ଏଚ୍‌ଏମ୍‌ଏସ୍‌ଆଇର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୨୯ା୩: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ ଘରୋଇ ବଜାର (ଭାରତ)ରେ ୬ କୋଟିରୁ ଅଧିକ ଗାଡ଼ି ବିକ୍ରିକରି ନୂଆ ମାଇଲଖୁଣ୍ଟ ହାସଲ କରିଛି। ବିଶେଷକରି ଏହି ସଫଳତା ଭାରତୀୟ ବଜାର ପ୍ରତି କମ୍ପାନୀର ଉପସ୍ଥିତି ଓ ଅତୁଟ ପ୍ରତିବଦ୍ଧତାକୁ ଦର୍ଶାଉଛି। ଉଲ୍ଲେଖଯୋଗ୍ୟ, ୨୦୦୧ରେ କମ୍ପାନୀ ତା’ର ପ୍ରଥମ ଦୁଇଚକିଆ ଯାନ ଆକ୍ଟିଭା ସହ ଭାରତୀୟ ବଜାରକୁ ପ୍ରବେଶ କରିଥିଲା। ଏପରିକି ବର୍ଷ ବର୍ଷ ଧରି କମ୍ପାନୀ ଅନେକ ନୂତନ ମାଇଲଖୁଣ୍ଟ ହାସଲ ସହ […] The post ଏଚ୍‌ଏମ୍‌ଏସ୍‌ଆଇର ନୂଆ ମାଇଲଖୁଣ୍ଟ appeared first on Dharitri Odia News.

ଏଚ୍‌ଏମ୍‌ଏସ୍‌ଆଇର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୨୯ା୩: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ ଘରୋଇ ବଜାର (ଭାରତ)ରେ ୬ କୋଟିରୁ ଅଧିକ ଗାଡ଼ି ବିକ୍ରିକରି ନୂଆ ମାଇଲଖୁଣ୍ଟ ହାସଲ କରିଛି। ବିଶେଷକରି ଏହି ସଫଳତା ଭାରତୀୟ ବଜାର ପ୍ରତି କମ୍ପାନୀର ଉପସ୍ଥିତି ଓ ଅତୁଟ ପ୍ରତିବଦ୍ଧତାକୁ ଦର୍ଶାଉଛି। ଉଲ୍ଲେଖଯୋଗ୍ୟ, ୨୦୦୧ରେ କମ୍ପାନୀ ତା’ର ପ୍ରଥମ ଦୁଇଚକିଆ ଯାନ ଆକ୍ଟିଭା ସହ ଭାରତୀୟ ବଜାରକୁ ପ୍ରବେଶ କରିଥିଲା। ଏପରିକି ବର୍ଷ ବର୍ଷ ଧରି କମ୍ପାନୀ ଅନେକ ନୂତନ ମାଇଲଖୁଣ୍ଟ ହାସଲ ସହ ଭାରତର ଲୋକପ୍ରିୟ ଦୁଇଚକିଆ ବ୍ରାଣ୍ଡ୍‌ ମଧ୍ୟରୁ ଅନ୍ୟତମ ହୋଇଯାଇଥିଲା। ଘରୋଇ ବଜାରେ ବ୍ରାଣ୍ଡ୍‌ର ପ୍ରତିଷ୍ଠା ପରଠାରୁ ଏଚ୍‌ଏମ୍‌ଏସ୍‌ଆଇ ଅଭିନବତା, ଗୁଣବତ୍ତା ଏବଂ ଗ୍ରାହକ ସନ୍ତୋଷରେ ଅଗ୍ରଣୀ ରହିଛି। ଭାରତୀୟ ଉପଭୋକ୍ତାଙ୍କ ବିବିଧ ଆବଶ୍ୟକତା ପୂରଣ କରିବା ପାଇଁ ପ୍ରସ୍ତୁତ ବିଶ୍ୱସ୍ତରୀୟ ଉତ୍ପାଦଗୁଡ଼ିକର ଏକ ବିଶାଳ ଉପତ୍ାଦ ବର୍ଗମାଳା କ୍ରମାଗତ ଭାବେ ପ୍ରଦାନ କରୁଛି। ୨୦୦୧ ଜୁନ୍‌ରେ ବ୍ରାଣ୍ଡ୍‌ ଖୁଚୁରା କାରବାର ଆରମ୍ଭ କରିଥିବାବେଳେ ଗତ ୨ଦଶନ୍ଧିରୁ ଅଧିକ ସମୟ ଧରି କମ୍ପାନୀ ଭାରତୀୟ ଗ୍ରାହକମାନଙ୍କ ସମର୍ଥନ ପାଇଆସୁଛି। ଏପରିକି ପ୍ରଥମ ୧କୋଟି ଗ୍ରାହକ ହାସଲ କରିବା ପାଇଁ କମ୍ପାନୀକୁ ୧୧ ବର୍ଷ ସମୟ ଲାଗିଥିବାବେଳେ ବର୍ତ୍ତମାନ ଏହାର ଗତି ୩ଗୁଣ ବୃଦ୍ଧି ପାଇଛି ଏବଂ ପରବର୍ତ୍ତୀ ୩ ବର୍ଷରେ ଏହା ୨କୋଟି ଛୁଇଁଛି। ୨୦୧୭ ଏପ୍ରିଲରେ ବ୍ରାଣ୍ଡ୍‌ ୩ କୋଟିର ନୂତନ ମାଇଲଖୁଣ୍ଟ ହାସଲ କରିଥିଲା। କିନ୍ତୁ ପରବର୍ତ୍ତୀ ୩ କୋଟି ଗ୍ରାହକ ମାତ୍ର ୭ ବର୍ଷ ମଧ୍ୟରେ ହୋଣ୍ଡା ପରିବାରରେ ଯୋଗଦେଇଥିଲେ ଏବଂ ୨୦୨୪ ମାର୍ଚ୍ଚରେ ବ୍ରାଣ୍ଡ୍‌ର ୬କୋଟି ଘରୋଇ ବିକ୍ରି ସହ ନୂତନ ରେକର୍ଡ ଓ ମାଇଲଖୁଣ୍ଟ ହାସଲ କରିଛି।
ଏ ସମ୍ପର୍କରେ ଏଚ୍‌ଏମ୍‌ଏସ୍‌ଆଇର ଏମ୍‌ଡି, ସଭାପତି ଓ ସିଇଓ ସୁତ୍ସୁମୁ ଓଟାନି କହିଛନ୍ତି, କମ୍ପାନୀ ବର୍ତ୍ତମାନ ୬କୋଟିରୁ ଅଧିକ ଉଲ୍ଲସିତ ଗ୍ରାହକଙ୍କ ଏକ ପରିବାର ବୋଲି ଘୋଷଣା କରି ଆମେ ବେଶ୍‌ ଉତ୍ସାହିତ ଅଛୁ। ବିଶେଷକରି ଏହି ବିକ୍ରୟ ମାଇଲଖୁଣ୍ଟ ହାସଲ କରିବା ସହ ଭାରତୀୟ ଗ୍ରାହକମାନେ ବ୍ରାଣ୍ଡ୍‌ ହୋଣ୍ଡା ଉପରେ ରଖିଥିବା ବିଶ୍ୱାସ ଏବଂ ଆତ୍ମବିଶ୍ୱାସର ପ୍ରମାଣ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।

The post ଏଚ୍‌ଏମ୍‌ଏସ୍‌ଆଇର ନୂଆ ମାଇଲଖୁଣ୍ଟ appeared first on Dharitri Odia News.