ଋଷଭ ପନ୍ତ ଆଇପିଏଲ୍ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି, ଭାଙ୍ଗିଲେ ଶ୍ରେୟସ ଆୟରଙ୍କ ରେକର୍ଡ

ନୂଆଦିଲ୍ଲୀ : ବିଶ୍ୱର ସବୁଠାରୁ ବ୍ୟୟବହୁଳ ଫ୍ରାଞ୍ଚାଇଜଭିତ୍ତିକ ଟି-୨୦ କ୍ରିକେଟ୍‌‌ ପ୍ରତିଯୋଗିତା ଇଣ୍ଡିଆନ ପ୍ରିମିୟର ଲିଗ୍‌‌ (ଆଇପିଏଲ୍‌‌)ର ଆଗାମୀ ଅଷ୍ଟାଦଶ ସଂସ୍କରଣ ଲାଗି ମେଗା ଖେଳାଳି ନିଲାମୀ ଆଜି ହେଉଛି। ସାଉଦି ଆରବର ଜେଦା ସହରସ୍ଥିତ ଆବାଦି ଅଲ୍‌ ଜୋହର୍‌ ଏରିନାରେ ଆଇପିଏଲ୍‌ର ମେଗା ନିଲାମିରେ ଋଷଭ ପନ୍ତ ସବୁ ରେକର୍ଡ ଭାଙ୍ଗି ଦେଇଛନ୍ତି। ନିଲାମ ପ୍ରଥମରୁ ଆଜି ୧୨ ଜଣ ଷ୍ଟାର କ୍ରିକେଟରଙ୍କର  ଭାଗ୍ୟ ପରୀକ୍ଷା କରାଯାଉଛି। ଏହି ତାଲିକାରେ ୭ ଜଣ ଭାରତୀୟ ଏବଂ […]

ଋଷଭ ପନ୍ତ ଆଇପିଏଲ୍ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି, ଭାଙ୍ଗିଲେ ଶ୍ରେୟସ ଆୟରଙ୍କ ରେକର୍ଡ
Rishabh Pant became the most expensive player in IPL history,

ନୂଆଦିଲ୍ଲୀ : ବିଶ୍ୱର ସବୁଠାରୁ ବ୍ୟୟବହୁଳ ଫ୍ରାଞ୍ଚାଇଜଭିତ୍ତିକ ଟି-୨୦ କ୍ରିକେଟ୍‌‌ ପ୍ରତିଯୋଗିତା ଇଣ୍ଡିଆନ ପ୍ରିମିୟର ଲିଗ୍‌‌ (ଆଇପିଏଲ୍‌‌)ର ଆଗାମୀ ଅଷ୍ଟାଦଶ ସଂସ୍କରଣ ଲାଗି ମେଗା ଖେଳାଳି ନିଲାମୀ ଆଜି ହେଉଛି। ସାଉଦି ଆରବର ଜେଦା ସହରସ୍ଥିତ ଆବାଦି ଅଲ୍‌ ଜୋହର୍‌ ଏରିନାରେ ଆଇପିଏଲ୍‌ର ମେଗା ନିଲାମିରେ ଋଷଭ ପନ୍ତ ସବୁ ରେକର୍ଡ ଭାଙ୍ଗି ଦେଇଛନ୍ତି। ନିଲାମ ପ୍ରଥମରୁ ଆଜି ୧୨ ଜଣ ଷ୍ଟାର କ୍ରିକେଟରଙ୍କର  ଭାଗ୍ୟ ପରୀକ୍ଷା କରାଯାଉଛି। ଏହି ତାଲିକାରେ ୭ ଜଣ ଭାରତୀୟ ଏବଂ ପାଞ୍ଚଜଣ ବିଦେଶୀ ଖେଳାଳି ଅଛନ୍ତି। ଏହି ସମସ୍ତ ଖେଳାଳି କ୍ରିକେଟ୍ ଦୁନିଆରେ ବହୁତ ଲୋକପ୍ରିୟ, ସେମାନେ ଗତ କିଛି ବର୍ଷ ମଧ୍ୟରେ ଟି -୨୦ କ୍ରିକେଟରେ ଭଲ ପ୍ରଦର୍ଶନ କରିଛନ୍ତି। ତେବେ ଆଜିର ନିଲାମରେ ଋଷଭ ପନ୍ତ ରେକର୍ଡ କରିବା ସହ ଆଇପିଏଲ୍ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ହୋଇଛନ୍ତି।

ଋଷଭ ପନ୍ତଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟସ ରେକର୍ଡ ୨୭ କୋଟି ଟଙ୍କା ବଳରେ କିଣିଛି। ଦିଲ୍ଲୀ କ୍ୟାପିଟାଲ୍ସ ପନ୍ତଙ୍କୁ ମେଗା ଅକ୍ସନ ପୂର୍ବରୁ ରିଲିଜ କରି ଦେଇଥିଲା। ଆଜି କିନ୍ତୁ ଆରଟିଏମ ବଳରେ ଦିଲ୍ଲୀ ପନ୍ତଙ୍କୁ ନେବାକୁ ଚାହିଁଥିଲା। ହେଲେ ଲକ୍ଷ୍ନୌ ଶେଷ ବିଡ୍‌ରେ ପନ୍ତଙ୍କ ଉପରେ ୨୭ କୋଟି ଟଙ୍କାର ବୋଲି ଲଗାଇଥିଲା।ଏହି ଟଙ୍କାକୁ ଅତିକ୍ରମ କରିବାକୁ ଦିଲ୍ଲୀ ସାହାସ ଦେଖାଇ ନଥିଲା। ଶେଷରେ ବେଶ ନାଟକୀୟ ଢଙ୍ଗରେ ସମସ୍ତଙ୍କୁ ଚକିତ କରି ଲକ୍ଷ୍ନୌ ରେକର୍ଡ ୨୭ କୋଟିରେ ପନ୍ତଙ୍କୁ ନିଜ ସହ ସାମିଲ କରିଛି।

ତେବେ ଋଷଭ ପନ୍ତ ଆଇପିଏଲ୍ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ହେବା ପାଇଁ ଶ୍ରେୟସ ଆୟରଙ୍କ ରେକର୍ଡ ଭାଙ୍ଗିଛନ୍ତି। ଆଜି ନିଲାମ ଆରମ୍ଭରେ  ଶ୍ରେୟସ ଆୟରଙ୍କୁ ପଞ୍ଜାବ ରେକର୍ଡ ୨୬. ୭୫ କୋଟି ଟଙ୍କାରେ କିଣିଥିଲା। ଆୟରଙ୍କ ପୂର୍ବରୁ ଆଇପିଏଲ ଇତିହାସରେ ସବୁଠାରୁ ଦାମୀ ଖେଳାଳି ହେବାର ରେକର୍ଡ ମିଚେଲ ଷ୍ଟାର୍କଙ୍କ ନାଁରେ ରହିଥିଲା। ତାଙ୍କୁ କୋଲକାତା ୨୦୨୪ ଅକ୍ସନ ବେଳେ ୨୪.୭୫ କୋଟି ଟଙ୍କାରେ କିଣିଥିଲା। ହେଲେ ୨୦୨୫ ମେଗା ଅକ୍ସନରେ ଶ୍ରେୟସ ଆୟର ତାଙ୍କୁ ପଛରେ ପକାଇ ଦେଇଥିଲେ। ଏବେ ପନ୍ତ ସାଥୀ ଖେଳାଳି ଆୟରଙ୍କ ମହଙ୍ଗା ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

ଋଷଭ ପନ୍ତ ସମସ୍ତ ତିନୋଟି ଫର୍ମାଟରେ ଏକ ବଡ଼ ଖେଳାଳୀ ଏବଂ ଦୀର୍ଘ ସମୟ ଧରି ଅଧିନାୟକତ୍ୱ କରିବାର ଅଭିଜ୍ଞତା ମଧ୍ୟ ଅଛି | ପନ୍ତ ୨୦୧୬ ଠାରୁ ୧୧୧ ଆଇପିଏଲ୍ ମ୍ୟାଚ୍ ଖେଳିଛନ୍ତି ଏବଂ ଆଠଥର ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ଜିତିଛନ୍ତି । ୱିକେଟ୍ ପଛରେ ପନ୍ତ ମଧ୍ୟ ନିଜକୁ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରମାଣିତ କରିଛନ୍ତି। ପ୍ରକାଶ ଥାଉକି, ଦିଲ୍ଲୀ ମଧ୍ୟ ପନ୍ତ ପାଇଁ ରାଇଟ୍ ଟୁ ମ୍ୟାଚ୍ (ଆରଟିଏମ୍) କାର୍ଡ ବ୍ୟବହାର କରିବାର ବିକଳ୍ପ ଥିଲା, କିନ୍ତୁ ସେମାନେ ତାହା କରିନାହାଁନ୍ତି । ଦଳଠାରୁ ଅଲଗା ହେବାବେଳେ ପନ୍ତ ଏବଂ ଦିଲ୍ଲୀ ଫ୍ରାଞ୍ଚାଇଜ୍ ମଧ୍ୟରେ ସମ୍ପର୍କକୁ ନେଇ ବିବାଦ ଦେଖାଦେଇଥିଲା। ଏପରିକି ପନ୍ତ ନିକଟରେ କହିଥିଲେ ଯେ ସେ ଟଙ୍କା ପାଇଁ ଦିଲ୍ଲୀ ଛାଡି ନାହାଁନ୍ତି।

ଏହି ପ୍ରତିଭାବାନ୍‌ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଭାରତ ପାଇଁ ପ୍ରତ୍ୟେକ ଫର୍ମାଟରେ ଖେଳନ୍ତି। ଟେଷ୍ଟ କ୍ରିକେଟରେ ନିଜକୁ ବଡ଼ ସ୍ତରରେ ପ୍ରମାଣିତ କରିଥିବା ପନ୍ତଙ୍କର ମଧ୍ୟ ଟି-୨୦ରେ ବଡ଼ ନାଁ ରହିଛି। ସେ ହାରାହାରି ୭୬ ଟି -୨୦ ଆନ୍ତର୍ଜାତୀୟ ମ୍ୟାଚରେ ୧୨୦୯ ରନ୍ କରିଛନ୍ତି। ଏଥି ମଧ୍ୟରେ ତିନୋଟି ଅର୍ଦ୍ଧ ଶତକ ରହିଛି। ଏଥି ସହିତ ଅନ୍ତର୍ଜାତୀୟ ଏବଂ ଲିଗ୍ ଟି -୨୦ କ୍ରିକେଟରେ ଋଷଭ ପନ୍ତ ୨୦୨ ମ୍ୟାଚରେ ୫୦୨୨ ରନ୍ ସ୍କୋର କରିଛନ୍ତି। ଏଥି ମଧ୍ୟରେ ଦୁଇଟି ଶତକ ଏବଂ ୨୫ ଅର୍ଦ୍ଧ ଶତକ ଅନ୍ତର୍ଭୁକ୍ତ ରହିଛି।

ପନ୍ତ ୨୦୧୬ ମସିହାରୁ ନିଜର ଆଇପିଏଲ୍ କ୍ୟାରିୟରରେ ଦିଲ୍ଲୀ ଦଳ ସହ ରହିଛନ୍ତି । ଏହି ଅବଧି ମଧ୍ୟରେ ସେ ୧୧୦ଟି ମ୍ୟାଚରେ ଦିଲ୍ଲୀ ପାଇଁ ୩୨୮୪ ରନ୍ ସଂଗ୍ରହ କରିଛନ୍ତି। ଏଥିରେ ଗୋଟିଏ ଶତକ ଓ ୧୮ଟି ଅର୍ଦ୍ଧଶତକ ରହିଛି। ସେ ୨୦୨୧ ମସିହାରେ ଦଳର ଅଧିନାୟକ ଭାବରେ ନିଯୁକ୍ତ ହୋଇଥିଲେ ଏବଂ ସେହି ସିଜନରେ ତାଙ୍କ ଦଳକୁ ପ୍ଲେଅଫକୁ ନେଇଥିଲେ।