ଏଟିଏମ୍‌ ବାହାରେ ଯୁବକଙ୍କୁ ମିଳିଲା ବିଡ଼ା ବିଡ଼ା ନୋଟ୍‌, ଏହା ପରେ ସେ ଯାହା କଲେ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଜଣେ ବ୍ୟକ୍ତିଙ୍କ ଭାଗ୍ୟ କେବେ ଉଜ୍ଜ୍ୱଳ ହେବ ତାହା କେହି ଜାଣିପାରନ୍ତି ନାହିଁ। ଲୋକମାନେ ଧନ ସନ୍ଧାନରେ ସାରା ଜୀବନ କଠିନ ପରିଶ୍ରମ କରି ମଧ୍ୟ ଅଭାବ ଅସୁବିଧାରେ ଚଳିଥାନ୍ତି। ମାତ୍ର କିଛି ନ କରି ହଠାତ୍‌ ପାଦତଳେ ଅଜାଡ଼ି ହୋଇପଡ଼େ ଧନ। ଏହା ପରେ ଲୋକେ ସୁଯୋଗର ଲାଭ ଉଠାଇବେ କି ନାହିଁ ତାହା ସେମାନଙ୍କ ଉପରେ ନିର୍ଭର କରେ। ଆମେରିକାର ଜଣେ ଯୁବକଙ୍କ କ୍ଷେତ୍ରରେ ଏପରି ଘଟିଛି। ଏକ ରିପୋର୍ଟ ଅନୁଯାୟୀ, ୧୯ ବର୍ଷୀୟ […] The post ଏଟିଏମ୍‌ ବାହାରେ ଯୁବକଙ୍କୁ ମିଳିଲା ବିଡ଼ା ବିଡ଼ା ନୋଟ୍‌, ଏହା ପରେ ସେ ଯାହା କଲେ ଜାଣିଲେ ହେବେ ଆଶ୍ଚର୍ଯ୍ୟ appeared first on Dharitri Odia News.

ଏଟିଏମ୍‌ ବାହାରେ ଯୁବକଙ୍କୁ ମିଳିଲା ବିଡ଼ା ବିଡ଼ା ନୋଟ୍‌, ଏହା ପରେ ସେ ଯାହା କଲେ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଜଣେ ବ୍ୟକ୍ତିଙ୍କ ଭାଗ୍ୟ କେବେ ଉଜ୍ଜ୍ୱଳ ହେବ ତାହା କେହି ଜାଣିପାରନ୍ତି ନାହିଁ। ଲୋକମାନେ ଧନ ସନ୍ଧାନରେ ସାରା ଜୀବନ କଠିନ ପରିଶ୍ରମ କରି ମଧ୍ୟ ଅଭାବ ଅସୁବିଧାରେ ଚଳିଥାନ୍ତି। ମାତ୍ର କିଛି ନ କରି ହଠାତ୍‌ ପାଦତଳେ ଅଜାଡ଼ି ହୋଇପଡ଼େ ଧନ। ଏହା ପରେ ଲୋକେ ସୁଯୋଗର ଲାଭ ଉଠାଇବେ କି ନାହିଁ ତାହା ସେମାନଙ୍କ ଉପରେ ନିର୍ଭର କରେ। ଆମେରିକାର ଜଣେ ଯୁବକଙ୍କ କ୍ଷେତ୍ରରେ ଏପରି ଘଟିଛି।

ଏକ ରିପୋର୍ଟ ଅନୁଯାୟୀ, ୧୯ ବର୍ଷୀୟ ଜୋଜେ ନୁନେଜ ରୋମାନିଜ ଆମେରିକାର ନ୍ୟୁ ମେକ୍ସିକୋରେ ଥିବା ଏକ ବ୍ୟାଙ୍କକୁ ଯାଇଥିଲେ। ତାଙ୍କୁ ବ୍ୟାଙ୍କରେ ଟଙ୍କା ଜମା କରିବାକୁ ପଡ଼ିଥିଲା। ସେଠାରେ ଏକ ଏଟିଏମ ଥିଲା, ଯାହା ପାଖରେ ଏକ ପ୍ୟାକେଟ ପଡ଼ିଥିଲା। ପ୍ୟାକେଟ୍‌ଟି ପରିଷ୍କାର ଥିଲା। ସେହି ପ୍ୟାକେଟ ଭିତରେ ନୋଟ୍‌ଗୁଡ଼ିକ ଭରି କି ରହିଥିଲା।

ଯୁବକ ଜଣକ ଭୟଭୀତ ଭାବରେ ପ୍ୟାକେଟ ଉଠାଇଲେ। ଯେଉଁଥିରେ ଲେଖାଥିଲା ଯେ, ଭିତରେ ୨୦ ଡଲାର ନୋଟ୍‌ ଅଛି ଏବଂ ସମୁଦାୟ ୬୦ହଜାର ଡଲାର ରହିଛି। ଯୁବକ ଜଣକ ତୁରନ୍ତ ପୋଲିସକୁ ଡାକିଥିଲେ। ଥରେ ବି ତାଙ୍କ ମନକୁ ଆସିଲା ନାହିଁ ଯେ, ସେ ସେହି ଟଙ୍କା ନିଜ ପାଇଁ ରଖିବେ କିମ୍ବା  ସେଠାରୁ ଚାଲିଯିବେ। ଯେତେବେଳେ ପୋଲିସ ଟଙ୍କା ଗଣନା ଗଣିଲା। ସେତେବେଳେ ସେମାନେ ପ୍ୟାକେଟରେ ୫୦ ଟଙ୍କିଆ ନୋଟ୍‌ ଅତିରିକ୍ତ ୭୫,୦୦୦ ଡଲାର ପାଇଲେ। ଏହି ଉପାୟରେ ପ୍ୟାକେଟରେ ସମୁଦାୟ ୧.୧ କୋଟିରୁ ଅଧିକ ଟଙ୍କା ମିଳିଥିଲା। ଯୁବକଙ୍କ ଏପରି ମହାନତାକୁ ପୋଲିସ ମଧ୍ୟ ପ୍ରଶଂସା କରିଥିଲା।

The post ଏଟିଏମ୍‌ ବାହାରେ ଯୁବକଙ୍କୁ ମିଳିଲା ବିଡ଼ା ବିଡ଼ା ନୋଟ୍‌, ଏହା ପରେ ସେ ଯାହା କଲେ ଜାଣିଲେ ହେବେ ଆଶ୍ଚର୍ଯ୍ୟ appeared first on Dharitri Odia News.