ଏପ୍ରିଲ ୨୫ ତାରିଖରୁ ଖରା ଛୁଟି, କାଲିଠୁ ୨୪ ତାରିଖ ଯାଏ ସକାଳୁଆ ସ୍କୁଲ

ଭୁବନେଶ୍ବର : ଏପ୍ରିଲ ୨୫ରୁ ଖରା ଛୁଟି। ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟର ସବୁ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକ ପାଇଁ ଖରାଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏଥି ସହିତ ଏପ୍ରିଲ ୨୨ ଅର୍ଥାତ ଆସନ୍ତାକାଲିଠୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲା ରହିବ। ଏହାପରେ ଏପ୍ରିଲ ୨୫ ତାରିଖ ଠାରୁ ଗ୍ରୀଷ୍ମ ଛୁଟି ପାଇଁ ସରକାର ଘୋଷଣା କରିଛନ୍ତି। ସମ୍ଭାବ୍ଯ ଗ୍ରୀଷ୍ମ […]

ଏପ୍ରିଲ ୨୫ ତାରିଖରୁ ଖରା ଛୁଟି, କାଲିଠୁ ୨୪ ତାରିଖ ଯାଏ ସକାଳୁଆ ସ୍କୁଲ
Odisha GOVT announces summer vacation from April 25 in view of heatwave conditions

ଭୁବନେଶ୍ବର : ଏପ୍ରିଲ ୨୫ରୁ ଖରା ଛୁଟି। ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟର ସବୁ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକ ପାଇଁ ଖରାଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏଥି ସହିତ ଏପ୍ରିଲ ୨୨ ଅର୍ଥାତ ଆସନ୍ତାକାଲିଠୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲା ରହିବ। ଏହାପରେ ଏପ୍ରିଲ ୨୫ ତାରିଖ ଠାରୁ ଗ୍ରୀଷ୍ମ ଛୁଟି ପାଇଁ ସରକାର ଘୋଷଣା କରିଛନ୍ତି।


ଅନ୍ୟପଟେ ଗ୍ରୀଷ୍ମ ଛୁଟି ସମୟରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ପାଇଁ ଶିକ୍ଷା ତଥା ଶୈକ୍ଷିକ କାର୍ଯ୍ୟକ୍ରମ ନିମନ୍ତେ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟ ପରିଚାଳନା କରାଯିବ ବୋଲି ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ରିଲିଜ୍‌ରେ ଉଲ୍ଲେଖ କରାଯାଇଛି।

ସୂଚନାଯୋଗ୍ୟ ଏହା ପୂର୍ବରୁ ମଧ୍ୟ ପ୍ରବଳ ଖରା ଯୋଗୁଁ ସମସ୍ତ ସ୍କୁଲ ପାଇଁ ଏପ୍ରିଲ ୧୮ରୁ ୨୦ ଯାଏଁ ଛୁଟିି ଘୋଷଣା କରିଥିଲେ। ଆସନ୍ତାକାଲିଠୁ ସ୍କୁଲ ଖୋଲିବ। ହେଲେ ପାଣିପାଗ ବିଭାଗ ପୁଣିଥରେ ଏପ୍ରିଲ ୨୫ରୁ ପ୍ରବଳ ଖରା ନେଇ ଦର୍ଶାଇବା ପରେ ସରକାର ସ୍କୁଲ ଛୁଟି ନେଇ ଘୋଷଣା କରିଛନ୍ତି।