ଉଦ୍ଧାର କାର୍ଯ୍ୟରେ ପାଗ ପ୍ରତିବନ୍ଧକ

ଥିରୁଭାନନ୍ତପୁରମ୍‌,୩ା୮: କେରଳର ଓ୍ବାୟନାଡ୍‌ ଜିଲାରେ ହୋଇଥିବା ପ୍ରଳୟଙ୍କରୀ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ଶୁକ୍ରବାର ୩୦୮ରେ ପହଞ୍ଚତ୍ଛି। ଚତୁର୍ଥ ଦିନରେ ସେନା ଯବାନମାନେ ଭୂସ୍ଖଳନ ସ୍ଥଳରୁ ୪ ଜଣଙ୍କୁ ଜୀବନ୍ତ ଉଦ୍ଧାର କରିଛନ୍ତି। ପ୍ରତିରକ୍ଷା ବିଭାଗ ଜନସମ୍ପର୍କ ଅଧିକାରୀଙ୍କ ସୂଚନା ଅନୁଯାୟୀ ଭେଲାରିମାଳାର ଜନ୍‌ କେ.ଜେ, ଜୋମୋଲ ଜନ୍‌, କ୍ରିଷ୍ଟିନ୍‌ ଜନ୍‌ ଏବଂ ଆବ୍ରାହାମ୍‌ ଜନ୍‌ଙ୍କୁ ନିରାପଦର ସହ ଉଦ୍ଧାର କରାଯାଇ ନିକଟବର୍ତ୍ତୀ ରିଲିଫ୍‌ କ୍ୟାମ୍ପ୍‌କୁ ନିଆଯାଇଛି। ପ୍ରଥମେ ଏହି ପରିବାରକୁ ହେଲିକପ୍ଟର ଯୋଗେ ଅନ୍ୟତ୍ର ନେବା ପାଇଁ ଯୋଜନା […] The post ଉଦ୍ଧାର କାର୍ଯ୍ୟରେ ପାଗ ପ୍ରତିବନ୍ଧକ appeared first on Dharitri Odia News.

ଉଦ୍ଧାର କାର୍ଯ୍ୟରେ ପାଗ ପ୍ରତିବନ୍ଧକ

ଥିରୁଭାନନ୍ତପୁରମ୍‌,୩ା୮: କେରଳର ଓ୍ବାୟନାଡ୍‌ ଜିଲାରେ ହୋଇଥିବା ପ୍ରଳୟଙ୍କରୀ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ଶୁକ୍ରବାର ୩୦୮ରେ ପହଞ୍ଚତ୍ଛି। ଚତୁର୍ଥ ଦିନରେ ସେନା ଯବାନମାନେ ଭୂସ୍ଖଳନ ସ୍ଥଳରୁ ୪ ଜଣଙ୍କୁ ଜୀବନ୍ତ ଉଦ୍ଧାର କରିଛନ୍ତି। ପ୍ରତିରକ୍ଷା ବିଭାଗ ଜନସମ୍ପର୍କ ଅଧିକାରୀଙ୍କ ସୂଚନା ଅନୁଯାୟୀ ଭେଲାରିମାଳାର ଜନ୍‌ କେ.ଜେ, ଜୋମୋଲ ଜନ୍‌, କ୍ରିଷ୍ଟିନ୍‌ ଜନ୍‌ ଏବଂ ଆବ୍ରାହାମ୍‌ ଜନ୍‌ଙ୍କୁ ନିରାପଦର ସହ ଉଦ୍ଧାର କରାଯାଇ ନିକଟବର୍ତ୍ତୀ ରିଲିଫ୍‌ କ୍ୟାମ୍ପ୍‌କୁ ନିଆଯାଇଛି। ପ୍ରଥମେ ଏହି ପରିବାରକୁ ହେଲିକପ୍ଟର ଯୋଗେ ଅନ୍ୟତ୍ର ନେବା ପାଇଁ ଯୋଜନା ହୋଇଥିଲା। ତେବେ ନିରାପଦ ରୁଟ୍‌ରେ ସେମାନେ ରିଲିଫ୍‌ କ୍ୟାମ୍ପ୍‌କୁ ଯିବାକୁ ରାଜି ହୋଇଥିଲେ।
ଏବେ ମଧ୍ୟ ପ୍ରାୟ ୩୦୦ ଲୋକ ନିଖୋଜ ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି। ସ୍ଥଳସେନା, ନୌସେନା, ତଟସୁରକ୍ଷା ବାହିନୀ, ଏନ୍‌ଡିଆର୍‌ଏଫ୍‌ ଏବଂ ଏସ୍‌ଡିଆର୍‌ଏଫ୍‌ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବାବେଳେ ତାମିଲନାଡୁରୁ ଆଉ ୪ଟି ତାଲିମପ୍ରାପ୍ତ କୁକୁରକୁ ମଧ୍ୟ ରେସ୍କ୍ୟୁ ଅପରେଶନରେ ସାମିଲ କରାଯାଇଛି। ଏଥିସହିତ ପ୍ରତି ଟିମ୍‌ରେ ସ୍ଥାନୀୟ ଅଞ୍ଚଳର ୩ ଜଣ ଏବଂ ଜଣେ ବନ କର୍ମଚାରୀଙ୍କୁ ନିଆଯାଇଛି। ତେବେ ପ୍ରତିକୂଳ ପାଗ, ରାସ୍ତାଘାଟ ଓ ବ୍ରିଜ୍‌ ନଷ୍ଟ ହୋଇଥିବାରୁ ଠିକଣା ସ୍ଥଳରେ ପହଞ୍ଚତ୍ବାରେ ସମସ୍ୟା ଏବଂ ଆବଶ୍ୟକ ଉପକରଣର ଅଭାବ ଯୋଗୁ ଉଦ୍ଧାର କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ପ୍ରବଳ ବର୍ଷା ଲାଗି ରହିଥିବା ସତ୍ତ୍ୱେ ୪୦ଟି ଟିମ୍‌ ଉଦ୍ଧାର କାଯର୍ର୍‌ୟ ଜାରି ରଖିଛନ୍ତି।
ହେଉଥିବା ଲୋକମାନଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇଦେବା ନିମନ୍ତେ ଓ୍ବାୟନାଡ୍‌ର ହସ୍ପିଟାଲଗୁଡ଼ିକରେ ଆଇସିୟୁ ପ୍ରସ୍ତୁତ ରଖାଯାଇଥିବା କେରଳ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି। ଏଥିସହି ମଞ୍ଜେରୀ ମେଡିକାଲ କଲେଜ ଏବଂ କୋଝିକୋଡ୍‌ ମେଡିକାଲ କଲେଜ ସମେତ ଅନ୍ୟ ହସ୍ପିଟାଲରେ ପହଞ୍ଚାଇବା ପାଇଁ ହେଲିକପ୍ଟର ବ୍ୟବସ୍ଥା ମଧ୍ୟ ରହିଛି। ଶୁକ୍ରବାର ସୁଦ୍ଧା ୧୯୯ ମୃତଦେହର ବ୍ୟବଚ୍ଛେଦ ସରିଥିବାବେଳେ ୧୩୦ଟିର ଡିଏନ୍‌ଏ ନମୁନା ନିଆଯାଇଛି। ନିଖୋଜ ବ୍ୟକ୍ତିମାନଙ୍କ ଉଦ୍ଧାର ପାଇଁ ରେସ୍କ୍ୟୁ ଟିମ୍‌ ଜିପିଏସ୍‌ ଏବଂ ଡ୍ରୋନ୍‌ ଫଟୋର ସହାୟତା ନେଉଛି। ସେନା ୧୯୦ ଫୁଟ୍‌ ଲମ୍ବ ବେଲି ବ୍ରିଜ୍‌ ନିର୍ମାଣ କରିଥିବାରୁ ଉଦ୍ଧାର କାର୍ଯ୍ୟ ସହଜ ହୋଇଛି।

The post ଉଦ୍ଧାର କାର୍ଯ୍ୟରେ ପାଗ ପ୍ରତିବନ୍ଧକ appeared first on Dharitri Odia News.