ଏପିବିର ତ୍ରୈମାସିକ ଫଳାଫଳ

ନୂଆଦିଲ୍ଲୀ,୧୦।୮: ଦେଶର ପ୍ରମୁଖ ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ପ୍ଲାଟ୍‌ଫର୍ମ ଏୟାରଟେଲ ପେମେଣ୍ଟସ ବ୍ୟାଙ୍କ (ଏପିବି)ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବ୍ୟାଙ୍କର ଆଗାମୀ କାର୍ଯ୍ୟକଳାପ ସହ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଫଳାଫଳ ମଧ୍ୟ ଘୋଷଣା କରାଯାଇଛି। ଏପରିକି ପ୍ରଥମ ଥର ପାଇଁ ବ୍ୟାଙ୍କର ତ୍ରୈମାସିକ ରାଜସ୍ବ ୬୧୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି, ଯାହା ବାର୍ଷିକ ଆଧାରରେ ୫୨% ଅଧିକ ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏ ସମ୍ପର୍କରେ ଏପିବିର […] The post ଏପିବିର ତ୍ରୈମାସିକ ଫଳାଫଳ appeared first on Dharitri Odia News.

ଏପିବିର ତ୍ରୈମାସିକ ଫଳାଫଳ

ନୂଆଦିଲ୍ଲୀ,୧୦।୮: ଦେଶର ପ୍ରମୁଖ ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ପ୍ଲାଟ୍‌ଫର୍ମ ଏୟାରଟେଲ ପେମେଣ୍ଟସ ବ୍ୟାଙ୍କ (ଏପିବି)ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବ୍ୟାଙ୍କର ଆଗାମୀ କାର୍ଯ୍ୟକଳାପ ସହ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଫଳାଫଳ ମଧ୍ୟ ଘୋଷଣା କରାଯାଇଛି। ଏପରିକି ପ୍ରଥମ ଥର ପାଇଁ ବ୍ୟାଙ୍କର ତ୍ରୈମାସିକ ରାଜସ୍ବ ୬୧୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି, ଯାହା ବାର୍ଷିକ ଆଧାରରେ ୫୨% ଅଧିକ ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏ ସମ୍ପର୍କରେ ଏପିବିର ଏମ୍‌ଡି ଓ ସିଇଓ ଅନୁବ୍ରତ ବିଶ୍ୱାସ କହିଛନ୍ତି, ଆମର ରାଜସ୍ବ ପ୍ରଥମ ଥର ପାଇଁ ୬୦୦କୋଟି ଟଙ୍କା ଅତିକ୍ରମ କରିବା ସହ ଆମେ ଚଳିତ ତ୍ରୈମାସିକରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ସମ୍ପର୍କରେ ଘୋଷଣାକରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଏହି ଶିଳ୍ପ ଅଗ୍ରଣୀ ଅଭିବୃଦ୍ଧି ଭାରତ ପାଇଁ ଆମର ଫ୍ଲାଗ୍‌ଶିପ ସୁରକ୍ଷିତ ଦୈନନ୍ଦିନ ଟ୍ରାଞ୍ଜାକ୍ସନ ଆକାଉଣ୍ଟର ମଜଭୁତ ଗ୍ରହଣୀୟତା ଏବଂ ଆମର ସମସ୍ତ ବ୍ୟବସାୟଗୁଡିକରେ ଡିଜିଟାଲ ପେମେଣ୍ଟସ୍‌ କ୍ଷେତ୍ରରେ ଏକ ବୃଦ୍ଧି ଦ୍ୱାରା ପରିଚାଳିତ ହୋଇଛି। ବ୍ୟାଙ୍କ ଆଜି ଭାରତର ସର୍ବବୃହତ୍‌ ଅଣଉନ୍ମୋଚିତ ଡିଜିଟାଲ ସୁଯୋଗଗୁଡିକର ବ୍ୟାପକ ଲାଭ ଉଠାଉଥିବା ଶ୍ରେଣୀର ପ୍ରଥମ ସଂସ୍ଥା ଭାବେ ସୁବ୍ୟବସ୍ଥିତ ରହିଛି।

The post ଏପିବିର ତ୍ରୈମାସିକ ଫଳାଫଳ appeared first on Dharitri Odia News.