ଏକ ବିରାଟ ଗଛଡାଳ ନେଇ ଯାଉଥିଲେ ସୈନିକ, ଏମିତି ସାହାଯ୍ୟ କଲା କୁକୁର, ଭିଡିଓ ଦେଖିଲେ…

ଜଣେ ସୈନିକ ଏକୁଟିଆ ଗଛର ଡାଳ ନେଇ ଯାଉଥିଲେ। ଏକ କୁକୁର ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲା। ଏହିପରି ବନ୍ଧୁତା କିପରି ସୃଷ୍ଟି ହେଲା ଭିଡିଓ ନ ଦେଖିଲେ ବିଶ୍ୱାସ କରିବେନି। କୁହାଯାଏ ମଣିଷର ସବୁଠାରୁ ଭଲ ବନ୍ଧୁ କୁକୁର। ଯେତେବେଳେ ଏହାର ମାଲିକ ଏହାର ଆବଶ୍ୟକ କରନ୍ତି, କୁକୁର ନିଜ ଜୀବନକୁ ମଧ୍ୟ ବଳି ଦେବାକୁ ପ୍ରସ୍ତୁତ। କୁକୁରମାନେ ମଣିଷକୁ ପବିତ୍ର ହୃଦୟରେ ଭଲ ପାଆନ୍ତି। ଭିଡିଓ ଦେଖିଲେ ଏହାର ପ୍ରମାଣ ପାଇବେ। ଭିଡିଓରେ […] The post ଏକ ବିରାଟ ଗଛଡାଳ ନେଇ ଯାଉଥିଲେ ସୈନିକ, ଏମିତି ସାହାଯ୍ୟ କଲା କୁକୁର, ଭିଡିଓ ଦେଖିଲେ… appeared first on Dharitri Odia News.

ଏକ ବିରାଟ ଗଛଡାଳ ନେଇ ଯାଉଥିଲେ ସୈନିକ, ଏମିତି ସାହାଯ୍ୟ କଲା କୁକୁର, ଭିଡିଓ ଦେଖିଲେ…

ଜଣେ ସୈନିକ ଏକୁଟିଆ ଗଛର ଡାଳ ନେଇ ଯାଉଥିଲେ। ଏକ କୁକୁର ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲା। ଏହିପରି ବନ୍ଧୁତା କିପରି ସୃଷ୍ଟି ହେଲା ଭିଡିଓ ନ ଦେଖିଲେ ବିଶ୍ୱାସ କରିବେନି।

କୁହାଯାଏ ମଣିଷର ସବୁଠାରୁ ଭଲ ବନ୍ଧୁ କୁକୁର। ଯେତେବେଳେ ଏହାର ମାଲିକ ଏହାର ଆବଶ୍ୟକ କରନ୍ତି, କୁକୁର ନିଜ ଜୀବନକୁ ମଧ୍ୟ ବଳି ଦେବାକୁ ପ୍ରସ୍ତୁତ। କୁକୁରମାନେ ମଣିଷକୁ ପବିତ୍ର ହୃଦୟରେ ଭଲ ପାଆନ୍ତି। ଭିଡିଓ ଦେଖିଲେ ଏହାର ପ୍ରମାଣ ପାଇବେ। ଭିଡିଓରେ ଜଣେ ସୈନିକ ଏକ ଗଛଡାଳକୁ ଏକୁଟିଆ ବୋହି ନେଉଥିଲେ। ଏହା ଦେଖି ଏକ କୁକୁର ଦୌଡ଼ି ଆସି ଡାଳର ଆରପଟ ପାଟିରେ କାମୁଡ଼ି ଧରି ନେଇଥିଲା। ଯଦିଓ କୁକୁର ଏହାକୁ ଉଠାଇବାକୁ ଅସମର୍ଥ, କିନ୍ତୁ ସେ ନେଇଯାଇଛି।

@viralhog ନାମକ ଏକ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ଭିଡିଓଟି ଶେୟାର କରାଯାଇଛି। ଏହାକୁ ୩୫ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ଅନେକ ଲୋକ ମନ୍ତବ୍ୟ ଦେଇ ନିଜର ମତାମତ ଦେଇଛନ୍ତି। ଏହା ହେଉଛି ୟୁକ୍ରେନର ଦୃଶ୍ୟ। ଜଣେ ୟୁଜର କହିଛନ୍ତି କୁକୁର ସାହାଯ୍ୟ କରୁଛି। ଏହି ଦୃଶ୍ୟ ଖୁବ୍‌ ଭଲ। ଅନେକ ୟୁଜର କୁକୁରକୁ ପ୍ରଶଂସା କରିଛନ୍ତି।

The post ଏକ ବିରାଟ ଗଛଡାଳ ନେଇ ଯାଉଥିଲେ ସୈନିକ, ଏମିତି ସାହାଯ୍ୟ କଲା କୁକୁର, ଭିଡିଓ ଦେଖିଲେ… appeared first on Dharitri Odia News.