ଏହି କଥା କହି ଭାବପ୍ରବଣ ହୋଇପଡିଲେ ରୋହିତ ଶର୍ମା
କପିଲ ଶର୍ମାଙ୍କର ନୂଆ କମେଡି ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ସହିତ ନେଟଫ୍ଲିକ୍ସରେ ଧମାଲ କରୁଛନ୍ତି। ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ର ଦ୍ୱିତୀୟ ଏପିସୋଡରେ କ୍ରିକେଟ ଖେଳାଳି ରୋହିତ ଶର୍ମା ଏବଂ ଶ୍ରେୟସ ଆୟର୍ ଯୋଗ ଦେଇଥିଲେ। ଶୋ’ରେ ରୋହିତ ଶର୍ମା ୨୦୨୩ ବିଶ୍ୱକପ ଫାଇନାଲରେ ଭାରତର ପରାଜୟ କଥା ମନେପକାଇ ଭାବପ୍ରବଣ ହୋଇପହିଥିଲେ। ୨୦୨୩ ବିଶ୍ୱକପ ଫାଇନାଲକୁ ମନେ ପକାଇ ରୋହିତ କହିଛନ୍ତି, ମ୍ୟାଚର ଦୁଇ ଦିନ ପୂର୍ବରୁ ଆମ ଦଳ […] The post ଏହି କଥା କହି ଭାବପ୍ରବଣ ହୋଇପଡିଲେ ରୋହିତ ଶର୍ମା appeared first on Dharitri Odia News.
କପିଲ ଶର୍ମାଙ୍କର ନୂଆ କମେଡି ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ସହିତ ନେଟଫ୍ଲିକ୍ସରେ ଧମାଲ କରୁଛନ୍ତି। ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ର ଦ୍ୱିତୀୟ ଏପିସୋଡରେ କ୍ରିକେଟ ଖେଳାଳି ରୋହିତ ଶର୍ମା ଏବଂ ଶ୍ରେୟସ ଆୟର୍ ଯୋଗ ଦେଇଥିଲେ। ଶୋ’ରେ ରୋହିତ ଶର୍ମା ୨୦୨୩ ବିଶ୍ୱକପ ଫାଇନାଲରେ ଭାରତର ପରାଜୟ କଥା ମନେପକାଇ ଭାବପ୍ରବଣ ହୋଇପହିଥିଲେ।
୨୦୨୩ ବିଶ୍ୱକପ ଫାଇନାଲକୁ ମନେ ପକାଇ ରୋହିତ କହିଛନ୍ତି, ମ୍ୟାଚର ଦୁଇ ଦିନ ପୂର୍ବରୁ ଆମ ଦଳ ଅହମ୍ମଦାବାଦରେ ଥିଲା ଏବଂ ଆମେ ମଧ୍ୟ ବହୁତ ଭଲ ଅଭ୍ୟାସ କରିଥିଲୁ। ଆମ ଦଳ ଭଲ ପ୍ରଦର୍ଶନ କରୁଥିଲା। ଫାଇନାଲ ଦିନ ମ୍ୟାଚ ଆରମ୍ଭ ହେଲା, ସେତେବେଳେ ଆମର ମଧ୍ୟ ଭଲ ଆରମ୍ଭ ହୋଇଥିଲା। ଶୁବମନ ଗିଲ ଶୀଘ୍ର ଆଉଟ୍ ହୋଇଥିଲେ କିନ୍ତୁ ପରେ ବିରାଟ କୋହଲି ଏବଂ ମୁଁ ଏକ ଭାଗିଦାରୀ ଗଠନ କରିଥିଲୁ। ଆମେ ନିଶ୍ଚିତ ଥିଲୁ ଯେ ଆମେ ଏକ ଭଲ ସ୍କୋର ପାଇବାକୁ ସମର୍ଥ ହେବୁ। କିନ୍ତୁ ଆମେ ତାହା କରିବାରେ ବିଫଳ ହୋଇଥିଲୁ।
ରୋହିତ ଶର୍ମାଙ୍କ କଥା ଶୁଣି ଶୋ’ର ଜଜ ଅର୍ଚ୍ଚନା ପୁରଣ ସିଂ ଠିଆ ହୋଇ ତାଙ୍କ ପାଇଁ କରତାଳି ଦେଇ କହିଥିଲେ ଯେ, ଆପଣ ବିଶ୍ୱକପ ଜିତିନାହାନ୍ତି ସତ, କିନ୍ତୁ ଆପଣ ସମସ୍ତ ଭାରତୀୟଙ୍କ ହୃଦୟ ଜିତିଛନ୍ତି। ତାଙ୍କ କଥା ଶୁଣିବା ପରେ ରୋହିତ ଶର୍ମା କୁହନ୍ତି, ମୁଁ ଅନୁଭବ କରୁଥିଲି, ଏହି ପରାଜୟ ପରେ ଲୋକମାନେ ଆମ ଉପରେ ରାଗିବେ, କିନ୍ତୁ ତାହା ହୋଇ ନ ଥିଲା। ସମସ୍ତେ ଆମକୁ ବହୁତ ଭଲପାଇବା ଏବଂ ସମ୍ମାନ ଦେଇଥିଲେ।
The post ଏହି କଥା କହି ଭାବପ୍ରବଣ ହୋଇପଡିଲେ ରୋହିତ ଶର୍ମା appeared first on Dharitri Odia News.