ଏବେ ତିହାର ଜେଲ୍‌କୁ ବୋମାରେ ଉଡାଇ ଦେବାକୁ ଧମକ; ଦିଲ୍ଲୀ ପୋଲିସର ତନାଘନା…

ନୂଆଦିଲ୍ଲୀ,୧୪।୫: ଦିଲ୍ଲୀର ତିହାର ଜେଲ୍‌କୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ମଙ୍ଗଳବାର ଏକ ଇମେଲ ମାଧ୍ୟମରେ ଏହି ଧମକ ମିଳିବା ପରେ ଜେଲ ପ୍ରଶାସନ ପକ୍ଷରୁ ଦିଲ୍ଲୀ ପୋଲିସକୁ ସୂଚନା ଦିଆଯାଇଥିଲା। ଏହାକୁ ନେଇ ପୋଲିସ ଆଲର୍ଟରେ ରହିଛି। ଏପରିକି ଜେଲ ପରିସରରେ ଡଗ୍‌ ସ୍କ୍ବାର୍ଡକୁ ନେଇ ସର୍ଚ୍ଚ ଅପରେଶନ ଚଳାଉଛି। ସେହିଭଳି ଜେଲ୍‌କୁ ଆସୁଥିବା ଏବଂ ଯାଉଥିବା ଲୋକଙ୍କ ଉପରେ ରୋକ ଲଗାଯାଇଛି। ତିହାର ଜେଲ୍‌କୁ ମିଳିଥିବା ଧମକପୂର୍ଣ୍ଣ ଇମେଲ୍‌ରେ ଲେଖାଯାଇଛି ଯେ, ମୁଁ […] The post ଏବେ ତିହାର ଜେଲ୍‌କୁ ବୋମାରେ ଉଡାଇ ଦେବାକୁ ଧମକ; ଦିଲ୍ଲୀ ପୋଲିସର ତନାଘନା… appeared first on Dharitri Odia News.

ଏବେ ତିହାର ଜେଲ୍‌କୁ ବୋମାରେ ଉଡାଇ ଦେବାକୁ ଧମକ; ଦିଲ୍ଲୀ ପୋଲିସର ତନାଘନା…

ନୂଆଦିଲ୍ଲୀ,୧୪।୫: ଦିଲ୍ଲୀର ତିହାର ଜେଲ୍‌କୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ମଙ୍ଗଳବାର ଏକ ଇମେଲ ମାଧ୍ୟମରେ ଏହି ଧମକ ମିଳିବା ପରେ ଜେଲ ପ୍ରଶାସନ ପକ୍ଷରୁ ଦିଲ୍ଲୀ ପୋଲିସକୁ ସୂଚନା ଦିଆଯାଇଥିଲା। ଏହାକୁ ନେଇ ପୋଲିସ ଆଲର୍ଟରେ ରହିଛି। ଏପରିକି ଜେଲ ପରିସରରେ ଡଗ୍‌ ସ୍କ୍ବାର୍ଡକୁ ନେଇ ସର୍ଚ୍ଚ ଅପରେଶନ ଚଳାଉଛି। ସେହିଭଳି ଜେଲ୍‌କୁ ଆସୁଥିବା ଏବଂ ଯାଉଥିବା ଲୋକଙ୍କ ଉପରେ ରୋକ ଲଗାଯାଇଛି।

ତିହାର ଜେଲ୍‌କୁ ମିଳିଥିବା ଧମକପୂର୍ଣ୍ଣ ଇମେଲ୍‌ରେ ଲେଖାଯାଇଛି ଯେ, ମୁଁ ଆପଣଙ୍କ ବଙ୍ଗଳା ଭିତରେ ବୋମା ରଖିଛି। ଏସବୁ ବୋମା କିଛି ଘଣ୍ଟାରେ ବିସ୍ଫୋରଣ ହେବ। ଏହା ମାମୁଲି ଧମକ ବୋଲି ଭାବିବ ନାହିଁ। ବୋମା ନିଷ୍କ୍ରିୟ କରିବା ଲାଗି ଆପଣଙ୍କ ପାଖରେ କିଛି ଘଣ୍ଟା ରହିଛି। ନହେଲେ ଜେଲ ଭିତରେ ଥିବା ନିର୍ଦ୍ଦୋଶ ଲୋକ ପ୍ରାଣ ହରାଇବେ।

ପ୍ରକାଶ ଯେ, ପୂର୍ବରୁ ଦିଲ୍ଲୀର କିଛି ସ୍କୁଲ, ଡାକ୍ତରଖାନା ଏବଂ ବିମାନବନ୍ଦରକୁ ଧମକପୂର୍ଣ୍ଣ ଇମେଲ ମିଳିଥିଲା। ସେହିଭଳି ଏବେ ଦିଲ୍ଲୀର ତିହାର ଜେଲକୁ courtisgod123@beeble.com ନାମକ ଇମେଲ୍‌ ଆଇଡିରୁ ବୋମା ଧମକ ମିଳିଛି। ଏହାକୁ ପଠାଇଥିବା ବ୍ୟକ୍ତି ନିଜକୁ କୋର୍ଟ ଗ୍ରୁପ୍‌ ନାମ ଦେଇଛନ୍ତି। ପୋଲିସ ଏହାର ଯାଞ୍ଚ କରୁଛି। ଏହି ସର୍ଭରରୁ ଦିଲ୍ଲୀର ଡାକ୍ତରଖାନା ଏବଂ ସ୍କୁଲକୁ ଧମକ ମିଳିଥିଲା ବୋଲି ପୋଲିସ କହିଛି। ତେବେ ଅନ୍ତେବାସୀଙ୍କ ସୁରକ୍ଷା ଦୃଷ୍ଟିରୁ ଜେଲ୍‌ ଭିତର ଏବଂ ବାହାରେ ପୋଲିସ ଛାଉଣି କରି ନଜର ରଖାଯାଇଛି।

The post ଏବେ ତିହାର ଜେଲ୍‌କୁ ବୋମାରେ ଉଡାଇ ଦେବାକୁ ଧମକ; ଦିଲ୍ଲୀ ପୋଲିସର ତନାଘନା… appeared first on Dharitri Odia News.