ଏଣିକି ଦଳ ବଦଳାଇଲେ ବିଧାୟକଙ୍କୁ ମିଳିବନି ପେନସନ୍‌, ରାଜ୍ୟ ସରକାର ଆଣିଲେ କଡ଼ା ଆଇନ୍‌

ଶିମଲା,୫।୯: ଦଳ ବଦଳ ରୋକିବାକୁ ରାଜ୍ୟ ସରକାର ଆଣିଛନ୍ତି ନୂଆ ବିଲ୍‌ । ଏଣିକି ଦଳ ବଦଳାଇଲେ କିମ୍ବା ଦଳ ବିରୋଧୀ କାମ କରି ଅଯୋଗ୍ୟ ଘୋଷିତ ହେଲେ ବିଧାୟକଙ୍କୁ ମିଳିବନି ପେନସନ । ମୁଖ୍ୟମନ୍ତ୍ରୀ ଆଗତ କରିଥିବା ବିଲ ବିଧାନସଭାରେ ପାରିତ ହୋଇଛି। ଏବେ କେବଳ ରାଜ୍ୟପାଳଙ୍କ ମୋହରକୁ ଅପେକ୍ଷା । ହିମାଚଳ ପ୍ରଦେଶ ସରକାର ଆଣିବାକୁ ଯାଉଛନ୍ତି ନୂଆ ଆଇନ । ଏଣିକି ରାଜ୍ୟରେ ଯଦି କୌଣସି ରାଜନେତା ତାଙ୍କ ଦଳ ଛାଡ଼ନ୍ତି କିମ୍ବା […] The post ଏଣିକି ଦଳ ବଦଳାଇଲେ ବିଧାୟକଙ୍କୁ ମିଳିବନି ପେନସନ୍‌, ରାଜ୍ୟ ସରକାର ଆଣିଲେ କଡ଼ା ଆଇନ୍‌ appeared first on Dharitri Odia News.

ଏଣିକି ଦଳ ବଦଳାଇଲେ ବିଧାୟକଙ୍କୁ ମିଳିବନି ପେନସନ୍‌, ରାଜ୍ୟ ସରକାର ଆଣିଲେ କଡ଼ା ଆଇନ୍‌

ଶିମଲା,୫।୯: ଦଳ ବଦଳ ରୋକିବାକୁ ରାଜ୍ୟ ସରକାର ଆଣିଛନ୍ତି ନୂଆ ବିଲ୍‌ । ଏଣିକି ଦଳ ବଦଳାଇଲେ କିମ୍ବା ଦଳ ବିରୋଧୀ କାମ କରି ଅଯୋଗ୍ୟ ଘୋଷିତ ହେଲେ ବିଧାୟକଙ୍କୁ ମିଳିବନି ପେନସନ । ମୁଖ୍ୟମନ୍ତ୍ରୀ ଆଗତ କରିଥିବା ବିଲ ବିଧାନସଭାରେ ପାରିତ ହୋଇଛି। ଏବେ କେବଳ ରାଜ୍ୟପାଳଙ୍କ ମୋହରକୁ ଅପେକ୍ଷା ।

ହିମାଚଳ ପ୍ରଦେଶ ସରକାର ଆଣିବାକୁ ଯାଉଛନ୍ତି ନୂଆ ଆଇନ । ଏଣିକି ରାଜ୍ୟରେ ଯଦି କୌଣସି ରାଜନେତା ତାଙ୍କ ଦଳ ଛାଡ଼ନ୍ତି କିମ୍ବା ଦଳ ବିରୋଧୀ କାମ କରି ଅଯୋଗ୍ୟ ଘୋଷିତ ହୁଅନ୍ତି, ତେବେ ତାଙ୍କୁ ପେନସନ ମିଳିବ ନାହିଁ । ଏ ସଂକ୍ରାନ୍ତ ବିଲ୍‌କୁ ହିମାଚଳ ପ୍ରଦେଶ ବିଧାନସଭାରେ ଅନୁମୋଦନ ମିଳିଛି । ନିଜେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦ ସିଂହ ସୁଖୁ ବିଧାନସଭାରେ ଏହି ବିଲ ଆଗତ କରିଛନ୍ତି । ଏବେ ବିଲକୁ ରାଜ୍ୟପାଳଙ୍କ ପାଖକୁ ପଠାଯିବ । ଆଉ ରାଜ୍ୟପାଳ ମୋହର ଲଗାଇବା ପରେ ଏହା ଆଇନରେ ପରିଣତ ହେବ ।

ଗତ ଫେବ୍ରୁଆରିରେ ହିମାଚଳ ପ୍ରଦେଶ କଂଗ୍ରେସର ୬ ଜଣ କଂଗ୍ରେସ ବିଧାୟକ ଅଯୋଗ୍ୟ ଘୋଷିତ ହୋଇଥିଲେ । ବଜେଟ ଉପରେ ଲେଖାନୁଦାନ ପାରିତ ବେଳେ ଏହି ୬ ବିଧାୟକ ଅନୁପସ୍ଥିତ ରହିବାରୁ ବାଚସ୍ପତି ସେମନଙ୍କୁ ଅଯୋଗ୍ୟ ଘୋଷିତ କରିଥିଲେ । ପରେ ସେମାନଙ୍କ ମଧ୍ୟରୁ ୨ ଜଣ ଉପନିର୍ବାଚନ ଜିତି ବିଧାନସଭାକୁ ଫେରିଥିବା ବେଳେ ୪ ଜଣ ହାରିଛନ୍ତି । ରାଜ୍ୟ ସଭା ନିର୍ବାଚନ ବେଳେ ମଧ୍ୟ ଏହି ୬ କଂଗ୍ରେସ ବିଧାୟକ ଭାଜପା ପ୍ରାର୍ଥୀ ଇନ୍ଦର ଦତ୍ତା ଲଖନପାଲଙ୍କ ସପକ୍ଷରେ ଭୋଟ ଦେଇଥିଲେ ।

The post ଏଣିକି ଦଳ ବଦଳାଇଲେ ବିଧାୟକଙ୍କୁ ମିଳିବନି ପେନସନ୍‌, ରାଜ୍ୟ ସରକାର ଆଣିଲେ କଡ଼ା ଆଇନ୍‌ appeared first on Dharitri Odia News.