ଉପକୂଳ ଓଡ଼ିଶାରେ ଲଗାତର ୧୦ ଦିନ କୁହୁଡ଼ି: ୬ବର୍ଷରେ ପ୍ରଥମ ଘଟଣା

ଭୁବନେଶ୍ୱର,୩୧ା୧(ଅନୁରାଧା ମହାରଣା): ଉପକୂଳ ଓଡ଼ିଶାରେ ଗତ ୨୧ରୁ ୩୦ ତାରିଖ ଯାଏ ୧୦ଦିନ ଧରି ଲଗାତାର ଭାବେ ଘନ କୁହୁଡି ଅନୁଭୂତ ହେଉଛି। ବଙ୍ଗୋପସାଗର ଅଞ୍ଚଳରେ ଏକ ଗୁରୁଚାପ ବଳୟର ଉପସ୍ଥିତି ତଥା ପଶ୍ଚିମାଝଡ଼ର ଆଗମନ ଯୋଗୁ ଏପରି ପାଣିପାଗ ପରିସ୍ଥିତି ସୃଷ୍ଟି ହୋଇଛି। ୨୦୧୯ରୁ ୨୦୨୫ ମଧ୍ୟରେ ପ୍ରଥମଥର ପାଇଁ ଉପକୂଳ ଓଡ଼ିଶାରେ ଏତେଦିନ ଧରି ଘନକୁହୁଡି ଦୃଶ୍ୟମାନ ହେଉଛି। ଗୁରୁବାର ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର କୁହୁଡ଼ି ଦେଖାଯାଇଥିବାବେଳେ କୋରାପୁଟ, ଭଦ୍ରକ, ଅନୁଗୋଳ, […] The post ଉପକୂଳ ଓଡ଼ିଶାରେ ଲଗାତର ୧୦ ଦିନ କୁହୁଡ଼ି: ୬ବର୍ଷରେ ପ୍ରଥମ ଘଟଣା appeared first on Dharitri Odia News.

ଉପକୂଳ ଓଡ଼ିଶାରେ ଲଗାତର ୧୦ ଦିନ କୁହୁଡ଼ି: ୬ବର୍ଷରେ ପ୍ରଥମ ଘଟଣା

ଭୁବନେଶ୍ୱର,୩୧ା୧(ଅନୁରାଧା ମହାରଣା): ଉପକୂଳ ଓଡ଼ିଶାରେ ଗତ ୨୧ରୁ ୩୦ ତାରିଖ ଯାଏ ୧୦ଦିନ ଧରି ଲଗାତାର ଭାବେ ଘନ କୁହୁଡି ଅନୁଭୂତ ହେଉଛି। ବଙ୍ଗୋପସାଗର ଅଞ୍ଚଳରେ ଏକ ଗୁରୁଚାପ ବଳୟର ଉପସ୍ଥିତି ତଥା ପଶ୍ଚିମାଝଡ଼ର ଆଗମନ ଯୋଗୁ ଏପରି ପାଣିପାଗ ପରିସ୍ଥିତି ସୃଷ୍ଟି ହୋଇଛି।

୨୦୧୯ରୁ ୨୦୨୫ ମଧ୍ୟରେ ପ୍ରଥମଥର ପାଇଁ ଉପକୂଳ ଓଡ଼ିଶାରେ ଏତେଦିନ ଧରି ଘନକୁହୁଡି ଦୃଶ୍ୟମାନ ହେଉଛି। ଗୁରୁବାର ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର କୁହୁଡ଼ି ଦେଖାଯାଇଥିବାବେଳେ କୋରାପୁଟ, ଭଦ୍ରକ, ଅନୁଗୋଳ, କେନ୍ଦୁଝର ଓ କନ୍ଧମାଳ ଆଦି ଜିଲାରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ କୁହୁଡ଼ି ପ୍ରଭାବ ଜାରି ରହିବ।

ଅନ୍ୟପକ୍ଷରେ ରାଜ୍ୟର ଦକ୍ଷିଣ ଉପକୂଳବର୍ତ୍ତୀ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ତାପମାତ୍ରା ହ୍ରାସ ପାଇଥିବାବେଳେ ଉତ୍ତର ଆଭ୍ୟନ୍ତରୀଣ ଓ ଉତ୍ତର ଉପକୂଳବର୍ତ୍ତୀ ଜିଲାର ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇଛି। ସର୍ବାଧିକ ତାପମାତ୍ରା ପାରଳାଖେମୁଣ୍ଡିରେ ୩୩.୦ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଥିବାବେଳେ ସର୍ବନିମ୍ନ ତାପମାତ୍ରା ବରଗଡ଼ ଓ ନୂଆପଡ଼ାରେ ୧୨.୦ ଡିଗ୍ରୀ ରହିଥିଲା। ଆସନ୍ତା ୫ଦିନ ମଧ୍ୟରେ ତାପମାତ୍ରା ୩ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

The post ଉପକୂଳ ଓଡ଼ିଶାରେ ଲଗାତର ୧୦ ଦିନ କୁହୁଡ଼ି: ୬ବର୍ଷରେ ପ୍ରଥମ ଘଟଣା appeared first on Dharitri Odia News.