ଏମ୍ସ ଡାକ୍ତରଙ୍କ ସହ ୪୦ ମିନିଟ କଥା ହେଲେ କେଜରିଓ୍ବାଲ, ଉଠିଲା ନାହିଁ ଇନସୁଲିନ ପ୍ରସଙ୍ଗ!

ନୂଆଦିଲ୍ଲୀ,୨୧।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏଆଇଆଇଏମଏସର ବରିଷ୍ଠ ଡାକ୍ତରଙ୍କ ସହ ଭିଡିଓ ପରାମର୍ଶର ସୁବିଧା ଦିଆଯାଇଥିଲା। ଯେଉଁଥିରେ ତାଙ୍କୁ ନିଶ୍ଚିତ କରାଯାଇଥିଲା ଯେ ତାଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧରେ କୌଣସି ଗମ୍ଭୀର ଚିନ୍ତା ନାହିଁ। ତିହାର ଜେଲର ଏକ ସୂତ୍ର ଟାଇମ୍ସ ନାଓକୁ କହିଛି ଯେ କେଜରିୱାଲ କିମ୍ବା ଡାକ୍ତରଙ୍କ ବାର୍ତ୍ତାଳାପରେ ଥରେ ଇନସୁଲିନ ପ୍ରସଙ୍ଗ ଉଠାଯାଇ ନାହିଁ। ମଧୁମେହ ରୋଗରେ ପୀଡିତ ଥିବା ସତ୍ତ୍ୱେ ତିହାର ଜେଲରେ ରହୁଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଇନସୁଲିନ […] The post ଏମ୍ସ ଡାକ୍ତରଙ୍କ ସହ ୪୦ ମିନିଟ କଥା ହେଲେ କେଜରିଓ୍ବାଲ, ଉଠିଲା ନାହିଁ ଇନସୁଲିନ ପ୍ରସଙ୍ଗ! appeared first on Dharitri Odia News.

ଏମ୍ସ ଡାକ୍ତରଙ୍କ ସହ ୪୦ ମିନିଟ କଥା ହେଲେ କେଜରିଓ୍ବାଲ, ଉଠିଲା ନାହିଁ ଇନସୁଲିନ ପ୍ରସଙ୍ଗ!

ନୂଆଦିଲ୍ଲୀ,୨୧।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏଆଇଆଇଏମଏସର ବରିଷ୍ଠ ଡାକ୍ତରଙ୍କ ସହ ଭିଡିଓ ପରାମର୍ଶର ସୁବିଧା ଦିଆଯାଇଥିଲା। ଯେଉଁଥିରେ ତାଙ୍କୁ ନିଶ୍ଚିତ କରାଯାଇଥିଲା ଯେ ତାଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧରେ କୌଣସି ଗମ୍ଭୀର ଚିନ୍ତା ନାହିଁ। ତିହାର ଜେଲର ଏକ ସୂତ୍ର ଟାଇମ୍ସ ନାଓକୁ କହିଛି ଯେ କେଜରିୱାଲ କିମ୍ବା ଡାକ୍ତରଙ୍କ ବାର୍ତ୍ତାଳାପରେ ଥରେ ଇନସୁଲିନ ପ୍ରସଙ୍ଗ ଉଠାଯାଇ ନାହିଁ। ମଧୁମେହ ରୋଗରେ ପୀଡିତ ଥିବା ସତ୍ତ୍ୱେ ତିହାର ଜେଲରେ ରହୁଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଇନସୁଲିନ ନଦେବା ନେଇ ଆମ ଆଦମୀ ଦଳର ନେତାମାନେ ବାରମ୍ବାର ପ୍ରସଙ୍ଗ ଉଠାଉଛନ୍ତି। ସୂତ୍ରରୁ ଜଣାପଡିଛି ଯେ ୪୦ ମିନିଟରୁ ଅଧିକ ସମୟ ଧରି ଚାଲିଥିବା ପରାମର୍ଶ ସମୟରେ କେଜରିୱାଲଙ୍କୁ ର୍ନିଦ୍ଦିଷ୍ଟ ଔଷଧ ସେବନ ଜାରି ରଖିବାକୁ ପରାମର୍ଶ ଦିଆଯାଇଥିଲା।

‘ଟାଇମ୍ସ ନାଓ’ର ରିପୋର୍ଟ ଅନୁଯାୟୀ ଜଣେ ଅଧିକାରୀ କହିଛନ୍ତି ଯେ ସୁନୀତା କେଜରିୱାଲଙ୍କ ଅନୁରୋଧ କ୍ରମେ ତିହାର ଜେଲ ପ୍ରଶାସନ ଭିଡିଓ କାଉନସେଲିଂ ଆୟୋଜନ କରିଛି। ଏଥିରେ ଏମ୍ସର ବରିଷ୍ଠ ବିଶେଷଜ୍ଞଙ୍କ ବ୍ୟତୀତ ଆରଏମଓ ତିହାର ଏବଂ ଏମଓ ତିହାର ଉପସ୍ଥିତ ଥିଲେ। ଏମ୍ସର ବରିଷ୍ଠ ବିଶେଷଜ୍ଞ ସିଜିଏମ(ଗ୍ଲୁକୋଜ ମନିଟରିଂ ସେନ୍ସର) ଏବଂ କେଜରିୱାଲଙ୍କ ଦ୍ୱାରା ଗ୍ରହଣ କରାଯାଉଥିବା ଖାଦ୍ୟ ଏବଂ ଔଷଧ ବିଷୟରେ ସୂଚନା ମାଗିଥିଲେ ଏବଂ ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀ ତଥା ବରିଷ୍ଠ ଏଏପି ନେତା ସୌରଭ ଭରଦ୍ୱାଜ ଏହା ଏକ ଷଡଯନ୍ତ୍ର ବୋଲି କହିଥିଲେ କେଜରିୱାଲଙ୍କୁ ନ୍ୟାୟିକ ହେପାଜତରେ କ୍ଷତି ପହଞ୍ଚାଇବା ପାଇଁ ଷଡଯନ୍ତ୍ର କରାଯାଉଛି।

 

The post ଏମ୍ସ ଡାକ୍ତରଙ୍କ ସହ ୪୦ ମିନିଟ କଥା ହେଲେ କେଜରିଓ୍ବାଲ, ଉଠିଲା ନାହିଁ ଇନସୁଲିନ ପ୍ରସଙ୍ଗ! appeared first on Dharitri Odia News.