ଏପି ଧିଲନଙ୍କ ଘର ବାହାରେ ଗୁଳିମାଡ, ପୋଷ୍ଟ ସେୟାର କରି କହିଲେ-ମୁଁ ସୁରକ୍ଷିତ ଅଛି

ମୁମ୍ଵାଇ ୦୪।୦୯: ଲୋକପ୍ରିୟ ଗାୟକ ତଥା ରାପର ଏପି ଧିଲନ୍। ବର୍ତ୍ତମାନ ସେ ଚର୍ଚ୍ଚାରେ  ଅଛନ୍ତି। ଖବର ଆସିଛି ଯେ ତାଙ୍କ କାନାଡା ଘରେ ଗୁଳି ବିନିମୟ ହୋଇଛି।ଏହି ଘଟଣା ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଥିଲା। ଘର ବାହାରେ ଗୁଳିମାଡ଼ ପରେ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ସୁରକ୍ଷିତ ଥିବା କହିଛନ୍ତି ।ଲରେନ୍ସ ବିଷ୍ଣୁଙ୍କ ତରଫରୁ ରୋହିତ ଗୋଦ୍ରା ଏପି ଧିଲନଙ୍କୁ ଏହି ଗୁଳି ବିନିମୟର ଦାୟୀ ବୋଲି ଧମକ ଦେଇଛନ୍ତି। ସୂଚନା ଅନୁସାରେ, ରବିବାର ରାତିରେ କାନାଡାର ଭାନକୋଭରରେ ପଞ୍ଜାବୀ ଗାୟକ ତଥା ରାପର ଢିଲୋନଙ୍କ ଘର ନିକଟରେ ଗୁଳିମାଡ଼ ହୋଇଥିଲା। ପୋଷ୍ଟରେ ଏପି ଧିଲନ ଲେଖିଛନ୍ତି, "ମୁଁ ନିରାପଦରେ ଅଛି। ମୋର ଲୋକମାନେ ମଧ୍ୟ ସୁରକ୍ଷିତ ଅଛନ୍ତି। ଯେଉଁମାନେ ସହାୟତା କରିଛନ୍ତି ସେମାନଙ୍କୁ ଧନ୍ୟବାଦ। ଆପଣଙ୍କର ସମର୍ଥନ ମୋ ପାଇଁ ସବୁକିଛି। ଏହି ହମଲା ପାଇଁ ଲରେନ୍ସ ବିଷ୍ଣୋଇ ଓ ରୋହିତ ଗୋଦ୍ରା ଗ୍ୟାଙ୍ଗ ନିଜକୁ ଦାୟୀ କରିଛନ୍ତି।ପୂର୍ବରୁ ଧିଲନଙ୍କୁ ହତ୍ୟା ଧମକ ମିଳିଥିଲା। ସଲମାନ ଖାନଙ୍କ ସହ ତାଙ୍କ ସମ୍ପର୍କକୁ ଦର୍ଶାଇ ଧମକ ଦିଆଯାଇଥିଲା। ତାଙ୍କୁ ସୀମା ଭିତରେ ରହିବାକୁ କୁହାଯାଇଥିଲା, ନଚେତ୍ 'କୁକୁର' ପରି ମରିବାକୁ ପଡ଼ିବ ବୋଲି ଧମକ ମିଳିଥିଲା। ନିକଟରେ ଏପି ଧିଲନ ସଲମାନ ଖାନଙ୍କ ସହ 'ଓଲ୍ଡ ମନି' ଶୀର୍ଷକ ଏକ ମ୍ୟୁଜିକ୍ ଭିଡିଓରେ ଅଭିନୟ କରିଥିଲେ। ଏହାପରେ ତାଙ୍କୁ ଧମକ ମିଳିଥିଲା।  

ଏପି ଧିଲନଙ୍କ ଘର ବାହାରେ ଗୁଳିମାଡ, ପୋଷ୍ଟ ସେୟାର କରି କହିଲେ-ମୁଁ ସୁରକ୍ଷିତ ଅଛି

ମୁମ୍ଵାଇ ୦୪।୦୯: ଲୋକପ୍ରିୟ ଗାୟକ ତଥା ରାପର ଏପି ଧିଲନ୍। ବର୍ତ୍ତମାନ ସେ ଚର୍ଚ୍ଚାରେ  ଅଛନ୍ତି। ଖବର ଆସିଛି ଯେ ତାଙ୍କ କାନାଡା ଘରେ ଗୁଳି ବିନିମୟ ହୋଇଛି।ଏହି ଘଟଣା ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଥିଲା। ଘର ବାହାରେ ଗୁଳିମାଡ଼ ପରେ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ସୁରକ୍ଷିତ ଥିବା କହିଛନ୍ତି ।ଲରେନ୍ସ ବିଷ୍ଣୁଙ୍କ ତରଫରୁ ରୋହିତ ଗୋଦ୍ରା ଏପି ଧିଲନଙ୍କୁ ଏହି ଗୁଳି ବିନିମୟର ଦାୟୀ ବୋଲି ଧମକ ଦେଇଛନ୍ତି। 

ସୂଚନା ଅନୁସାରେ, ରବିବାର ରାତିରେ କାନାଡାର ଭାନକୋଭରରେ ପଞ୍ଜାବୀ ଗାୟକ ତଥା ରାପର ଢିଲୋନଙ୍କ ଘର ନିକଟରେ ଗୁଳିମାଡ଼ ହୋଇଥିଲା। ପୋଷ୍ଟରେ ଏପି ଧିଲନ ଲେଖିଛନ୍ତି, "ମୁଁ ନିରାପଦରେ ଅଛି। ମୋର ଲୋକମାନେ ମଧ୍ୟ ସୁରକ୍ଷିତ ଅଛନ୍ତି। ଯେଉଁମାନେ ସହାୟତା କରିଛନ୍ତି ସେମାନଙ୍କୁ ଧନ୍ୟବାଦ। ଆପଣଙ୍କର ସମର୍ଥନ ମୋ ପାଇଁ ସବୁକିଛି। ଏହି ହମଲା ପାଇଁ ଲରେନ୍ସ ବିଷ୍ଣୋଇ ଓ ରୋହିତ ଗୋଦ୍ରା ଗ୍ୟାଙ୍ଗ ନିଜକୁ ଦାୟୀ କରିଛନ୍ତି।

ପୂର୍ବରୁ ଧିଲନଙ୍କୁ ହତ୍ୟା ଧମକ ମିଳିଥିଲା। ସଲମାନ ଖାନଙ୍କ ସହ ତାଙ୍କ ସମ୍ପର୍କକୁ ଦର୍ଶାଇ ଧମକ ଦିଆଯାଇଥିଲା। ତାଙ୍କୁ ସୀମା ଭିତରେ ରହିବାକୁ କୁହାଯାଇଥିଲା, ନଚେତ୍ 'କୁକୁର' ପରି ମରିବାକୁ ପଡ଼ିବ ବୋଲି ଧମକ ମିଳିଥିଲା। ନିକଟରେ ଏପି ଧିଲନ ସଲମାନ ଖାନଙ୍କ ସହ 'ଓଲ୍ଡ ମନି' ଶୀର୍ଷକ ଏକ ମ୍ୟୁଜିକ୍ ଭିଡିଓରେ ଅଭିନୟ କରିଥିଲେ। ଏହାପରେ ତାଙ୍କୁ ଧମକ ମିଳିଥିଲା।