ଛାତିରେ ଯନ୍ତ୍ରଣା ହେଉଥିଲା, ଡାକ୍ତରଖାନା ବଦଳରେ ଗୁଣି ଗାରେଡିକୁ ଭରସା; ଗର୍ଭସ୍ଥ ଶିଶୁ ସହ ମହିଳା ମୃତ
ପାଟଣା,୧୪।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଚିନାବାଳିପଶି ପଞ୍ଚାୟତ ଉପାନ୍ତ ଅଞ୍ଚଳ ରୁଢ଼ଇପଡା ଗ୍ରାମର ରଞ୍ଜନ ବେଣ୍ଟ କାରଙ୍କ ସ୍ତ୍ରୀ ଭବାନୀ ନାଏକ (୨୦)ଙ୍କର ମଙ୍ଗଳବାର ସାରେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଡାକ୍ତର ଶୁଭେନ୍ଦୁ ସାଗର ନାଏକଙ୍କ ସୂଚନା ଅନୁଯାୟୀ, ଭବାନୀ ୯ ମାସର ଗର୍ଭବତୀ ଥିଲେ। ୨ଦିନ ତଳେ ତାଙ୍କ ଛାତିଙ୍ରେ ଯନ୍ତ୍ରଣା ହେଉଥିବାରୁ ଘର ଲୋକେ ଗୁଣି ଗାରେଡିର ସହାୟତା ନେଇଥିଲେ। ଏଥିରେ ବିଫଳ ହେବା […] The post ଛାତିରେ ଯନ୍ତ୍ରଣା ହେଉଥିଲା, ଡାକ୍ତରଖାନା ବଦଳରେ ଗୁଣି ଗାରେଡିକୁ ଭରସା; ଗର୍ଭସ୍ଥ ଶିଶୁ ସହ ମହିଳା ମୃତ appeared first on Dharitri Odia News.
ପାଟଣା,୧୪।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଚିନାବାଳିପଶି ପଞ୍ଚାୟତ ଉପାନ୍ତ ଅଞ୍ଚଳ ରୁଢ଼ଇପଡା ଗ୍ରାମର ରଞ୍ଜନ ବେଣ୍ଟ କାରଙ୍କ ସ୍ତ୍ରୀ ଭବାନୀ ନାଏକ (୨୦)ଙ୍କର ମଙ୍ଗଳବାର ସାରେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।
ଡାକ୍ତର ଶୁଭେନ୍ଦୁ ସାଗର ନାଏକଙ୍କ ସୂଚନା ଅନୁଯାୟୀ, ଭବାନୀ ୯ ମାସର ଗର୍ଭବତୀ ଥିଲେ। ୨ଦିନ ତଳେ ତାଙ୍କ ଛାତିଙ୍ରେ ଯନ୍ତ୍ରଣା ହେଉଥିବାରୁ ଘର ଲୋକେ ଗୁଣି ଗାରେଡିର ସହାୟତା ନେଇଥିଲେ। ଏଥିରେ ବିଫଳ ହେବା ପରେ ଶେଷ ମୁହୂର୍ତ୍ତରେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସାରେ ହୃଦଘାତରେ ଭବାନୀଙ୍କ ମୃତ୍ୟୁ ଘଟିଥିଲା। ଗୁଣି ଗାରେଡିକୁ ଭରସା କରି ବହୁ ବିଳମ୍ବରେ ତାଙ୍କୁ ଡାକ୍ତରଖାନାକୁ ଅଣା ଯାଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଚିକିତ୍ସା କରିଥିବା ଡାକ୍ତର ନାଏକ କହିଛନ୍ତି। ବୁଧବାର ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ତାଙ୍କ ଛାତିରେ ପାଣି ଜମିଥିବା ଡାକ୍ତର ଦେଖିବାକୁ ପାଇଥିଲେ। ବୁଧବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ଘଟଗାଁ ଥାନାରେ ୧୮/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ପ୍ରଶାନ୍ତ ସାମଲ କହିଛନ୍ତି।
The post ଛାତିରେ ଯନ୍ତ୍ରଣା ହେଉଥିଲା, ଡାକ୍ତରଖାନା ବଦଳରେ ଗୁଣି ଗାରେଡିକୁ ଭରସା; ଗର୍ଭସ୍ଥ ଶିଶୁ ସହ ମହିଳା ମୃତ appeared first on Dharitri Odia News.