ଉଦିତ୍ ଓଡ଼ିଶା ଛାତ୍ର କଂଗ୍ରେସ ସଭାପତି
ଭୁବନେଶ୍ୱର, ୧୪।୮(ସୁନିତ୍ ମିଶ୍ର):ଉଦିତ୍ ନାରାୟଣ ପ୍ରଧାନଙ୍କୁ ଓଡ଼ିଶା ଛାତ୍ର କଂଗ୍ରେସ ସଭାପତି ନିଯୁକ୍ତ କରାଯାଇଛି। ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ଅଧ୍ୟକ୍ଷ ମଲିକାର୍ଜୁନ ଖାର୍ଗେଙ୍କ ଅନୁମୋଦନକ୍ରମେ ତାଙ୍କୁ ଏହି ନିଯୁକ୍ତି ମିଳିଛି। ୯ଟି ରାଜ୍ୟ ଲାଗି ଏଆଇସିସି ପକ୍ଷରୁ ଏନ୍ଏସ୍ୟୁଆଇ ୟୁନିଟ୍ ଗଠନ କରାଯାଇଛି। ବିହାର, ଚଣ୍ଡିଗଡ଼, ଦିଲ୍ଲୀ, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ମଣିପୁର, ତେଲଙ୍ଗାନା, ପଶ୍ଚିମବଙ୍ଗ ପାଇଁ ନୂଆ ଛାତ୍ର କଂଗ୍ରେସ ସଭାପତି ନିଯୁକ୍ତ କରାଯାଇଛି। ସେହି କ୍ରମରେ ଓଡ଼ିଶା ପାଇଁ ଉଦିତ୍ଙ୍କ ହାତରେ ଛାତ୍ର […] The post ଉଦିତ୍ ଓଡ଼ିଶା ଛାତ୍ର କଂଗ୍ରେସ ସଭାପତି appeared first on Dharitri Odia News.
ଭୁବନେଶ୍ୱର, ୧୪।୮(ସୁନିତ୍ ମିଶ୍ର):ଉଦିତ୍ ନାରାୟଣ ପ୍ରଧାନଙ୍କୁ ଓଡ଼ିଶା ଛାତ୍ର କଂଗ୍ରେସ ସଭାପତି ନିଯୁକ୍ତ କରାଯାଇଛି। ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ଅଧ୍ୟକ୍ଷ ମଲିକାର୍ଜୁନ ଖାର୍ଗେଙ୍କ ଅନୁମୋଦନକ୍ରମେ ତାଙ୍କୁ ଏହି ନିଯୁକ୍ତି ମିଳିଛି। ୯ଟି ରାଜ୍ୟ ଲାଗି ଏଆଇସିସି ପକ୍ଷରୁ ଏନ୍ଏସ୍ୟୁଆଇ ୟୁନିଟ୍ ଗଠନ କରାଯାଇଛି। ବିହାର, ଚଣ୍ଡିଗଡ଼, ଦିଲ୍ଲୀ, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ମଣିପୁର, ତେଲଙ୍ଗାନା, ପଶ୍ଚିମବଙ୍ଗ ପାଇଁ ନୂଆ ଛାତ୍ର କଂଗ୍ରେସ ସଭାପତି ନିଯୁକ୍ତ କରାଯାଇଛି। ସେହି କ୍ରମରେ ଓଡ଼ିଶା ପାଇଁ ଉଦିତ୍ଙ୍କ ହାତରେ ଛାତ୍ର କଂଗ୍ରେସ ଭାର ନ୍ୟସ୍ତ କରାଯାଇଛି।
ନିକଟରେ ଏଆଇସିସି ପକ୍ଷରୁ ରାଜ୍ୟ କଂଗ୍ରେସର ସମସ୍ତ କମିଟିକୁ ରଦ୍ଦ କରିଦିଆଯାଇଥିଲା। ଏପରିକି ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକଙ୍କୁ ମଧ୍ୟ ତାଙ୍କ ଦାୟିତ୍ୱରୁ ହଟାଯାଇଥିଲା। ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ନୈରାଶ୍ୟଜନକ ରହିବା କାରଣରୁ ରାଜ୍ୟର ସବୁ କମିଟି ରଦ୍ଦ କରାଯାଇଥିଲା। ତେବେ ପିସିସି ଭାଙ୍ଗିବା ପରେ ଏବେ ଛାତ୍ର କଂଗ୍ରେସ ସଭାପତି ଦାୟିତ୍ୱ ଘୋଷଣା କରାଯାଇଥିବାରୁ ଆଗକୁ ଦଳର ଆଉ ସବୁ କମିଟି ଏବଂ ନୂଆ ପିସିସି ସଭାପତି ନିଯୁକ୍ତ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଛି। ମିଳିଥିବା ସୂଚନା ମୁତାବକ, ଓଡ଼ିଶା ସମେତ ଅନ୍ୟ କେତେକ ରାଜ୍ୟର ସାଙ୍ଗଠନିକ ସ୍ଥିତି ସଜାଡ଼ିବା ଲାଗି ମଙ୍ଗଳବାର ଦିଲ୍ଲୀଠାରେ ଏଆଇସିସି ଅଧ୍ୟକ୍ଷଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶା ପ୍ରଭାରୀ ଅଜୟ କୁମାର ଯୋଗଦେଇଥିବା ଜଣାପଡ଼ିଛି। ହେଲେ ବୈଠକରେ କେଉଁସବୁ ବିଷୟରେ ଆଲୋଚନା ହୋଇଛି ସେନେଇ ଅଜୟ କୁମାରଙ୍କ ଠାରୁ ଜାଣିବା ଲାଗି ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନାହିଁ।
The post ଉଦିତ୍ ଓଡ଼ିଶା ଛାତ୍ର କଂଗ୍ରେସ ସଭାପତି appeared first on Dharitri Odia News.