ଏକାଥରେ ଦଳବଳ ହୋଇ ଆସୁଛନ୍ତି, ଫସଲ ଖାଇଯାଉଛନ୍ତି, ଚିନ୍ତାରେ ଚାଷୀ

ଝାରସୁଗୁଡା ୧୩/୧୧: ନିଦ ହଜାଉଛନ୍ତି ଜଙ୍ଗଲୀ ବାର୍‌ହା । ରାତିରେ ଦଳବଳ ହୋଇ ଆସୁଛନ୍ତି । ଏକର ଏକର ଚାଷ ଜମି ଉଜାଡୁଛନ୍ତି । ମନ ଇଚ୍ଛା ପାଚିଲା ଦାନ ଖାଇବା ସହ ଜମିକୁ ପଡିଆ କରିଦେଉଛନ୍ତି । ବାର୍‌ହା ପଲଙ୍କ ଉତ୍ପାତରେ ତ୍ରାହି ତ୍ରାହି ଡାକିଲେଣି ଝାରସୁଗୁଡା ଲଖନପୁର ବ୍ଲକର ଚାଷୀ । ନିଅଣ୍ଟିଆ ବର୍ଷା ଓ ରୋଗ ପୋକରୁ ବହୁ କଷ୍ଟରେ ଫସଲକୁ ବଞ୍ଚାଇ ଭଲ ଦି କେଣ୍ଡା ଧାନ ଘରକୁ ଆଣିବାକୁ ଆଶା କରିଥିଲେ ଚାଷୀ । ବିଲରେ ଧାନ ମଧ୍ୟ ପାଚିଲାଣି । କିଛି ଦିନ ପରେ ଅମଳ ହୋଇଥାନ୍ତା । ହେଲେ ତା ପୂର୍ବରୁ ଫସଲକୁ ଦଳଚକଟି ନଷ୍ଟ କରିଦେଇଛନ୍ତି ବାର୍‌ହା । ରାତି ହେଲେ ଗାଁ ମୁହାଁ ହେଉଛନ୍ତି । ପାଚିଲା ଧାନ ଖାଇବା ସହ ଧାନ କେଣ୍ଡାଗୁଡିକୁ ମାଟିରେ ମିଶାଇ ଦେଉଛନ୍ତି । ବାର୍‌ହା ପାଇଁ  ରାତି ଅନିଦ୍ରା  ଚାଷୀ । ପାଳି କରି ଚାଷ ଜମିରେ ଜଗୁଛନ୍ତି । ବାଣ ଫୁଟାଇ ବାର୍‌ହା ଘଉଡାଇବାକୁ ଉଦ୍ୟମ ଚଲାଇଛନ୍ତି । ହେଲେ ବାର୍‌ହା କବଳରୁ ଚାଷ ଜମିକୁ ସୁରକ୍ଷା ଦେଇପାରୁନାହାନ୍ତି । ବାର୍‌ହା ପଲ ଚାଷୀଙ୍କ ମୁହଁରୁ ଛଡାଇ ନେଇଛନ୍ତି ବର୍ଷକର ଆହାର । ଚାଷ ଜମିରେ ଉତ୍ପାତ କରୁଛନ୍ତି । ବାର୍‌ହାଙ୍କ ଉତ୍ପାତ ଏମିତି ଲାଗି ରହିଲେ ଫସଲରୁ ଲାଭ କଣ ମୂଳ ଟଙ୍କା ବି ମିଳିପାରିବନି ବୋଲି ଦୁଃଖର ସହ କହିଛନ୍ତି ଚାଷୀ । ପ୍ରଶାସନ ବାର୍‌ହା ଘଉଡାଇବାକୁ ବ୍ୟବସ୍ଥା କରିବା ସହ କ୍ଷତିପୂରଣ ଦାବି କରିଛନ୍ତି ଚାଷୀ ।   

ଏକାଥରେ ଦଳବଳ ହୋଇ ଆସୁଛନ୍ତି, ଫସଲ ଖାଇଯାଉଛନ୍ତି, ଚିନ୍ତାରେ ଚାଷୀ

ଝାରସୁଗୁଡା ୧୩/୧୧: ନିଦ ହଜାଉଛନ୍ତି ଜଙ୍ଗଲୀ ବାର୍‌ହା । ରାତିରେ ଦଳବଳ ହୋଇ ଆସୁଛନ୍ତି । ଏକର ଏକର ଚାଷ ଜମି ଉଜାଡୁଛନ୍ତି । ମନ ଇଚ୍ଛା ପାଚିଲା ଦାନ ଖାଇବା ସହ ଜମିକୁ ପଡିଆ କରିଦେଉଛନ୍ତି । ବାର୍‌ହା ପଲଙ୍କ ଉତ୍ପାତରେ ତ୍ରାହି ତ୍ରାହି ଡାକିଲେଣି ଝାରସୁଗୁଡା ଲଖନପୁର ବ୍ଲକର ଚାଷୀ । ନିଅଣ୍ଟିଆ ବର୍ଷା ଓ ରୋଗ ପୋକରୁ ବହୁ କଷ୍ଟରେ ଫସଲକୁ ବଞ୍ଚାଇ ଭଲ ଦି କେଣ୍ଡା ଧାନ ଘରକୁ ଆଣିବାକୁ ଆଶା କରିଥିଲେ ଚାଷୀ । ବିଲରେ ଧାନ ମଧ୍ୟ ପାଚିଲାଣି । କିଛି ଦିନ ପରେ ଅମଳ ହୋଇଥାନ୍ତା । ହେଲେ ତା ପୂର୍ବରୁ ଫସଲକୁ ଦଳଚକଟି ନଷ୍ଟ କରିଦେଇଛନ୍ତି ବାର୍‌ହା । 


ରାତି ହେଲେ ଗାଁ ମୁହାଁ ହେଉଛନ୍ତି । ପାଚିଲା ଧାନ ଖାଇବା ସହ ଧାନ କେଣ୍ଡାଗୁଡିକୁ ମାଟିରେ ମିଶାଇ ଦେଉଛନ୍ତି । ବାର୍‌ହା ପାଇଁ  ରାତି ଅନିଦ୍ରା  ଚାଷୀ । ପାଳି କରି ଚାଷ ଜମିରେ ଜଗୁଛନ୍ତି । ବାଣ ଫୁଟାଇ ବାର୍‌ହା ଘଉଡାଇବାକୁ ଉଦ୍ୟମ ଚଲାଇଛନ୍ତି । ହେଲେ ବାର୍‌ହା କବଳରୁ ଚାଷ ଜମିକୁ ସୁରକ୍ଷା ଦେଇପାରୁନାହାନ୍ତି । ବାର୍‌ହା ପଲ ଚାଷୀଙ୍କ ମୁହଁରୁ ଛଡାଇ ନେଇଛନ୍ତି ବର୍ଷକର ଆହାର । ଚାଷ ଜମିରେ ଉତ୍ପାତ କରୁଛନ୍ତି । ବାର୍‌ହାଙ୍କ ଉତ୍ପାତ ଏମିତି ଲାଗି ରହିଲେ ଫସଲରୁ ଲାଭ କଣ ମୂଳ ଟଙ୍କା ବି ମିଳିପାରିବନି ବୋଲି ଦୁଃଖର ସହ କହିଛନ୍ତି ଚାଷୀ । ପ୍ରଶାସନ ବାର୍‌ହା ଘଉଡାଇବାକୁ ବ୍ୟବସ୍ଥା କରିବା ସହ କ୍ଷତିପୂରଣ ଦାବି କରିଛନ୍ତି ଚାଷୀ ।