‘କେଜ୍‌ରିଓ୍ବାଲଙ୍କୁ ଧୀର ମୃତ୍ୟୁ ଦିଆଯାଉଛି’

ନୂଆଦିଲ୍ଲୀ,୨୦।୪: ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଦେହରେ ମଧୁମେହ ସ୍ତର ବୃଦ୍ଧି ନେଇ ରାଜନୀତି ସରଗରମ ରହିଛି। ଗୋଟିଏ ପଟେ ଭାଜପା ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ଡାଏଟ୍‌ ଚାର୍ଟକୁ ନେଇ ଲଗାତର ଟାର୍ଗେଟ କରୁଥିବା ବେଳେ ଏଏପି ନେତାମାନେ ଭିନ୍ନ ଦାବି କରୁଛନ୍ତି। ଶନିବାର ଆମ ଆଦମୀ ପାର୍ଟୀ(ଏଏପି) ନେତା ସୌରଭ ଭରଦ୍ୱାଜ ଭାଜପା ସହ ତିହାର ଜେଲ୍‌ ପ୍ରଶାସନ, ଦିଲ୍ଲୀର ଉପରାଜ୍ୟପାଳଙ୍କ ଉପରେ ଗଭୀର ଅଭିଯୋଗ ଆଣିଛନ୍ତି। ସୌରଭ କହିଛନ୍ତି, […] The post ‘କେଜ୍‌ରିଓ୍ବାଲଙ୍କୁ ଧୀର ମୃତ୍ୟୁ ଦିଆଯାଉଛି’ appeared first on Dharitri Odia News.

‘କେଜ୍‌ରିଓ୍ବାଲଙ୍କୁ ଧୀର ମୃତ୍ୟୁ ଦିଆଯାଉଛି’

ନୂଆଦିଲ୍ଲୀ,୨୦।୪: ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଦେହରେ ମଧୁମେହ ସ୍ତର ବୃଦ୍ଧି ନେଇ ରାଜନୀତି ସରଗରମ ରହିଛି। ଗୋଟିଏ ପଟେ ଭାଜପା ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ଡାଏଟ୍‌ ଚାର୍ଟକୁ ନେଇ ଲଗାତର ଟାର୍ଗେଟ କରୁଥିବା ବେଳେ ଏଏପି ନେତାମାନେ ଭିନ୍ନ ଦାବି କରୁଛନ୍ତି। ଶନିବାର ଆମ ଆଦମୀ ପାର୍ଟୀ(ଏଏପି) ନେତା ସୌରଭ ଭରଦ୍ୱାଜ ଭାଜପା ସହ ତିହାର ଜେଲ୍‌ ପ୍ରଶାସନ, ଦିଲ୍ଲୀର ଉପରାଜ୍ୟପାଳଙ୍କ ଉପରେ ଗଭୀର ଅଭିଯୋଗ ଆଣିଛନ୍ତି।

ସୌରଭ କହିଛନ୍ତି, ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ୍‌ଙ୍କୁ ଧୀର ମୃତ୍ୟୁ ଦିଆଯାଉଛି। ଯେତେବେଳେ ତାଙ୍କର ସର୍କରା ସ୍ତର ବଢ଼ିବ, ତାଙ୍କର ସ୍ନାୟୁ ଉପରେ ପ୍ରଭାବ ପଡ଼ିବ। କିଡନୀ ନଷ୍ଟ ହୋଇପାରେ। କେଜ୍‌ରିଓ୍ବାଲଙ୍କ ବିଷୟରେ ଗଣମାଧ୍ୟମରେ ଯାହା କୁହାଯାଉଛି, ସମସ୍ତେ ୨୦-୨୨ ବର୍ଷ ଧରି ଜାଣିଛନ୍ତି ଯେ ତାଙ୍କର ମଧୁମେହ ଅଛି। ଦିଲ୍ଲୀବାସୀଙ୍କୁ ସମସ୍ତ ସ୍ବାସ୍ଥ୍ୟ ସୁବିଧା ମାଗଣାରେ ଯୋଗାଇ ଦେଇଥିବା ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଆଜି ଜେଲ୍‌ରେ ଔଷଧ ଦିଆଯାଉ ନାହିଁ। ନିୟମ ଅନୁଯାୟୀ ସାଧାରଣ ଲୋକଙ୍କୁ ଜେଲ୍‌ରେ ଔଷଧ ଦିଆଯାଇଥାଏ।

କେଜ୍‌ରିଓ୍ବାଲ ଡାକ୍ତରଙ୍କୁ ଇନ୍‌ସୁଲିନ୍‌ ମାଗୁଛନ୍ତି, ମାତ୍ର ସେମାନେ ଶୁଣୁ ନାହାନ୍ତି। ଜେଲ୍‌ ପ୍ରଶାସନ ମନା କରିବା ପରେ ମୁଖ୍ୟମନ୍ତ୍ରୀ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଯେଉଁ ଜେଲ୍‌ ପ୍ରଶାସନ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ତଥ୍ୟ ଦେଉଛି ସେଠାରେ ସେ କିଭଳି ସୁରକ୍ଷିତ ବୋଲି ସୌରଭ ପ୍ରଶ୍ନ କରିଛନ୍ତି।

The post ‘କେଜ୍‌ରିଓ୍ବାଲଙ୍କୁ ଧୀର ମୃତ୍ୟୁ ଦିଆଯାଉଛି’ appeared first on Dharitri Odia News.