭିନୀତ ହେଉଛି । ବରଗଡ଼ର ପ୍ରାୟ ୭ କିଲୋମିଟର ପରିଧି ମଧ୍ୟରେ ୨୨ ଟି ମଂଚରେ ଆୟୋଜିତ ହେଉଛି ଧନୁଯାତ୍ରା ମହୋତ୍ସବ । କଂସ ଦରବାର, ରଂଗମହଲ ଓ ନନ୍ଦ ଦରବାରରେ ପ୍ରତିଦିନ ଧନୁଯାତ୍ରାର ଦୃଶ୍ୟଗୁଡ଼ିକ ଅଭିନୀତ ହେବ । ପୌରାଣିକ ନାଟକରେ କଳାକାରଙ୍କ ଅଭିନୟ ସହିତ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି ମୀନାବଜାର ।

The post ଉଦଘାଟିତ ହେଲା ୭୭ ତମ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ appeared first on KNews Odisha.