ଉପକୂଳ ମୁହାଁ ଅଲିଭ ରିଡଲେ କଇଁଛ, ସୁରକ୍ଷା ପାଇଁ ଦିଆଗଲା ପ୍ରଶିକ୍ଷଣ

ଟାଙ୍ଗି ୨୨।୧୨: ଉପକୂଳ ମୁହାଁ ହୋଇଛନ୍ତି ଅଲିଭ ରିଡଲେ କଇଁଛ । ସମୁଦ୍ର କୂଳକୁ ଆସୁଥିବା ଅଲିଭ ରିଡଲେ କଇଁଛ ମାନଙ୍କୁ କିପରି ସୁରକ୍ଷା ଦିଆଯିବ ସେନେଇ ଏକ ପ୍ରଶିକ୍ଷଣ ଶିବିର କରାଯାଇଥିଲା । ଏହି କର୍ମଶାଳାରେ ବନ କର୍ମଚାରୀ ମାନଙ୍କୁ ତାଲିମ ପ୍ରଦାନ କରାଯିବା ସହିତ ସଚେତନତା କରାଇଥିଲେ ପ୍ରଶିକ୍ଷକ । ଅଭିଜ୍ଞତାପୂର୍ଣ୍ଣ ପ୍ରଶିକ୍ଷକ ଓ ରିସର୍ଚ୍ଚ ପର୍ସନ ଏହି ପ୍ରଶିକ୍ଷଣ ଦେଇଥିଲେ । ଗଭୀର ସମୁଦ୍ର ଭିତରେ ଏବେ ସାମୁଦ୍ରିକ କଇଁଛ ମାନଙ୍କ ପ୍ରଜନନ ସମୟ ଚାଲିଥିବା କାରଣରୁ ଏବେ ଠାରୁ ସେମାନଙ୍କ ସୁରକ୍ଷା ଆବଶ୍ୟକତା ପଡୁଛି । କିଭଳି ସୁରକ୍ଷା ଦିଆଯାଇ ପାରିବ ଲୋକ ମାନଙ୍କୁ କିଭଳି ସଚେତନ କରାଯିବ । ଏହି ଅଲିଭ ରିଡଲେ କଇଁଛ କିଭଳି ଅଣ୍ଡା ଦେଉଛନ୍ତି ଓ କିଭଳି ଅଲିଭ ରିଡଲେ କଇଁଛ ଶାବକ ଜନ୍ମ ନେଉଛନ୍ତି ସେସବୁର ତଥ୍ୟ ସମ୍ବଳିତ ସୂଚନା ଏହି ପ୍ରଶିକ୍ଷଣ ଶିବିରରେ ଦିଆଯାଇଥିଲା । ବନ୍ୟପ୍ରାଣୀ ସୁରକ୍ଷା ବାହିନୀର କର୍ମଚାରୀ ମାନଙ୍କୁ ଟ୍ରେନିଂ ଦେଇଥିଲେ ପ୍ରଶିକ୍ଷକ ଓ ଚିଲିକା ବନ୍ୟପ୍ରାଣୀ ଡିଭିଜନର DFO ଅମ୍ଳାନ ନାୟକ । ଚିଲିକା ବନ୍ୟପ୍ରାଣୀ ଡିଭିଜନର  ନୂଆପଡ଼ା, ସାତପଡ଼ା ଏବଂ ରମ୍ଭା ରେଞ୍ଜ ଅଧୀନରେ ଥିବା ସମୁଦ୍ର ବେଳାମାର୍ଗକୁ ଆସୁଥିବା ଅଲିଭ ରିଡ଼ଲେ କଇଁଛ ମାନଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ  ଚିଲିକା ବନ୍ୟପ୍ରାଣୀ ଡିଭିଜନର DFO । ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ କାର୍ଯ୍ୟାଳୟ ପରିସରରେ ଏହି ଟ୍ରେନ

ଉପକୂଳ ମୁହାଁ ଅଲିଭ ରିଡଲେ କଇଁଛ, ସୁରକ୍ଷା ପାଇଁ ଦିଆଗଲା ପ୍ରଶିକ୍ଷଣ

ଟାଙ୍ଗି ୨୨।୧୨: ଉପକୂଳ ମୁହାଁ ହୋଇଛନ୍ତି ଅଲିଭ ରିଡଲେ କଇଁଛ । ସମୁଦ୍ର କୂଳକୁ ଆସୁଥିବା ଅଲିଭ ରିଡଲେ କଇଁଛ ମାନଙ୍କୁ କିପରି ସୁରକ୍ଷା ଦିଆଯିବ ସେନେଇ ଏକ ପ୍ରଶିକ୍ଷଣ ଶିବିର କରାଯାଇଥିଲା । ଏହି କର୍ମଶାଳାରେ ବନ କର୍ମଚାରୀ ମାନଙ୍କୁ ତାଲିମ ପ୍ରଦାନ କରାଯିବା ସହିତ ସଚେତନତା କରାଇଥିଲେ ପ୍ରଶିକ୍ଷକ । ଅଭିଜ୍ଞତାପୂର୍ଣ୍ଣ ପ୍ରଶିକ୍ଷକ ଓ ରିସର୍ଚ୍ଚ ପର୍ସନ ଏହି ପ୍ରଶିକ୍ଷଣ ଦେଇଥିଲେ । ଗଭୀର ସମୁଦ୍ର ଭିତରେ ଏବେ ସାମୁଦ୍ରିକ କଇଁଛ ମାନଙ୍କ ପ୍ରଜନନ ସମୟ ଚାଲିଥିବା କାରଣରୁ ଏବେ ଠାରୁ ସେମାନଙ୍କ ସୁରକ୍ଷା ଆବଶ୍ୟକତା ପଡୁଛି । କିଭଳି ସୁରକ୍ଷା ଦିଆଯାଇ ପାରିବ ଲୋକ ମାନଙ୍କୁ କିଭଳି ସଚେତନ କରାଯିବ । ଏହି ଅଲିଭ ରିଡଲେ କଇଁଛ କିଭଳି ଅଣ୍ଡା ଦେଉଛନ୍ତି ଓ କିଭଳି ଅଲିଭ ରିଡଲେ କଇଁଛ ଶାବକ ଜନ୍ମ ନେଉଛନ୍ତି ସେସବୁର ତଥ୍ୟ ସମ୍ବଳିତ ସୂଚନା ଏହି ପ୍ରଶିକ୍ଷଣ ଶିବିରରେ ଦିଆଯାଇଥିଲା । ବନ୍ୟପ୍ରାଣୀ ସୁରକ୍ଷା ବାହିନୀର କର୍ମଚାରୀ ମାନଙ୍କୁ ଟ୍ରେନିଂ ଦେଇଥିଲେ ପ୍ରଶିକ୍ଷକ ଓ ଚିଲିକା ବନ୍ୟପ୍ରାଣୀ ଡିଭିଜନର DFO ଅମ୍ଳାନ ନାୟକ । ଚିଲିକା ବନ୍ୟପ୍ରାଣୀ ଡିଭିଜନର  ନୂଆପଡ଼ା, ସାତପଡ଼ା ଏବଂ ରମ୍ଭା ରେଞ୍ଜ ଅଧୀନରେ ଥିବା ସମୁଦ୍ର ବେଳାମାର୍ଗକୁ ଆସୁଥିବା ଅଲିଭ ରିଡ଼ଲେ କଇଁଛ ମାନଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ  ଚିଲିକା ବନ୍ୟପ୍ରାଣୀ ଡିଭିଜନର DFO । ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ କାର୍ଯ୍ୟାଳୟ ପରିସରରେ ଏହି ଟ୍ରେନିଂ କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା ।

You Can Read:

ବଲାଙ୍ଗିର ହସ୍ପିଟାଲରେ ବିଚାରାଧୀନ କଏଦୀର ମୃତ୍ୟୁ, ପୋକ୍ସୋ ମାମଲାରେ ହୋଇଥିଲେ ଗିରଫ