ଏହି କ୍ରିକେଟର୍‌ଙ୍କୁ ପ୍ରପୋଜ୍‌ କଲେ ରିଙ୍କୁ ସିଂ, ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୬।୫: କୋଲକାତା ନାଇଟ ରାଇଡର୍ସ ଆଇପିଏଲ ୨୦୨୪ର ପ୍ଲେ ଅଫ ପହଞ୍ଚିବାରେ ପ୍ରଥମ ଦଳ ହୋଇଛି। କେକେଆର୍‌ ଏପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରିଛି। ଦଳ ୧୩ଟି ମ୍ୟାଚ ଖେଳି ୯ଟି ଜିତିଛି। ଏସବୁ ମଧ୍ୟରେ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ରିଙ୍କୁ ସିଂଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ଦଳର ବାମହାତୀ ବ୍ୟାଟ୍ସମ୍ୟାନ ନୀତୀଶ ରାଣାଙ୍କୁ ‘ପ୍ରପୋଜ’ କରୁଥିବାର ନଜର ଆସିଛନ୍ତି। ଭିଡିଓରେ ରିଙ୍କୁ ଏବଂ ନୀତୀଶ ବିମାନ ଭିତରେ ନଜର […] The post ଏହି କ୍ରିକେଟର୍‌ଙ୍କୁ ପ୍ରପୋଜ୍‌ କଲେ ରିଙ୍କୁ ସିଂ, ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ appeared first on Dharitri Odia News.

ଏହି କ୍ରିକେଟର୍‌ଙ୍କୁ ପ୍ରପୋଜ୍‌ କଲେ ରିଙ୍କୁ ସିଂ, ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୬।୫: କୋଲକାତା ନାଇଟ ରାଇଡର୍ସ ଆଇପିଏଲ ୨୦୨୪ର ପ୍ଲେ ଅଫ ପହଞ୍ଚିବାରେ ପ୍ରଥମ ଦଳ ହୋଇଛି। କେକେଆର୍‌ ଏପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରିଛି। ଦଳ ୧୩ଟି ମ୍ୟାଚ ଖେଳି ୯ଟି ଜିତିଛି। ଏସବୁ ମଧ୍ୟରେ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ରିଙ୍କୁ ସିଂଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ଦଳର ବାମହାତୀ ବ୍ୟାଟ୍ସମ୍ୟାନ ନୀତୀଶ ରାଣାଙ୍କୁ ‘ପ୍ରପୋଜ’ କରୁଥିବାର ନଜର ଆସିଛନ୍ତି।
ଭିଡିଓରେ ରିଙ୍କୁ ଏବଂ ନୀତୀଶ ବିମାନ ଭିତରେ ନଜର ଆସିଛନ୍ତି। ଭିଡିଓରେ ନୀତୀଶ ରାଣା କହିଛନ୍ତି, ମୁଁ ତାଙ୍କୁ (ରିଙ୍କୁ ସିଂ) ଏକ ଭିଡିଓ ଶୁଟିଂ କରିବାକୁ କହିଥିଲି। ଭିଡିଓରେ ମୁଁ ଜଣେ ଝିଅ ଏବଂ ତୁମେ ଆସି ମୋତେ ପ୍ରପୋଜ୍‌ କର। ମୁଁ ତୁମର ଶୈଳୀ ଦେଖିବାକୁ ଚାହେଁ। ନୀତୀଶ ଏହା କହିବା ମାତ୍ରେ ରିଙ୍କୁ ପାଟିକୁ ଦବାଇ ହସିବାକୁ ଲାଗିଲେ।
ତା’ପରେ ନୀତୀଶ ତାଙ୍କ ମୋବାଇଲରେ ଭିଡିଓ ଦେଖାଇଥିଲେ, ଯେଉଁଥିରେ ରିଙ୍କୁ ତାଙ୍କୁ ପ୍ରପୋଜ୍‌ କରିଥିଲେ। ଭିଡିଓରେ ଏହା ଦେଖିବାକୁ ମିଳିଥିଲା ଯେ ରିଙ୍କୁ ନୀତୀଶଙ୍କୁ ବହୁତ ଆଶ୍ଚର୍ଯ୍ୟଜନକ ଢଙ୍ଗରେ ପ୍ରପୋଜ୍‌ କରିଥିଲେ। ଭିଡିଓରେ ରିଙ୍କୁ କହିଛନ୍ତି, ହାଏ ବେବି, ମୁଁ ତୁମକୁ ପ୍ରପୋଜ୍‌ କରୁଛି। ତାଙ୍କ ଭିଡିଓ ଦେଖିବା ପରେ ରିଙ୍କୁ ନିଜେ ଜୋରରେ ହସିବାକୁ ଲାଗିଲେ। ଏପରିକି ନୀତୀଶ ରାଣା ମଧ୍ୟ ରିଙ୍କୁ ହସିବା ପରେ ହସ ବନ୍ଦ କରିପାରି ନ ଥିଲେ।

The post ଏହି କ୍ରିକେଟର୍‌ଙ୍କୁ ପ୍ରପୋଜ୍‌ କଲେ ରିଙ୍କୁ ସିଂ, ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ appeared first on Dharitri Odia News.