ଏଏପି ଏମପି ସଞ୍ଜୟ ସିଂହଙ୍କୁ ଜାମିନ

ନୂଆଦିଲ୍ଲୀ,୨।୪: ଆମ ଆଦମୀ ପାର୍ଟି ନେତା ତଥା ଏମପି ସଞ୍ଜୟ ସିଂହଙ୍କୁ ଆଜି ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ତେବେ ଆବଶ୍ୟକ ସର୍ତ୍ତାବଳୀ ସହିତ ତଳକୋର୍ଟ ତାଙ୍କୁ ମୁକ୍ତ କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗତ ବର୍ଷ ଅକ୍ଟୋବର ମାସରେ ଗିରଫ ହୋଇଥିଲେ ଏମପି ସଞ୍ଜୟ ସିଂହ। ଆଜି ସୁପ୍ରିମକୋର୍ଟରେ ତାଙ୍କ ଜାମିନ ଆବେଦନ ଶୁଣାଣି ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କୌଣସି ପ୍ରତିବାଦ କରି ନ ଥିଲା ସୂଚନାଥାଉ […] The post ଏଏପି ଏମପି ସଞ୍ଜୟ ସିଂହଙ୍କୁ ଜାମିନ appeared first on Dharitri Odia News.

ଏଏପି ଏମପି ସଞ୍ଜୟ ସିଂହଙ୍କୁ ଜାମିନ

ନୂଆଦିଲ୍ଲୀ,୨।୪: ଆମ ଆଦମୀ ପାର୍ଟି ନେତା ତଥା ଏମପି ସଞ୍ଜୟ ସିଂହଙ୍କୁ ଆଜି ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ତେବେ ଆବଶ୍ୟକ ସର୍ତ୍ତାବଳୀ ସହିତ ତଳକୋର୍ଟ ତାଙ୍କୁ ମୁକ୍ତ କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗତ ବର୍ଷ ଅକ୍ଟୋବର ମାସରେ ଗିରଫ ହୋଇଥିଲେ ଏମପି ସଞ୍ଜୟ ସିଂହ। ଆଜି ସୁପ୍ରିମକୋର୍ଟରେ ତାଙ୍କ ଜାମିନ ଆବେଦନ ଶୁଣାଣି ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କୌଣସି ପ୍ରତିବାଦ କରି ନ ଥିଲା

ସୂଚନାଥାଉ କି, ସଞ୍ଜୟଙ୍କ ବ୍ୟତୀତ ଏହି ମାମଲାରେ ଏଏପି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗିରଫ ହୋଇ ତିହାର ଜେଲରେ କାରାଦଣ୍ଡ ଭୋଗୁଛନ୍ତି। ଏଥିସହ ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଓ ପରିବହନ ମନ୍ତ୍ରୀ କୈଳାସ ଗେହଲଟ ମଧ୍ୟ ଗିରଫ ହୋଇଛନ୍ତି।

The post ଏଏପି ଏମପି ସଞ୍ଜୟ ସିଂହଙ୍କୁ ଜାମିନ appeared first on Dharitri Odia News.