ଏଣିକି ମାଦକ ଦ୍ରବ୍ୟରେ ଗଣା ହେବ 'ଭାଙ୍ଗ'

ଆଇନରେ ଥିବା ପ୍ରାବଧାନ ଏବଂ କ୍ଷମତାକୁ ବ୍ୟବହାର କରି ରାଜ୍ୟ ସରକାର ଭାଙ୍ଗକୁ ମାଦକ ଦ୍ରବ୍ୟ ଭାବେ ଘୋଷଣା କରିଛନ୍ତି।

ଏଣିକି ମାଦକ ଦ୍ରବ୍ୟରେ ଗଣା ହେବ 'ଭାଙ୍ଗ'

ଏଣିକି 'ଭାଙ୍ଗ'କୁ ବି ସାମିଲ କରାଗଲା ମାଦକ ଦ୍ରବ୍ୟରେ। ଏନେଇ ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁଥିରେ ଦର୍ଶାଯାଇଛି ଯେ, ଓଡ଼ିଶା ଅବକାରୀ ଆଇନ ୨୦୦୮ ତଥା ୨୦୧୩ର ଓଡିଶା ଆଇନ ଦଶର ଧାରା ୨-ଟି ଦ୍ୱାରା ଏହା ଏକ ମାଦକ ଦ୍ରବ୍ୟ।

ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଭାଙ୍ଗକୁ ଖାଦ୍ୟ ଓ ପାନୀୟରେ ମିଶେଇ ଏକ ମନଉତ୍ତେଜକ ଦ୍ରବ୍ୟ ଭାବେ ବ୍ୟବହାର କରାଯାଏ। ଫଳରେ ଏହା ବିଶୃଙ୍ଖଳା, ଶତ୍ରୁତା, ବିକୃତି, ମତିଭ୍ରମ ଏବଂ ଚିନ୍ତା ଶକ୍ତି ହରାଇବାର କାରଣ ହୋଇଥାଏ। ତେଣୁ ଆଇନରେ ଥିବା ପ୍ରାବଧାନ ଏବଂ କ୍ଷମତାକୁ ବ୍ୟବହାର କରି ରାଜ୍ୟ ସରକାର ଭାଙ୍ଗକୁ ମାଦକ ଦ୍ରବ୍ୟ ଭାବେ ଘୋଷଣା କରିଛନ୍ତି।