ଏକସଙ୍ଗେ ୧୩ ଫ୍ଲପ୍ ଫିଲ୍ମ ଦେଇଥିଲେ ଅର୍ଜୁନ
ମୁମ୍ବାଇ: ଅଭିନେତା ଅର୍ଜୁନ ରାମପାଲ ୨୩ ବର୍ଷ ଧରି ବଲିଉଡ୍ ଇଣ୍ଡଷ୍ଟ୍ରିରେ ସକ୍ରିୟ ରହିଛନ୍ତି। ନିଜ କ୍ୟାରିୟର ଯାତ୍ରାରେ ତାଙ୍କୁ ଅନେକ ସଂଘର୍ଷ ଦେଖିବାକୁ ପଡ଼ିଛି। ସୋମବାର ଏକ ସାକ୍ଷାତ୍କାର ଦେଇ ସେ କହିଛନ୍ତି, ତାଙ୍କୁ ସର୍ବ ପ୍ରଥମେ ନିର୍ଦ୍ଦେଶକ ରାଜୀବ ରୟ ଫିଲ୍ମ ଜଗତକୁ ଆସିବା ପାଇଁ ଅଫର୍ ଦେଇଥିଲେ। ସେ ପ୍ରଥମେ ଏକ ମ୍ୟୁଜିକ୍ ଭିଡିଓ ପାଇଁ ଅର୍ଜୁନଙ୍କୁ ଅଫର ଦେଇଥିଲେ। ପରେ ସେ ‘ପ୍ୟାର୍ ଇସ୍କ ଔର ମହବତ’ ଚଳଚ୍ଚିତ୍ର ପାଇଁ ଅର୍ଜୁନଙ୍କୁ ଚୟନ […] The post ଏକସଙ୍ଗେ ୧୩ ଫ୍ଲପ୍ ଫିଲ୍ମ ଦେଇଥିଲେ ଅର୍ଜୁନ appeared first on Dharitri Odia News.
ମୁମ୍ବାଇ: ଅଭିନେତା ଅର୍ଜୁନ ରାମପାଲ ୨୩ ବର୍ଷ ଧରି ବଲିଉଡ୍ ଇଣ୍ଡଷ୍ଟ୍ରିରେ ସକ୍ରିୟ ରହିଛନ୍ତି। ନିଜ କ୍ୟାରିୟର ଯାତ୍ରାରେ ତାଙ୍କୁ ଅନେକ ସଂଘର୍ଷ ଦେଖିବାକୁ ପଡ଼ିଛି। ସୋମବାର ଏକ ସାକ୍ଷାତ୍କାର ଦେଇ ସେ କହିଛନ୍ତି, ତାଙ୍କୁ ସର୍ବ ପ୍ରଥମେ ନିର୍ଦ୍ଦେଶକ ରାଜୀବ ରୟ ଫିଲ୍ମ ଜଗତକୁ ଆସିବା ପାଇଁ ଅଫର୍ ଦେଇଥିଲେ। ସେ ପ୍ରଥମେ ଏକ ମ୍ୟୁଜିକ୍ ଭିଡିଓ ପାଇଁ ଅର୍ଜୁନଙ୍କୁ ଅଫର ଦେଇଥିଲେ। ପରେ ସେ ‘ପ୍ୟାର୍ ଇସ୍କ ଔର ମହବତ’ ଚଳଚ୍ଚିତ୍ର ପାଇଁ ଅର୍ଜୁନଙ୍କୁ ଚୟନ କରିଥିଲେ। ତେବେ ଅର୍ଜୁନଙ୍କର ଏହି ଡେବ୍ୟୁ ଫିଲ୍ମ ବକ୍ସ ଅଫିସ୍ରେ ଫ୍ଲପ୍ ହୋଇଥିଲା। ତଥାପି ଜଣେ ସଫଳ ମଡେଲ ହୋଇଥିବାରୁ ସେତେବେଳେ ଅର୍ଜୁନଙ୍କୁ ‘ମୋକ୍ଷ’ ଫିଲ୍ମର ଅଫର ଆସିଥିଲା। ଏହି ଫିଲ୍ମର ଶୁଟିଂ ଶେଷ ହୋଇଥିଲେ ମଧ୍ୟ କୌଣସି କାରଣବଶତଃ
ଫିଲ୍ମଟି ୭ ବର୍ଷ ପାଇଁ ରିଲିଜ୍ ହୋଇପାରିଲା ନାହିଁ। ସେତେବେଳେ ସେ ନିଜକୁ ଘୃଣା କରିବା ସହ ମଡେଲିଂ ଜଗତକୁ ଛାଡ଼ିବା ପାଇଁ ଚିନ୍ତା କରିଥିଲେ ବୋଲି ଅର୍ଜୁନ କହିଛନ୍ତି। ସେ ସମୟରେ ଅର୍ଜୁନଙ୍କ ନିକଟରେ ଆୟର କୌଣସି ଉତ୍ସ ନ ଥିଲା। ସେହିପରି ଏକଦା ତାଙ୍କର ଲଗାତାର ୧୩ଟି ଚଳଚ୍ଚିତ୍ର ବକ୍ସ ଅଫିସରେ ଫ୍ଲପ୍ ସାବ୍ୟସ୍ତ ହୋଇଥିଲା। ୨୦୦୬ରେ ଅଭିନେତା ଶାହରୁଖ୍ ଖାନ୍ଙ୍କ ‘ଡନ୍’ ଫିଲ୍ମ ତାଙ୍କ କ୍ୟାରିୟରକୁ ପୁନଃଜୀବିତ କରିଥିଲା ବୋଲି ଅର୍ଜୁନ କହିଛନ୍ତି।
The post ଏକସଙ୍ଗେ ୧୩ ଫ୍ଲପ୍ ଫିଲ୍ମ ଦେଇଥିଲେ ଅର୍ଜୁନ appeared first on Dharitri Odia News.