ଉପକୂଳରେ ଆଶ୍ବସ୍ତି, ୪୫ ଡିଗ୍ରୀ ସହ ବଲାଙ୍ଗୀର ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର

ଭୁବନେଶ୍ୱର : ଉପକୂଳରେ ଆଶ୍ବସ୍ତି। ଜଳୁଛି ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶା । ବଲାଙ୍ଗୀର ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି । ତାପମାତ୍ରା ରେକର୍ଡ ହୋଇଛି ୪୫ ଡିଗ୍ରୀ । ୪୨ .ଡିଗ୍ରୀ ଉପରେ ରହିଛି ୧୮ ସହରର ତାପମାତ୍ରା  । ୪ ତାରିଖରୁ ଅତ୍ୟଧିକ ଗରମରୁ ମିଳିବ ସାମାନ୍ୟ ଆଶ୍ବସ୍ତି  । ଦକ୍ଷିଣ ଦିଗରୁ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ଉପକୂଳ ଓଡ଼ିଶା ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳକୁ ପ୍ରବେଶ କରୁଛି  । ଏହାର ପ୍ରଭାବରେ […] The post ଉପକୂଳରେ ଆଶ୍ବସ୍ତି, ୪୫ ଡିଗ୍ରୀ ସହ ବଲାଙ୍ଗୀର ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର appeared first on KNews Odisha.

ଉପକୂଳରେ ଆଶ୍ବସ୍ତି, ୪୫ ଡିଗ୍ରୀ ସହ ବଲାଙ୍ଗୀର ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର
hotest day

ଭୁବନେଶ୍ୱର : ଉପକୂଳରେ ଆଶ୍ବସ୍ତି। ଜଳୁଛି ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶା । ବଲାଙ୍ଗୀର ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି । ତାପମାତ୍ରା ରେକର୍ଡ ହୋଇଛି ୪୫ ଡିଗ୍ରୀ । ୪୨ .ଡିଗ୍ରୀ ଉପରେ ରହିଛି ୧୮ ସହରର ତାପମାତ୍ରା  । ୪ ତାରିଖରୁ ଅତ୍ୟଧିକ ଗରମରୁ ମିଳିବ ସାମାନ୍ୟ ଆଶ୍ବସ୍ତି  । ଦକ୍ଷିଣ ଦିଗରୁ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ଉପକୂଳ ଓଡ଼ିଶା ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳକୁ ପ୍ରବେଶ କରୁଛି  ।

ଏହାର ପ୍ରଭାବରେ ଆଗାମୀ ୩ରୁ ୪ଦିନ ପାଗରେ ପରିବର୍ତ୍ତନ ନାହିଁ  । କିନ୍ତୁ ୨ଦିନ ପରେ ଉପକୂଳ ଓଡିଶାରେ ଗ୍ରୀଷ୍ମପ୍ରବାହରୁ ମୁକ୍ତି ମିଳିବ  । କିନ୍ତୁ ଉଷ୍ମ ଓ ଆଦ୍ର ବାୟୁ ପ୍ରବାହରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ । ଆଭ୍ୟନ୍ତରୀଣ ଓଡିଶାରେ କିନ୍ତୁ କେତେକ ସ୍ଥାନରେ ଗ୍ରୀଷ୍ମଲହରୀର ପ୍ରଭାବ ଦେଖିବାକୁ ମିଳିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।

୬ ତାରିଖ ପରଠାରୁ ତାପମାତ୍ରା କମିବ । ଦିନ ତାପମାତ୍ରା ୩ରୁ ୫ ଡିଗ୍ରୀ ହ୍ରାସ ନେଇ ପାଣିପାଗ ବିଭାଗ ଆକଳନ କରିଛି । କାଳବୈଖାଶୀ ପ୍ରଭାବରେ ବର୍ଷା ଅନେକ ସ୍ଥାନରେ ତାପମାତ୍ରା କମାଇବ । ଗ୍ରୀଷ୍ମଲହରୀ ନେଇ ଆସନ୍ତାକାଲି ଆଭ୍ୟନ୍ତରୀଣ ଓ ଉତ୍ତର ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

The post ଉପକୂଳରେ ଆଶ୍ବସ୍ତି, ୪୫ ଡିଗ୍ରୀ ସହ ବଲାଙ୍ଗୀର ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର appeared first on KNews Odisha.