ଏଥର ଆଇପିଏଲ୍‌ରେ ପ୍ରଶଂସକଙ୍କୁ ସରପ୍ରାଇଜ୍‌ ଦେବେ ଧୋନୀ

ଚେନ୍ନାଇ,୫।୨: ମହେନ୍ଦ୍ର ସିଂ ଧୋନୀ ଚେନ୍ନାଇ ସୁପର କିଙ୍ଗ୍ସକୁ ତାଙ୍କ ଅଧିନାୟକତ୍ୱରେ ଆଇପିଏଲ ୨୦୨୩ ଟାଇଟଲ ଜିତିଥିଲେ। ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ମୋଟ ୫ଟି ଆଇପିଏଲ ଟାଇଟଲ ଜିତିଛି। ଏବେ ପୁଣି ଥରେ ପ୍ରଶଂସକମାନେ ଆଶା କରୁଛନ୍ତି ଯେ ଧୋନୀ ଅଧିନାୟକ ଭାବେ ଚେନ୍ନାଇ ପାଇଁ କିଛି କରିବେ। କିନ୍ତୁ ଏହାପୂର୍ବରୁ ଧୋନୀ ତାଙ୍କର ନୂଆ ରୋଲ ଘୋଷଣା କରିଛନ୍ତି, ଯାହା ପ୍ରଶଂସକଙ୍କ ପାଇଁ କୌଣସି ସରପ୍ରାଇଜ୍‌ଠାରୁ କମ୍‌ ନୁହେଁ। ଧୋନୀ ଅଧିନାୟକ ଭାବରେ ଆଇପିଏଲ୍‌ ଖେଳିବେ […] The post ଏଥର ଆଇପିଏଲ୍‌ରେ ପ୍ରଶଂସକଙ୍କୁ ସରପ୍ରାଇଜ୍‌ ଦେବେ ଧୋନୀ appeared first on Dharitri Odia News.

ଏଥର ଆଇପିଏଲ୍‌ରେ ପ୍ରଶଂସକଙ୍କୁ ସରପ୍ରାଇଜ୍‌ ଦେବେ ଧୋନୀ

ଚେନ୍ନାଇ,୫।୨: ମହେନ୍ଦ୍ର ସିଂ ଧୋନୀ ଚେନ୍ନାଇ ସୁପର କିଙ୍ଗ୍ସକୁ ତାଙ୍କ ଅଧିନାୟକତ୍ୱରେ ଆଇପିଏଲ ୨୦୨୩ ଟାଇଟଲ ଜିତିଥିଲେ। ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ମୋଟ ୫ଟି ଆଇପିଏଲ ଟାଇଟଲ ଜିତିଛି। ଏବେ ପୁଣି ଥରେ ପ୍ରଶଂସକମାନେ ଆଶା କରୁଛନ୍ତି ଯେ ଧୋନୀ ଅଧିନାୟକ ଭାବେ ଚେନ୍ନାଇ ପାଇଁ କିଛି କରିବେ। କିନ୍ତୁ ଏହାପୂର୍ବରୁ ଧୋନୀ ତାଙ୍କର ନୂଆ ରୋଲ ଘୋଷଣା କରିଛନ୍ତି, ଯାହା ପ୍ରଶଂସକଙ୍କ ପାଇଁ କୌଣସି ସରପ୍ରାଇଜ୍‌ଠାରୁ କମ୍‌ ନୁହେଁ।
ଧୋନୀ ଅଧିନାୟକ ଭାବରେ ଆଇପିଏଲ୍‌ ଖେଳିବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଧୋନୀ ଫେସବୁକ ମାଧ୍ୟମରେ ଏକ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ସେ ଲେଖିଛନ୍ତି, ନୂତନ ସିଜିନ୍‌ ଏବଂ ନୂତନ ‘ଅବତାର’ ପାଇଁ ଆଉ ଅପେକ୍ଷା କରିପାରିବି ନାହିଁ। ଯୋଡିହୋଇଥାନ୍ତୁ…।
ବର୍ତ୍ତମାନ ଧୋନୀ ଏଥର ପ୍ରଶଂସକଙ୍କ ପାଇଁ କ’ଣ ଆଣିବେ ତାହା ଦେଖିବା ମଜାଦାର ହେବ। ଏହି ପୋଷ୍ଟ ସହିତ ସେ ନିଶ୍ଚିତ ଭାବରେ ପ୍ରଶଂସକଙ୍କ ମଧ୍ୟରେ ସସପେନ୍ସ ବୃଦ୍ଧି କରିଛନ୍ତି।
ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ଏପର୍ଯ୍ୟନ୍ତ ପାଞ୍ଚଟି ଟାଇଟଲ ଜିତିଛି।

The post ଏଥର ଆଇପିଏଲ୍‌ରେ ପ୍ରଶଂସକଙ୍କୁ ସରପ୍ରାଇଜ୍‌ ଦେବେ ଧୋନୀ appeared first on Dharitri Odia News.