ଏଲଓସିରେ ପର୍ଯ୍ୟଟକଙ୍କ ପାଇଁ ଏସି ବଙ୍କର; ଭେଦ କରି ପାରିବନି ଶତ୍ରୁର ଗୁଳି
ଶ୍ରୀନଗର: ଭାରତ-ପାକିସ୍ତାନ ଆନ୍ତର୍ଜାତୀୟ ସୀମାରେ ରହିବା ପାରିବେ ପର୍ଯ୍ୟଟକ । ଜମ୍ମୁ-କାଶ୍ମୀରକୁ ଲାଗି ଅନ୍ତର୍ଜାତୀୟ ସୀମାରେ ପର୍ଯ୍ୟଟକଙ୍କ ରହିବା ପାଇଁ ବ୍ୟବସ୍ଥା ହେଉଛି । ଏଲଓସି ନିକଟରେ ଥିବା ଜିରୋ ଲାଇନରେ ନିର୍ମାଣ ହେଉଛି ଅତ୍ୟାଧୁନିକ ବଙ୍କର । ୨୦୨୧ ଫେବ୍ରୁଆରୀ ୨୫ ପରେ ଏଲଓସିରେ ଗୁଳିଗୋଳା ମାଡ଼ ଥମିବା ପରେ ପର୍ଯ୍ୟଟନ ଲାଗି ନୂଆ ରାସ୍ତା ଫିଟିଛି । ରାଜ୍ୟ ପ୍ରଶାସନ ଏଲଓସିରେ ଅତ୍ୟାଧୁନିକ ବଙ୍କର ନିର୍ମାଣ କରୁଛନ୍ତି । ଏବେ ଏଭଳି ୨ଟି ଅତ୍ୟାଧୁନିକ ବଙ୍କର ସାମ୍ବା ଜିଲ୍ଲାରେ ଏଲଓସି ନିକଟରେ ନିର୍ମାଣ କରାଯାଇଛି । ଜମିର ୨୦ ଫୁଟ୍ ତଳେ ନିର୍ମିତ ଏହି ବଙ୍କରରେ ଏସି ସହ ସ୍ମାର୍ଟ ଟିଭି ଓ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ଚଳିତବର୍ଷ ଏଭଳି ୩୭୦ଟି ବଙ୍କର ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।ତେବେ ଏହି ଅତ୍ୟାଧୁନିକ ବଙ୍କରରେ ଗୋଟିଏ ରାତି ରହିବାକୁ ପର୍ଯ୍ୟଟକଙ୍କୁ କେତେ ଟଙ୍କା ଦେବାକୁ ପଡ଼ିବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ସାମ୍ବା ଡେପୁଟି କମିଶନର ଅଭିଶେକ ଶର୍ମା କହିଛନ୍ତି, ଏବେ ପ୍ରକଳ୍ପ ପ୍ରାଥମିକ ପର୍ଯ୍ୟାୟରେ ରହିଛି । ଗତବର୍ଷ ସୀମାରେ ଥିବା କିଛି ଗାଁକୁ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ଦିଆଯାଇଥିଲା । ପର୍ଯ୍ୟଟକଙ୍କ ଚଳପ୍ରଚଳ ଦେଖି ଏଭଳି ବଙ୍କର ନିର୍ମାଣ ଲାଗି ନିଷ୍ପତ୍ତି ନିଆ ଯାଇଥିଲା । ଏବେ ପର୍ଯ୍ୟଟଙ୍କ ବଙ୍କର ବାବଦରେ ପଚାରୁଛନ୍ତି । ଯଦି ଭବିଷ୍ୟତରେ କେବେ ପାକିସ୍ତାନ ପଟୁ
ଶ୍ରୀନଗର: ଭାରତ-ପାକିସ୍ତାନ ଆନ୍ତର୍ଜାତୀୟ ସୀମାରେ ରହିବା ପାରିବେ ପର୍ଯ୍ୟଟକ । ଜମ୍ମୁ-କାଶ୍ମୀରକୁ ଲାଗି ଅନ୍ତର୍ଜାତୀୟ ସୀମାରେ ପର୍ଯ୍ୟଟକଙ୍କ ରହିବା ପାଇଁ ବ୍ୟବସ୍ଥା ହେଉଛି । ଏଲଓସି ନିକଟରେ ଥିବା ଜିରୋ ଲାଇନରେ ନିର୍ମାଣ ହେଉଛି ଅତ୍ୟାଧୁନିକ ବଙ୍କର । ୨୦୨୧ ଫେବ୍ରୁଆରୀ ୨୫ ପରେ ଏଲଓସିରେ ଗୁଳିଗୋଳା ମାଡ଼ ଥମିବା ପରେ ପର୍ଯ୍ୟଟନ ଲାଗି ନୂଆ ରାସ୍ତା ଫିଟିଛି । ରାଜ୍ୟ ପ୍ରଶାସନ ଏଲଓସିରେ ଅତ୍ୟାଧୁନିକ ବଙ୍କର ନିର୍ମାଣ କରୁଛନ୍ତି ।
ଏବେ ଏଭଳି ୨ଟି ଅତ୍ୟାଧୁନିକ ବଙ୍କର ସାମ୍ବା ଜିଲ୍ଲାରେ ଏଲଓସି ନିକଟରେ ନିର୍ମାଣ କରାଯାଇଛି । ଜମିର ୨୦ ଫୁଟ୍ ତଳେ ନିର୍ମିତ ଏହି ବଙ୍କରରେ ଏସି ସହ ସ୍ମାର୍ଟ ଟିଭି ଓ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ଚଳିତବର୍ଷ ଏଭଳି ୩୭୦ଟି ବଙ୍କର ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।
ତେବେ ଏହି ଅତ୍ୟାଧୁନିକ ବଙ୍କରରେ ଗୋଟିଏ ରାତି ରହିବାକୁ ପର୍ଯ୍ୟଟକଙ୍କୁ କେତେ ଟଙ୍କା ଦେବାକୁ ପଡ଼ିବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ସାମ୍ବା ଡେପୁଟି କମିଶନର ଅଭିଶେକ ଶର୍ମା କହିଛନ୍ତି, ଏବେ ପ୍ରକଳ୍ପ ପ୍ରାଥମିକ ପର୍ଯ୍ୟାୟରେ ରହିଛି । ଗତବର୍ଷ ସୀମାରେ ଥିବା କିଛି ଗାଁକୁ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ଦିଆଯାଇଥିଲା । ପର୍ଯ୍ୟଟକଙ୍କ ଚଳପ୍ରଚଳ ଦେଖି ଏଭଳି ବଙ୍କର ନିର୍ମାଣ ଲାଗି ନିଷ୍ପତ୍ତି ନିଆ ଯାଇଥିଲା । ଏବେ ପର୍ଯ୍ୟଟଙ୍କ ବଙ୍କର ବାବଦରେ ପଚାରୁଛନ୍ତି । ଯଦି ଭବିଷ୍ୟତରେ କେବେ ପାକିସ୍ତାନ ପଟୁ ସିଜ୍ ଫାୟାର ଉଲ୍ଲଙ୍ଘନ ହୁଏ ତେବେ ସ୍ଥାନୀୟ ଲୋକଙ୍କ ରହିବା ଲାଗି ବଙ୍କରକୁ ଖୋଲି ଦିଆଯିବ । ଏଠାରେ ଲୋକେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆରାମରେ ରହି ପାରିବେ । ବଙ୍କରରେ ଲାଇବ୍ରେରୀ ସହ ଛୋଟ ଜିମ୍ ମେସିନ୍ ରଖା ଯାଇଛି । ପାଣି ଓ ବିଦ୍ୟୁତ୍ ବିତରଣ କୌଣସି ବି ସ୍ଥିତିରେ ବନ୍ଦ ହେବ ନାହିଁ ।
ତେବେ ଏସବୁ ବଙ୍କର ପାକିସ୍ତାନ ପଟୁ ଗୁଳିମାଡ଼ ସମୟରେ ଗାଁ ଲୋକଙ୍କୁ ସରୁକ୍ଷିତ ରଖିବା ଲାଗି ବ୍ୟବହାର ହେଉଥିଲା । ଗୁଳିମାଡ଼ ବନ୍ଦ ହେବା ପରେ ଏସବୁର ରକ୍ଷଣାବେକ୍ଷଣ ହେଉ ନଥିଲା । ଏବେ ସେସବୁକୁ ପର୍ଯ୍ୟଟନ ସହ ଯୋଡ଼ିବାକୁ ଯୋଜନା କରାଯାଉଛି । ଆଗାମୀ ଏକ ବର୍ଷ ମଧ୍ୟରେ ଏଲଓସି ଆସୁଥିବା ପର୍ଯ୍ୟଟକ ବଙ୍କରରେ ରହିବାର ସୁବିଧା ପାଇବେ ।
କମିଲା କମର୍ସିଆଲ୍ ଗ୍ୟାସ୍ ଦର; ୧୯ କେ.ଜି ସିଲିଣ୍ଡର ପିଛା ମୂଲ୍ୟ ୩୨ ଟଙ୍କା ହ୍ରାସ
ଏବେ ୨ ପ୍ରକାରର ବଙ୍କର ନିର୍ମାଣ କରାଯାଉଛି । ଗୋଟିଏ ହେଉଛି ବ୍ୟକ୍ତିଗତ, ଅନ୍ୟଟି ସାମୁଦାୟିକ । ବ୍ୟକ୍ତିଗତ ବଙ୍କର ୧୬୦ ବର୍ଗ ଫୁଟରେ ନିର୍ମାଣ ହୋଇଥିବା ବେଳେ ସାମୁଦାୟିକ ବଙ୍କର ୮୦୦ ବର୍ଗ ଫୁଟ୍ ଅଞ୍ଚଳରେ ରହିଛି । ଏଥିରେ ଗୋଟିଏ ସମୟରେ ୪୦ ଜଣ ଲୋକ ରହି ପାରିବେ ।