ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଅପରାଜେୟ ଭାରତ, ଚୀନ ସହ ଟାଇଟଲ୍‌ ମୁକାବିଲା

ନୂଆଦିଲ୍ଲୀ: ଏସିଆନ ଚାମ୍ପିୟନ ଟ୍ରଫି ୨୦୨୪ରେ ଭାରତୀୟ ହକି ଟିମ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛି । ସୋମବାର ଚୀନର ହୁଲୁନବୁଝରେ ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ଭାରତ କୋରିଆକୁ ୪-୧ରେ ପରାସ୍ତ କରିଛି । ଫାଇନାଲରେ ଭାରତର ମୁକାବିଲା ଚୀନ ସହ ହେବ । ଉଲ୍ଲେଖଯୋଗ୍ୟ ଯେ ଚୀନ ଅପ୍ରତ୍ୟାଶିତ ଢଙ୍ଗରେ ପ୍ରଥମ ସେମିଫାଇନାଲରେ ପେନାଲ୍ଟି ସୁଟ୍ ଆଉଟରେ ପାକିସ୍ତାନକୁ ପରାସ୍ତ କରିଥିଲା । ପ୍ୟାରିସ୍ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିବା ଭାରତୀୟ ଟିମ୍ ଏହି ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରି ଅପରାଜିତ ରହିଛି ।ଭାରତ ଏବଂ ଚୀନ ମଧ୍ୟରେ ମଙ୍ଗଳବାର ଫାଇନାଲ ମୁକାବିଲା ଖେଳାଯିବ । ଭାରତୀୟ ଟିମ୍ ରେକର୍ଡ ପଞ୍ଚମ ଟାଇଟଲ୍ ପାଇଁ ଲଢେଇ କରିବ । ସେମିରେ ଭାରତ ପାଇଁ ଅଧିନାୟକ ହରମନପ୍ରୀତ ସିଂହ ଦୁଇଟି ଗୋଲ କରିଥିଲେ । ସେହପରି ଉତ୍ତମ ସିଂହ ଏବଂ ଜରମନପ୍ରୀତ ସିଂ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ । ଦକ୍ଷିଣ କୋରିଆ ପାଇଁ ଜିହୁନ ୟାଙ୍ଗ ଏକମାତ୍ର ଗୋଲ ଦେଇଥିଲେ ।ଦକ୍ଷିଣ କୋରିଆ ବିପକ୍ଷରେ ଭାରତ ପ୍ରଥମ କ୍ୱାର୍ଟରରୁ ହିଁ ଲିଡ୍ ରଖିବାରେ ସଫଳ ହୋଇଥିଲା । ଭାରତ ପାଇଁ ଉତ୍ତମ ସିଂହ ପ୍ରଥମ ଗୋଲ ଦେଇଥିଲେ । ଏହାପରେ ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଭାରତୀୟ ଟିମ୍ ନିଜ ଦବଦବା ବଜାୟ ରଖି ଗୋଲ ବ୍ୟବଧାନ ୨-୦କୁ ନେଇଥିଲା । କ୍ୟାପ୍ଟେନ ହରମନପ୍ରୀତ ସିଂହ ଦ୍ୱିତୀୟ ଗୋଲ ଦେଇଥିଲେ ।ମ୍ୟାଚ୍‌ର ଦ୍ୱିତୀୟାର୍ଦ୍ଧରେ ଦକ

ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଅପରାଜେୟ ଭାରତ, ଚୀନ ସହ ଟାଇଟଲ୍‌ ମୁକାବିଲା

ନୂଆଦିଲ୍ଲୀ: ଏସିଆନ ଚାମ୍ପିୟନ ଟ୍ରଫି ୨୦୨୪ରେ ଭାରତୀୟ ହକି ଟିମ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛି । ସୋମବାର ଚୀନର ହୁଲୁନବୁଝରେ ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ଭାରତ କୋରିଆକୁ ୪-୧ରେ ପରାସ୍ତ କରିଛି । ଫାଇନାଲରେ ଭାରତର ମୁକାବିଲା ଚୀନ ସହ ହେବ । ଉଲ୍ଲେଖଯୋଗ୍ୟ ଯେ ଚୀନ ଅପ୍ରତ୍ୟାଶିତ ଢଙ୍ଗରେ ପ୍ରଥମ ସେମିଫାଇନାଲରେ ପେନାଲ୍ଟି ସୁଟ୍ ଆଉଟରେ ପାକିସ୍ତାନକୁ ପରାସ୍ତ କରିଥିଲା । ପ୍ୟାରିସ୍ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିବା ଭାରତୀୟ ଟିମ୍ ଏହି ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରି ଅପରାଜିତ ରହିଛି ।

ଭାରତ ଏବଂ ଚୀନ ମଧ୍ୟରେ ମଙ୍ଗଳବାର ଫାଇନାଲ ମୁକାବିଲା ଖେଳାଯିବ । ଭାରତୀୟ ଟିମ୍ ରେକର୍ଡ ପଞ୍ଚମ ଟାଇଟଲ୍ ପାଇଁ ଲଢେଇ କରିବ । ସେମିରେ ଭାରତ ପାଇଁ ଅଧିନାୟକ ହରମନପ୍ରୀତ ସିଂହ ଦୁଇଟି ଗୋଲ କରିଥିଲେ । ସେହପରି ଉତ୍ତମ ସିଂହ ଏବଂ ଜରମନପ୍ରୀତ ସିଂ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ । ଦକ୍ଷିଣ କୋରିଆ ପାଇଁ ଜିହୁନ ୟାଙ୍ଗ ଏକମାତ୍ର ଗୋଲ ଦେଇଥିଲେ ।

ଦକ୍ଷିଣ କୋରିଆ ବିପକ୍ଷରେ ଭାରତ ପ୍ରଥମ କ୍ୱାର୍ଟରରୁ ହିଁ ଲିଡ୍ ରଖିବାରେ ସଫଳ ହୋଇଥିଲା । ଭାରତ ପାଇଁ ଉତ୍ତମ ସିଂହ ପ୍ରଥମ ଗୋଲ ଦେଇଥିଲେ । ଏହାପରେ ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଭାରତୀୟ ଟିମ୍ ନିଜ ଦବଦବା ବଜାୟ ରଖି ଗୋଲ ବ୍ୟବଧାନ ୨-୦କୁ ନେଇଥିଲା । କ୍ୟାପ୍ଟେନ ହରମନପ୍ରୀତ ସିଂହ ଦ୍ୱିତୀୟ ଗୋଲ ଦେଇଥିଲେ ।

ମ୍ୟାଚ୍‌ର ଦ୍ୱିତୀୟାର୍ଦ୍ଧରେ ଦକ୍ଷିଣ କୋରିଆ ମ୍ୟାଚକୁ ଫେରିବା ପାଇଁ ଉଦ୍ୟମ କରିଥିଲା ଏବଂ ଗୋଟିଏ ଗୋଲ୍ ଦେବାରେ ସଫଳ ହୋଇଥିଲା । କିନ୍ତୁ ଭାରତରୁ ଆଗକୁ ଯାଇପାରିଲା ନାହିଁ । ତୃତୀୟ କ୍ୱାର୍ଟରରେ ଜିହୁନ ୟାଙ୍ଗ ଗୋଲ ଦେଇଥିବା ବେଳେ ଭାରତ ପାଇଁ ଜରମନପ୍ରୀତ ସିଂହ ତୃତୀୟ ଗୋଲ୍ ଦେଇ ୩-୧ କରିଥିଲେ । ଏହାପରେ ଭାରତର ଅଧିନାୟକ ହରମନପ୍ରୀତ ସିଂହ ମ୍ୟାଚର ଶେଷ ଗୋଲ ଦେଇଥିଲେ, ଯାହାପରେ ଭାରତ ଦକ୍ଷିଣ କୋରିଆକୁ ୪-୧ରେ ପରାସ୍ତ କରିଛି ।