ଏସ୍‌ପ୍ଲାନେଡ୍‌ ମଲ୍‌ରେ ସଡ଼କ ସୁରକ୍ଷା ସପ୍ତାହ

ଭୁବନେଶ୍ୱର,୧୬।୧: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱର ନେକ୍ସସ୍‌ ଏସ୍‌ପ୍ଲାନେଡ୍‌ ମଲ୍‌ ପରିସରରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ଏପରିକି ରାପିଡୋ, ମ୍ୟାଡ୍‌ ବାଇକର୍‌ ଏବଂ ଏସ୍‌ପ୍ଲାନେଡ୍‌ ମଲ୍‌ର ମିଳିତ ସହଯୋଗରେ ଉକ୍ତ ସପ୍ତାହ ମଲ ପରିସରରେ ପାଳନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର-କଟକ କମିଶନରେଟ ପୋଲିସର ସହକାରୀ ପୋଲିସ କମିଶନର ଜୟନ୍ତ ଦୋରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାପିଡୋ, ମ୍ୟାଡ୍‌ ବାଇକର୍‌ ଏବଂ […] The post ଏସ୍‌ପ୍ଲାନେଡ୍‌ ମଲ୍‌ରେ ସଡ଼କ ସୁରକ୍ଷା ସପ୍ତାହ appeared first on Dharitri Odia News.

ଏସ୍‌ପ୍ଲାନେଡ୍‌ ମଲ୍‌ରେ ସଡ଼କ ସୁରକ୍ଷା ସପ୍ତାହ

ଭୁବନେଶ୍ୱର,୧୬।୧: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱର ନେକ୍ସସ୍‌ ଏସ୍‌ପ୍ଲାନେଡ୍‌ ମଲ୍‌ ପରିସରରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ଏପରିକି ରାପିଡୋ, ମ୍ୟାଡ୍‌ ବାଇକର୍‌ ଏବଂ ଏସ୍‌ପ୍ଲାନେଡ୍‌ ମଲ୍‌ର ମିଳିତ ସହଯୋଗରେ ଉକ୍ତ ସପ୍ତାହ ମଲ ପରିସରରେ ପାଳନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର-କଟକ କମିଶନରେଟ ପୋଲିସର ସହକାରୀ ପୋଲିସ କମିଶନର ଜୟନ୍ତ ଦୋରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାପିଡୋ, ମ୍ୟାଡ୍‌ ବାଇକର୍‌ ଏବଂ ଏସ୍‌ପ୍ଲାନେଡ ମଲର ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ଏକ ଅଧିବେଶନର ଆୟୋଜନ ହୋଇଥିଲାବେଳେ ସଡ଼କ ନିରାପତ୍ତାର ଗୁରୁତ୍ୱ ଏବଂ ବିଭିନ୍ନ ନିୟମ ପାଳନ କରିବା କେତେ ମହତ୍‌ ତାହା ଉପରେ ନିମନ୍ତ୍ରିତ ଅତିଥିମାନେ ବିସ୍ତୃତ ଆଲୋଚନା କରିଥିଲେ। ସେହିଭଳି ଅଧିବେଶନରେ ସାମିଲ ହୋଇଥିବା ଗ୍ରାହକମାନଙ୍କୁ ସୁରକ୍ଷା ବ୍ୟବସ୍ଥା ଆଦି ଅତିଥିଙ୍କ ସହ ପରିଦର୍ଶନ ସହିତ ସଚେତନତା ପତ୍ର ବାଣ୍ଟିଥିଲେ। ଏପରିକି ଗ୍ରାହକଙ୍କ ଯୋଗଦାନ କାର୍ଯ୍ୟକଳାପ ସଭାକୁ ଅଧିକ ଆକର୍ଷିତ କରିଥିଲାବେଳେ ସଡ଼କ ସୁରକ୍ଷା ଉପରେ ସାଧାରଣ ସଚେତନତା ପ୍ରଶ୍ନ ପଚରାଯାଇଥିଲା ଏବଂ ବିଜେତା ଗ୍ରାହକମାନଙ୍କୁ ରାପିଡୋ ପକ୍ଷରୁ ହେଲ୍‌ମେଟ୍‌ ଏବଂ ଟି-ଶାର୍ଟ ସହିତ ସମ୍ମାନିତ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ନେକ୍ସସ୍‌ ଏସ୍‌ପ୍ଲାନେଡ୍‌ ମଲ୍‌ରେ ଏକ ମେଗା ବାଇକ ରାଲିର ଆୟୋଜନ କରାଯାଇଥିଲା। ଉକ୍ତ ବାଇକ ରାଲିରେ ୩୦ ବାଇକ୍‌ ଚାଳକଙ୍କ ସହ ଅନ୍ୟମାନେ ମଧ୍ୟ ହୋଇଥିଲେ।

The post ଏସ୍‌ପ୍ଲାନେଡ୍‌ ମଲ୍‌ରେ ସଡ଼କ ସୁରକ୍ଷା ସପ୍ତାହ appeared first on Dharitri Odia News.