ଏଟିଏମ୍ କାର୍ଡ ଚୋରି କରି ଆକାଉଣ୍ଟରୁ ଅର୍ଥ ଲୁଟ୍ : ୩ ଲୁଟେରା ଗିରଫ, ୫୧ କାର୍ଡ ସହ ଲକ୍ଷାଧିକ ଟଙ୍କା ଜବତ

ଖୋର୍ଦ୍ଧା ୭।୫: ବିଭିନ୍ନ ସମୟରେ ଅଶିକ୍ଷିତ କିମ୍ବା ବୃଦ୍ଧବୃଦ୍ଧା ଏଟିଏମ୍ କାଉଣ୍ଟରରୁ ଟଙ୍କା ବାହାର କଲାବେଳେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏହାର ସୁଯୋଗ ନେଇ ପଶ୍ଚିମବଙ୍ଗର ତିନି ସାଇବର ଲୁଟେରା ବିଭିନ୍ନ କାଉଣ୍ଟରରେ ତୀକ୍ଷଣ ନଜର ରଖି ଏଟିଏମ କାର୍ଡ ଚୋରି କରି ଆକାଉଣ୍ଟରୁ ଅର୍ଥ ଲୁଟ୍ କରିବାରେ ସଫଳ ହୋଇଥିଲେ । ଗତ ତିନି ମାସ ଧରି ଏହି ପ୍ରକାର ଅଭିଯୋଗ ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ, ନାଚୁଣୀ, ଟାଙ୍ଗି, ବାଲୁଗାଁ ଥାନାରେ ଅଭିଯୋଗ ହୋଇ ଆସୁଥିଲା । ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଏହି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇ ତାଙ୍କ ଠାରୁ ୫୧ଟି ଏଟିଏମ୍ କାର୍ଡ ଜବତ କରିବା ସହ ଲକ୍ଷାଧିକ ଟଙ୍କା ଜବତ କରିଛି । ଅନ୍ୟ ଏକ ଘଟଣାରେ ବାଲୁଗାଁରେ ଥିବା ଏକ ସ୍ଵର୍ଣ୍ଣ ଅଳଙ୍କାର ସୋ’ରୁମ୍‌ରୁ ଗତ ୨ ତାରିଖ ରାତିରେ ଚୋରି ହୋଇଥିବା ୫ କିଲୋ ରୁପା ସାମଗ୍ରୀ, ୨୦୦ଗ୍ରାମ ସୁନା ଅଳଙ୍କାରକୁ ପୋଲିସ ଧରିବାରେ ସଫଳ ହେବା ସହ ଦୁଇ ଜଣଙ୍କୁ ଗିରଫ କରିଛି ବୋଲି ଖୋର୍ଦ୍ଧା ଏସ୍‌ପି ସାଗରିକା ନାଥ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।You Can Read:ଆନନ୍ଦବନରେ ସୁଭଦ୍ରା ଶକ୍ତି କାଫେ ଉଦଘାଟିତ, ମିଳିବ ମିଲେଟ୍‌ରୁ ପ୍ରସ୍ତୁତ ଓ ପୋଷଣ ଯୁକ୍ତ ଖାଦ୍ୟ

ଏଟିଏମ୍ କାର୍ଡ ଚୋରି କରି ଆକାଉଣ୍ଟରୁ ଅର୍ଥ ଲୁଟ୍ : ୩ ଲୁଟେରା ଗିରଫ, ୫୧ କାର୍ଡ ସହ ଲକ୍ଷାଧିକ ଟଙ୍କା ଜବତ

ଖୋର୍ଦ୍ଧା ୭।୫ବିଭିନ୍ନ ସମୟରେ ଅଶିକ୍ଷିତ କିମ୍ବା ବୃଦ୍ଧବୃଦ୍ଧା ଏଟିଏମ୍ କାଉଣ୍ଟରରୁ ଟଙ୍କା ବାହାର କଲାବେଳେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏହାର ସୁଯୋଗ ନେଇ ପଶ୍ଚିମବଙ୍ଗର ତିନି ସାଇବର ଲୁଟେରା ବିଭିନ୍ନ କାଉଣ୍ଟରରେ ତୀକ୍ଷଣ ନଜର ରଖି ଏଟିଏମ କାର୍ଡ ଚୋରି କରି ଆକାଉଣ୍ଟରୁ ଅର୍ଥ ଲୁଟ୍ କରିବାରେ ସଫଳ ହୋଇଥିଲେ । ଗତ ତିନି ମାସ ଧରି ଏହି ପ୍ରକାର ଅଭିଯୋଗ ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ, ନାଚୁଣୀ, ଟାଙ୍ଗି, ବାଲୁଗାଁ ଥାନାରେ ଅଭିଯୋଗ ହୋଇ ଆସୁଥିଲା । ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଏହି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇ ତାଙ୍କ ଠାରୁ ୫୧ଟି ଏଟିଏମ୍ କାର୍ଡ ଜବତ କରିବା ସହ ଲକ୍ଷାଧିକ ଟଙ୍କା ଜବତ କରିଛି । ଅନ୍ୟ ଏକ ଘଟଣାରେ ବାଲୁଗାଁରେ ଥିବା ଏକ ସ୍ଵର୍ଣ୍ଣ ଅଳଙ୍କାର ସୋ’ରୁମ୍‌ରୁ ଗତ ୨ ତାରିଖ ରାତିରେ ଚୋରି ହୋଇଥିବା ୫ କିଲୋ ରୁପା ସାମଗ୍ରୀ, ୨୦୦ଗ୍ରାମ ସୁନା ଅଳଙ୍କାରକୁ ପୋଲିସ ଧରିବାରେ ସଫଳ ହେବା ସହ ଦୁଇ ଜଣଙ୍କୁ ଗିରଫ କରିଛି ବୋଲି ଖୋର୍ଦ୍ଧା ଏସ୍‌ପି ସାଗରିକା ନାଥ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

You Can Read:

ଆନନ୍ଦବନରେ ସୁଭଦ୍ରା ଶକ୍ତି କାଫେ ଉଦଘାଟିତ, ମିଳିବ ମିଲେଟ୍‌ରୁ ପ୍ରସ୍ତୁତ ଓ ପୋଷଣ ଯୁକ୍ତ ଖାଦ୍ୟ