ଏସ୍ ଆଣ୍ଡ ପି ଗ୍ଲୋବାଲ ସିଏସ୍ଏରେ ବେଦାନ୍ତ ଦ୍ୱିତୀୟ
ନୂଆଦିଲ୍ଲୀ,୪।୧: ବେଦାନ୍ତ ଆଲୁମିନିୟମକୁ ନିକଟରେ ଆଉ ଏକ ନୂତନ ସ୍ବୀକୃତି ଓ ସଫଳତା ମିଳିଛି। ଏପରିକି କମ୍ପାନୀର ଅତୁଳନୀୟ ସ୍ଥିରତା ପ୍ରୟାସ ପାଇଁ ଏସ୍ ଆଣ୍ଡ ପି ଗ୍ଲୋବାଲ କର୍ପୋରେଟ ସ୍ଥିରତା ମୂଲ୍ୟାଙ୍କନ (ସିଏସ୍ଏ)ରେ ବେଦାନ୍ତ ଆଲୁମିନିୟମ ୨ୟ ସ୍ଥାନ ଅଧିକାର କରିଛି। ସେହିଭଳି ଆଲୁମିନିୟମ କ୍ଷେତ୍ର ପାଇଁ କମ୍ପାନୀ ସର୍ବଭାରତୀୟସ୍ତରରେ ସାମଗ୍ରିକ ସ୍କୋର ୭୭ ସହ ଦୃଢ଼ ପରିବେଶ, ସାମାଜିକ ଏବଂ ଶାସନ(ଇଏସ୍ଜି) ପାରାମିଟର ଉପରେ ଆଧାରିତ ରହିଛି। ଏହି ସଫଳତା ସ୍ଥିରତା ପାଇଁ ଜାରି […] The post ଏସ୍ ଆଣ୍ଡ ପି ଗ୍ଲୋବାଲ ସିଏସ୍ଏରେ ବେଦାନ୍ତ ଦ୍ୱିତୀୟ appeared first on Dharitri Odia News.
ନୂଆଦିଲ୍ଲୀ,୪।୧: ବେଦାନ୍ତ ଆଲୁମିନିୟମକୁ ନିକଟରେ ଆଉ ଏକ ନୂତନ ସ୍ବୀକୃତି ଓ ସଫଳତା ମିଳିଛି। ଏପରିକି କମ୍ପାନୀର ଅତୁଳନୀୟ ସ୍ଥିରତା ପ୍ରୟାସ ପାଇଁ ଏସ୍ ଆଣ୍ଡ ପି ଗ୍ଲୋବାଲ କର୍ପୋରେଟ ସ୍ଥିରତା ମୂଲ୍ୟାଙ୍କନ (ସିଏସ୍ଏ)ରେ ବେଦାନ୍ତ ଆଲୁମିନିୟମ ୨ୟ ସ୍ଥାନ ଅଧିକାର କରିଛି। ସେହିଭଳି ଆଲୁମିନିୟମ କ୍ଷେତ୍ର ପାଇଁ କମ୍ପାନୀ ସର୍ବଭାରତୀୟସ୍ତରରେ ସାମଗ୍ରିକ ସ୍କୋର ୭୭ ସହ ଦୃଢ଼ ପରିବେଶ, ସାମାଜିକ ଏବଂ ଶାସନ(ଇଏସ୍ଜି) ପାରାମିଟର ଉପରେ ଆଧାରିତ ରହିଛି। ଏହି ସଫଳତା ସ୍ଥିରତା ପାଇଁ ଜାରି ରହିଥିବା ପ୍ରତିବଦ୍ଧତା ପାଇଁ କମ୍ପାନୀର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ପାଲଟିଛି। କ୍ରମାଗତ ଚତୁର୍ଥ ବର୍ଷ ପାଇଁ ଏହି ର଼୍ୟାଙ୍କିଙ୍ଗ୍ରେ ସର୍ବଭାରତୀୟସ୍ତରରେ ଶୀର୍ଷ କମ୍ପାନୀଗୁଡିକ ମଧ୍ୟରେ ବେଦାନ୍ତ ଆଲୁମିନିୟମର ବୈଶିଷ୍ଟ୍ୟ ଏହି ସଫଳତାକୁ ଆହୁରି ଚମତ୍କାର କରିଛି।
ଏ ସମ୍ପର୍କରେ ବେଦାନ୍ତ ଲିମିଟେଡ୍ର ଅଣ-କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଏଚ୍ଜେଡ୍ଏଲ୍ର ଚେୟାରମ୍ୟାନ ପ୍ରିୟା ଅଗ୍ରୱାଲ ହେବର କହିଛନ୍ତି, ଏହି ସ୍ବୀକୃତି ବେଦାନ୍ତ ଆଲୁମିନିୟମରେ ଆମ ସମସ୍ତଙ୍କ ପାଇଁ ଗର୍ବର ମୁହୂର୍ତ୍ତ ହୋଇଥିଲାବେଳେ ସର୍ବଭାରତୀୟସ୍ତରରେ ଏସ୍ ଆଣ୍ଡ ପି ଗ୍ଲୋବାଲ କର୍ପୋରେଟ୍ ସଷ୍ଟେନେବିଲିଟି ଆକ୍ସେସ୍ରେ ୨ୟ ସ୍ଥାନକୁ ସୁରକ୍ଷିତ କରିବା କେବଳ ସ୍ଥିରତା ପାଇଁ ଆମର ଅଦମ୍ୟ ପ୍ରତିବଦ୍ଧତାକୁ ନୁହେଁ ବରଂ ଆମ ଦଳର ଉତ୍ସାହ ଏବଂ କଠିନ ପରିଶ୍ରମକୁ ପ୍ରତିଫଳିତ କରିଥାଏ।
The post ଏସ୍ ଆଣ୍ଡ ପି ଗ୍ଲୋବାଲ ସିଏସ୍ଏରେ ବେଦାନ୍ତ ଦ୍ୱିତୀୟ appeared first on Dharitri Odia News.