ଏମିତି ବି ଆସେ ମୃତ୍ୟୁ: ସ୍ବାମୀଙ୍କ ଜୁଇ ନ ଲିଭୁଣୁ ଚାଲିଗଲା ସ୍ତ୍ରୀଙ୍କ ଜୀବନ
ନିଶ୍ଚିନ୍ତକୋଇଲି, ୨୫ା୧୨(ଅଶୋକ କୁମାର ମହାପାତ୍ର): ସ୍ବାମୀଙ୍କ ଜୁଇ ନ ଲିଭୁଣୁ ଚାଲିଗଲା ସ୍ତ୍ରୀଙ୍କ ଜୀବନ। ଏପରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଟକ ଜିଲା ମାହାଙ୍ଗା ବ୍ଲକ ଅଢଙ୍ଗ ମହେଶ୍ୱର ଗ୍ରାମରେ । ସ୍ଥାନୀୟ ଲୋକ ଏହାକୁ ଅତୁଟ ବନ୍ଧନ ବୋଲି କହିଛନ୍ତି। ବ୍ଲକ ଅଞ୍ଚଳର ବରିଷ୍ଠ ସାହିତି୍ୟକ, ଲେଖକ, ଅଧ୍ୟାପକ ପ୍ରଶାନ୍ତ ବିଶ୍ୱାଳଙ୍କ କିଛିଦିନ ତଳେ ବ୍ରେନ୍ଷ୍ଟ୍ରୋକ୍ ହୋଇଥିଲା। ଚିକିତ୍ସାଲାଗି ତାଙ୍କୁ କଟକର ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ତାଙ୍କର […] The post ଏମିତି ବି ଆସେ ମୃତ୍ୟୁ: ସ୍ବାମୀଙ୍କ ଜୁଇ ନ ଲିଭୁଣୁ ଚାଲିଗଲା ସ୍ତ୍ରୀଙ୍କ ଜୀବନ appeared first on Dharitri Odia News.
ନିଶ୍ଚିନ୍ତକୋଇଲି, ୨୫ା୧୨(ଅଶୋକ କୁମାର ମହାପାତ୍ର): ସ୍ବାମୀଙ୍କ ଜୁଇ ନ ଲିଭୁଣୁ ଚାଲିଗଲା ସ୍ତ୍ରୀଙ୍କ ଜୀବନ। ଏପରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଟକ ଜିଲା ମାହାଙ୍ଗା ବ୍ଲକ ଅଢଙ୍ଗ ମହେଶ୍ୱର ଗ୍ରାମରେ । ସ୍ଥାନୀୟ ଲୋକ ଏହାକୁ ଅତୁଟ ବନ୍ଧନ ବୋଲି କହିଛନ୍ତି।
ବ୍ଲକ ଅଞ୍ଚଳର ବରିଷ୍ଠ ସାହିତି୍ୟକ, ଲେଖକ, ଅଧ୍ୟାପକ ପ୍ରଶାନ୍ତ ବିଶ୍ୱାଳଙ୍କ କିଛିଦିନ ତଳେ ବ୍ରେନ୍ଷ୍ଟ୍ରୋକ୍ ହୋଇଥିଲା। ଚିକିତ୍ସାଲାଗି ତାଙ୍କୁ କଟକର ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଛି। ପରେ ତାଙ୍କ ମରଶରୀରକୁ ଘରକୁ ଅଣାଯାଇ ଏକ ଶୋଭାଯାତ୍ରାରେ ନିଆଯାଇ ଗ୍ରାମ୍ୟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ତାଙ୍କ ଜୁଇ ପ୍ରାୟ ଅଧା ଜଳିଥିବାବେଳେ ସ୍ତ୍ରୀ ଝରଣାଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଥିଲା। ଏହାପରେ କୁଟୁମ୍ବମାନେ ପୁନର୍ବାର ଝରଣାଙ୍କୁ କୋକେଇରେ ଆଣି ଉକ୍ତ ଶ୍ମଶାନରେ ସତ୍କାର କରିଥିଲେ। ଉଭୟଙ୍କ ମୃତ୍ୟୁରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।
The post ଏମିତି ବି ଆସେ ମୃତ୍ୟୁ: ସ୍ବାମୀଙ୍କ ଜୁଇ ନ ଲିଭୁଣୁ ଚାଲିଗଲା ସ୍ତ୍ରୀଙ୍କ ଜୀବନ appeared first on Dharitri Odia News.