ଏନ୍‌କାଉଣ୍ଟରରେ ଟଳିପଡ଼ିଲେ ୮ ମାଓବାଦୀ: ଜଣେ ଯବାନ ଶହୀଦ

ବିଜାପୁର,୧୫।୬: ଛତିଶଗଡ଼ ବିଜାପୁର ଜିଲାର ଅବୁଝମାଡ଼ ଜଙ୍ଗଲରେ ଶନିବାର ଏକ ବଡ଼ ଧରଣର ଏନ୍‌କାଉଣ୍ଟର ହୋଇଛି। ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳିବନିମୟ ଘଟିଛି। ଏନ୍‌କାଉଣ୍ଟରରେ ୮ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ଏଥିରେ ଜଣେ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ, ଅବୁଝମାଡ଼ ଜଙ୍ଗଲରେ ମାଓବାଦୀମାନେ ଲୁଚି ରହିଥିବା ପୋଲିସକୁ ଖବର ମଳିଥିଲା। ଏନେଇ ଯବାନ ଜଙ୍ଗଲରେ କୋମ୍ବିଂ ଅପରେଶନ କରୁଥିଲେ। ସେତିକିବେଳେ ମାଓବାଦୀମାନେ ଯବାନଙ୍କୁ ଦେଖି ଗୁଳି ଫୁଟାଇଥିଲେ। […] The post ଏନ୍‌କାଉଣ୍ଟରରେ ଟଳିପଡ଼ିଲେ ୮ ମାଓବାଦୀ: ଜଣେ ଯବାନ ଶହୀଦ appeared first on Dharitri Odia News.

ଏନ୍‌କାଉଣ୍ଟରରେ ଟଳିପଡ଼ିଲେ ୮ ମାଓବାଦୀ: ଜଣେ ଯବାନ ଶହୀଦ

ବିଜାପୁର,୧୫।୬: ଛତିଶଗଡ଼ ବିଜାପୁର ଜିଲାର ଅବୁଝମାଡ଼ ଜଙ୍ଗଲରେ ଶନିବାର ଏକ ବଡ଼ ଧରଣର ଏନ୍‌କାଉଣ୍ଟର ହୋଇଛି। ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳିବନିମୟ ଘଟିଛି। ଏନ୍‌କାଉଣ୍ଟରରେ ୮ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ଏଥିରେ ଜଣେ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ମୁତାବକ, ଅବୁଝମାଡ଼ ଜଙ୍ଗଲରେ ମାଓବାଦୀମାନେ ଲୁଚି ରହିଥିବା ପୋଲିସକୁ ଖବର ମଳିଥିଲା। ଏନେଇ ଯବାନ ଜଙ୍ଗଲରେ କୋମ୍ବିଂ ଅପରେଶନ କରୁଥିଲେ। ସେତିକିବେଳେ ମାଓବାଦୀମାନେ ଯବାନଙ୍କୁ ଦେଖି ଗୁଳି ଫୁଟାଇଥିଲେ। ଫଳରେ ଯବାନ ଏହାର ପାଳଟା ଜବାବ ଦେଇଥିଲେ। ଯବାନଙ୍କ ଗୁଳିରେ ୮ ମାଓବାଦୀ ନିହତ ହୋଇଥିବା ଜଣାପଡିଛି। ଅନ୍ୟପକ୍ଷେ ଜଣେ ଯବାନ ମଧ୍ୟ ଶହୀଦ ହୋଇଥିବା ସୂଚନା ମଳିଛି। ଏନେଇ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଛି।

The post ଏନ୍‌କାଉଣ୍ଟରରେ ଟଳିପଡ଼ିଲେ ୮ ମାଓବାଦୀ: ଜଣେ ଯବାନ ଶହୀଦ appeared first on Dharitri Odia News.