ଏମିତି ଲୋକଙ୍କଠାରୁ ଦୂରରେ ରହିବାକୁ…
ଭାରତର ମହାନ ରାଜନୀତିଜ୍ଞ ଏବଂ ଅର୍ଥଶାସ୍ତ୍ର ବିଶେଷଜ୍ଞ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବିଭିନ୍ନ ବିଷୟରେ ବର୍ଣ୍ଣନା କରିଛନ୍ତି। ଚାଣକ୍ୟ ନୀତି ପୁସ୍ତକର ୧୭ତମ ଅଧ୍ୟାୟର ଏକ ଶ୍ଳୋକରେ ଆଠ ପ୍ରକାର ଲୋକଙ୍କ ବିଷୟରେ ବର୍ଣ୍ଣନା କରିଛନ୍ତି, ଯେଉଁମାନେ ସର୍ବଦା ଅନ୍ୟକୁ ଅସୁବିଧାରେ ପକାଇଥାନ୍ତି, ଦୁଃଖ ଦେଇଥାନ୍ତି। ରାଜା, ଗଣିକା, ଯମ, ଅଗ୍ନି, ତସ୍କର, ବାଳକ, ଯାଚକ ଏବଂ ଗ୍ରାମ କଣ୍ଟକ(ଗ୍ରାମବାସୀଙ୍କୁ ଅସୁବିଧାରେ ପକାଉଥିବା) ୮ ପ୍ରକାର ବ୍ୟକ୍ତି ଅନ୍ୟମାନଙ୍କ ଦୁଃଖ ଏବଂ ଯନ୍ତ୍ରଣାକୁ ଜାଣି ପାରନ୍ତି […] The post ଏମିତି ଲୋକଙ୍କଠାରୁ ଦୂରରେ ରହିବାକୁ… appeared first on Dharitri Odia News.
ଭାରତର ମହାନ ରାଜନୀତିଜ୍ଞ ଏବଂ ଅର୍ଥଶାସ୍ତ୍ର ବିଶେଷଜ୍ଞ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବିଭିନ୍ନ ବିଷୟରେ ବର୍ଣ୍ଣନା କରିଛନ୍ତି। ଚାଣକ୍ୟ ନୀତି ପୁସ୍ତକର ୧୭ତମ ଅଧ୍ୟାୟର ଏକ ଶ୍ଳୋକରେ ଆଠ ପ୍ରକାର ଲୋକଙ୍କ ବିଷୟରେ ବର୍ଣ୍ଣନା କରିଛନ୍ତି, ଯେଉଁମାନେ ସର୍ବଦା ଅନ୍ୟକୁ ଅସୁବିଧାରେ ପକାଇଥାନ୍ତି, ଦୁଃଖ ଦେଇଥାନ୍ତି।
ରାଜା, ଗଣିକା, ଯମ, ଅଗ୍ନି, ତସ୍କର, ବାଳକ, ଯାଚକ ଏବଂ ଗ୍ରାମ କଣ୍ଟକ(ଗ୍ରାମବାସୀଙ୍କୁ ଅସୁବିଧାରେ ପକାଉଥିବା) ୮ ପ୍ରକାର ବ୍ୟକ୍ତି ଅନ୍ୟମାନଙ୍କ ଦୁଃଖ ଏବଂ ଯନ୍ତ୍ରଣାକୁ ଜାଣି ପାରନ୍ତି ନାହିଁ। ଏମାନେ ସର୍ବଦା ନିଜ ମନ ମୁତାବକ କାମ କରିଥାନ୍ତି। ଏଣୁ ମଣିଷମାନେ ଏମାନଙ୍କଠାରୁ ଦୟା ଆଶା କରିବା ଉଚିତ ନୁହେଁ ବୋଲି ଚାଣକ୍ୟ କହିଛନ୍ତି।
ଏହି ଶ୍ଳୋକରେ ଚାଣକ୍ୟ କହିଛନ୍ତି, ମଣିଷକୁ କେବେହେଲେ କୌଣସି ଅସହାୟ ଏବଂ ପୀଡ଼ିତ ବ୍ୟକ୍ତିର ଉପହାସ କରିବା ଉଚିତ ନୁହେଁ। କାରଣ ଏଭଳିି ତା ସହ ମଧ୍ୟ ଘଟିପାରେ।
ଏକ ଉଦ୍ଧତ ଯୁବକ ହସି ହସି ଜଣେ ବୃଦ୍ଧଙ୍କୁ ପଚାରିଥିଲେ, ତୁମେ ତଳେ କ’ଣ ଖୋଜୁଛ। ଏହାଶୁଣି ବୃଦ୍ଧଜଣଙ୍କ ଉତ୍ତର ଦେଇଥିଲେ ବୁଢ଼ା ହୋଇଯିବା ଯୋଗୁ ମୋର ଯୌବନ ରୂପକ ମୋତି ତଳେ ପଡ଼ି ଯାଇଛି। ମୁଁ ତାକୁ ହିଁ ଖୋଜୁଛି। ଏହି ସନ୍ଦର୍ଭରେ ଚାଣକ୍ୟ କହିଛନ୍ତି, ମଣିଷକୁ ଦିନେ ନା ଦିନେ ବୃଦ୍ଧାବସ୍ଥା ଦେଇ ଗତି କରିବାକୁ ପଡ଼ିବ। ଏଣୁ ଅନ୍ୟର ଉପହାସ କରିବା ପ୍ରବୃତି ଛାଡ଼ିବା ଉଚିତ।
The post ଏମିତି ଲୋକଙ୍କଠାରୁ ଦୂରରେ ରହିବାକୁ… appeared first on Dharitri Odia News.