ଏନ୍‌ଡିଏ ସଂସଦୀୟ ଦଳର ବୈଠକ ଶେଷ

ନୂଆଦିଲ୍ଲୀ,୨।୭: ସୋମବାର ୧୮ତମ ଲୋକ ସଭା ଅଧିବେଶନରେ ଉଭୟ ଗୃହରେ ଅନେକ ଆଲୋଡ଼ନ ଦେଖାଦେଇଥିଲା। ରାଷ୍ଟ୍ରପତିଙ୍କ ସମ୍ବୋଧନରେ ଧନ୍ୟବାଦ ଅର୍ପଣ ଉପରେ ଆଲୋଚନା ବେଳେ ରାହୁଲ ଗାନ୍ଧୀଙ୍କ ବିବୃତ୍ତି ଉପରେ ଲୋକ ସଭାରେ ଏକ ବଡ଼ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଅନ୍ୟପକ୍ଷରେ, ରାଜ୍ୟ ସଭାରେ ମଲ୍ଲିକାର୍ଜୁନ ଖାର୍ଗେଙ୍କ ବିବୃତ୍ତି ପରେ ଶାସକ ଦଳ ବହୁ ଅଡୁଆ ସୃଷ୍ଟି କରିଥିଲା। ଆଜି ମଧ୍ୟ ଉଭୟ ଗୃହରେ ଉତ୍ତେଜନା ସୃଷ୍ଟି ହେବାର ସମ୍ଭାବନା ରହିଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି […] The post ଏନ୍‌ଡିଏ ସଂସଦୀୟ ଦଳର ବୈଠକ ଶେଷ appeared first on Dharitri Odia News.

ଏନ୍‌ଡିଏ ସଂସଦୀୟ ଦଳର ବୈଠକ ଶେଷ

ନୂଆଦିଲ୍ଲୀ,୨।୭: ସୋମବାର ୧୮ତମ ଲୋକ ସଭା ଅଧିବେଶନରେ ଉଭୟ ଗୃହରେ ଅନେକ ଆଲୋଡ଼ନ ଦେଖାଦେଇଥିଲା। ରାଷ୍ଟ୍ରପତିଙ୍କ ସମ୍ବୋଧନରେ ଧନ୍ୟବାଦ ଅର୍ପଣ ଉପରେ ଆଲୋଚନା ବେଳେ ରାହୁଲ ଗାନ୍ଧୀଙ୍କ ବିବୃତ୍ତି ଉପରେ ଲୋକ ସଭାରେ ଏକ ବଡ଼ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଅନ୍ୟପକ୍ଷରେ, ରାଜ୍ୟ ସଭାରେ ମଲ୍ଲିକାର୍ଜୁନ ଖାର୍ଗେଙ୍କ ବିବୃତ୍ତି ପରେ ଶାସକ ଦଳ ବହୁ ଅଡୁଆ ସୃଷ୍ଟି କରିଥିଲା। ଆଜି ମଧ୍ୟ ଉଭୟ ଗୃହରେ ଉତ୍ତେଜନା ସୃଷ୍ଟି ହେବାର ସମ୍ଭାବନା ରହିଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସମ୍ବନ୍ଧିତ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନାର ଉତ୍ତର ଦେଇପାରନ୍ତି।

ସୋମବାର ଲୋକ ସଭାରେ ୧୬ ଘଣ୍ଟିଆ ଆଲୋଚନା ଆରମ୍ଭ ହୋଇଥିଲା ଯାହା ଆଜି ପର୍ଯ୍ୟନ୍ତ ମଧ୍ୟ ଜାରି ରହିବ। ସୂଚନାନୁସାରେ, ମଙ୍ଗଳବାର ସାରେ ଆଲୋଚନା ଶେଷ ହେବାର ସମ୍ଭାବନା ରହିଛି, ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉତ୍ତର ଦେବେ। ଏହାପୂର୍ବରୁ ସୋମବାର ରାହୁଲ ଗାନ୍ଧୀ ନିଟ୍‌ ପରୀକ୍ଷା ପେପର ଲିକ ପ୍ରସଙ୍ଗରେ ଆଲୋଚନା ପାଇଁ ଆବେଦନ କରିଥିଲେ। ଏହାପୂର୍ବରୁ ଶୁକ୍ରବାର, ନିଟ୍‌ ପରୀକ୍ଷା ପେପର ଲିକ ପ୍ରସଙ୍ଗରେ ବିରୋଧୀଙ୍କ ଆଲୋଡ଼ନ ଯୋଗୁଁ ଧନ୍ୟବାଦ ଅର୍ପଣ ଉପରେ ଆଲୋଚନା ଆରମ୍ଭ ହୋଇପାରି ନାହିଁ।

The post ଏନ୍‌ଡିଏ ସଂସଦୀୟ ଦଳର ବୈଠକ ଶେଷ appeared first on Dharitri Odia News.