ଉପାସରେ ବାବା ଚନ୍ଦ୍ରଶେଖର; ଦୁଇଦିନ ହେବ ନୀତିକାନ୍ତିରେ ବିଳମ୍ବ

ବାବା ଚନ୍ଦ୍ରଶେଖରଙ୍କୁ ଭୋଗ ଲାଗି ଗତକାଲି ବିଳମ୍ବରେ ହୋଇଥିଲା। ଆଜିର ମଧ୍ୟ ସମାନ ଅବ୍ୟବସ୍ଥା।

ଉପାସରେ ବାବା ଚନ୍ଦ୍ରଶେଖର; ଦୁଇଦିନ ହେବ ନୀତିକାନ୍ତିରେ ବିଳମ୍ବ

ଉପାସରେ ବାବା ଚନ୍ଦ୍ରଶେଖର। ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ କପିଳାସରେ ଦୁଇ ଦିନ ହେବ ଉପାସରେ ଅଛନ୍ତି ଠାକୁର। ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜିଉଙ୍କ ନୀତିକାନ୍ତିରେ ବିଳମ୍ବ ହୋଇଥିବା ଅଭିଯୋଗ ହୋଇଛି। ଏପରିକି ରୋଷଘରେ ଝୁଲୁଛି ତାଲା। ଠାକୁରଙ୍କ ସେବା ପାଇଁ ଆବଶ୍ୟକ ଅନୁଯାୟୀ ସୁଆର ନଥିବାରୁ ଏଭଳି ଅବ୍ୟବସ୍ଥା ହୋଇଥିବା ଖବର ରହିଛି।

ବାବା ଚନ୍ଦ୍ରଶେଖରଙ୍କୁ ଭୋଗ ଲାଗି ଗତକାଲି ବିଳମ୍ବରେ ହୋଇଥିଲା। ଆଜିର ମଧ୍ୟ ସମାନ ଅବ୍ୟବସ୍ଥା। ଯେଉଁଥିପାଇଁ ସୋସିଆଲ ମିଡିଆରେ ଅସନ୍ତୋଷ ଝାଡିଛନ୍ତି ଅନେକ ଶ୍ରଦ୍ଧାଳୁ। 
ଦେବୋତ୍ତର ବିଭାଗ ଘଟଣାକୁ ସ୍ୱୀକାର କରିଛି। ସୁଆରମାନଙ୍କ ଶରୀର ଅସୁସ୍ଥତା ପାଇଁ ସମସ୍ୟା ଉପୁଜିଛି ଓ ସମାଧାନ କରାଯାଇଛି ବୋଲି କହିଛନ୍ତି ଦେବୋତ୍ତର ଇନ୍ସପେକ୍ଟର।

ଆଗକୁ ଶ୍ରାବଣ ମାସ ଥିବା ବେଳେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ କପିଳାସରେ। ଓଡ଼ିଶାର ଏକ ପ୍ରସିଦ୍ଧ ଶୈବପୀଠରେ ପ୍ରଭୁଙ୍କ ନୀତିକାନ୍ତିରେ ଏଭଳି ବିଳମ୍ବ ହେଉଥିବା ନେଇ ଭକ୍ତଙ୍କ ମନରେ ଅସନ୍ତୋଷ ଦେଖାଦେଇଛି।