ଏହି ମନ୍ଦିରରେ ଶିବଲିଙ୍ଗ ନୁହେଁ ପୂଜା ପାଉଛି ମହାଦେବଙ୍କ ଆଙ୍ଗୁଳି, ଜାଣନ୍ତୁ ଏହାର ରହସ୍ୟ

ଭାରତରେ ଥିବା ଦ୍ୱାଦଶ  ଜ୍ୟୋତିର୍ଲିଙ୍ଗଙ୍କ ସହିତ ସାରା  ବିଶ୍ୱରେ ଭଗବାନ ଶିବଙ୍କର  ହଜାର ହଜାର ମନ୍ଦିର ରହିଛି ।  ସେହି ମନ୍ଦିରଗୁଡ଼ିକରେ  ଶିବଲିଙ୍ଗ ସହିତ ସର୍ପକୁ ପୂଜା  କରାଯାଇଥାଏ । ତେବେ ରାଜସ୍ଥାନ ସିରୋହି ଜିଲ୍ଲାର ଏକ  ଶିବମନ୍ଦିରରେ ଶିବଲିଙ୍ଗ କିମ୍ବା ସର୍ପ ନୁହଁ, ଭୋଳାନାଥଙ୍କର  ଆଙ୍ଗୁଳିକୁ ପୂଜା କରାଯାଇଥାଏ । ମନ୍ଦିରର ନାମ ଅଚଳେଶ୍ୱର  ମହାଦେବ ମନ୍ଦିର ହୋଇଥିବାବେଳେ ତାହା ମାଉଣ୍ଟ ଆବୁର  ଅଚଳଗଡ଼ରେ ରହିଛି । ଶିବପୁରାଣ ଓ ସ୍କନ୍ଦପୁରାଣରେ ମଧ୍ୟ  ଏହି ମନ୍ଦିରର ନାମ ସଂପର୍କରେ ବର୍ଣ୍ଣନା ରହିଛି । ମନ୍ଦିରଟି ପ୍ରାୟ  ୫୦୦୦ ବର୍ଷ ପୁରୁଣା । ତାର ପ୍ରବେଶ ପଥରେ ଦୁଇଟି ହାତୀର   ପ୍ରତିମୂର୍ତ୍ତି ଅଛି । ସେହିପରି ୪ ଟନ୍‌ ଓଜନର ଏକ ନନ୍ଦୀଙ୍କ ପ୍ରତିମୂର୍ତ୍ତି ବି ଅଛି । ମୁଖ୍ୟ ମନ୍ଦିର ମଧ୍ୟରେ ରହିଛି ୧୦୮ଟି ଛୋଟ  ଶିବଲିଙ୍ଗ । ଗର୍ଭଗୃହର ମଧ୍ୟବର୍ତ୍ତୀ ସ୍ଥାନରେ ଏକ ବିଶାଳକାୟ  ପ୍ରାକୃତିକ କୁଣ୍ଡ ରହିଛି । ତା’ର ଉପରିଭାଗରେ ଶିବଙ୍କ ଆଙ୍ଗୁଳି  ସ୍ୱରୂପକୁ ରଖାଯାଇ ପୂଜାର୍ଚ୍ଚନା କରାଯାଉଛି । ବିଶ୍ୱାସ ରହିଛି,  ଯେତେ ଜଳ ଲାଗି ହେଲେ ମଧ୍ୟ ସେହି କୁଣ୍ଡ କେବେହେଲେ  ଉଛୁଳେ ନାହିଁ । କୁଣ୍ଡର ପାଣି କୁଆଡ଼େ ଯାଏ ତାହା ଏକ  ରହସ୍ୟ । ପୂଜକ ପାନ୍ନାଲାଲ ରାୱଲ କହିଛନ୍ତି, ମନ୍ଦିରଟି ବହୁ   ପ୍ରାଚୀନ । ଏହି ମନ୍ଦିରରେ ଥିବା ଭଗବାନ ଶିବଙ୍କର ଆଙ୍ଗୁଳି  ଯୋଗୁ ହିଁ ଏଠାକାର ପାହାଡ଼ ତିଷ୍ଠି ରହିଛି ବୋଲି ସ୍ଥା

ଏହି ମନ୍ଦିରରେ ଶିବଲିଙ୍ଗ ନୁହେଁ ପୂଜା ପାଉଛି ମହାଦେବଙ୍କ ଆଙ୍ଗୁଳି, ଜାଣନ୍ତୁ ଏହାର ରହସ୍ୟ

ଭାରତରେ ଥିବା ଦ୍ୱାଦଶ  ଜ୍ୟୋତିର୍ଲିଙ୍ଗଙ୍କ ସହିତ ସାରା  ବିଶ୍ୱରେ ଭଗବାନ ଶିବଙ୍କର  ହଜାର ହଜାର ମନ୍ଦିର ରହିଛି ।  ସେହି ମନ୍ଦିରଗୁଡ଼ିକରେ  ଶିବଲିଙ୍ଗ ସହିତ ସର୍ପକୁ ପୂଜା  କରାଯାଇଥାଏ । ତେବେ ରାଜସ୍ଥାନ ସିରୋହି ଜିଲ୍ଲାର ଏକ  ଶିବମନ୍ଦିରରେ ଶିବଲିଙ୍ଗ କିମ୍ବା ସର୍ପ ନୁହଁ, ଭୋଳାନାଥଙ୍କର  ଆଙ୍ଗୁଳିକୁ ପୂଜା କରାଯାଇଥାଏ । ମନ୍ଦିରର ନାମ ଅଚଳେଶ୍ୱର  ମହାଦେବ ମନ୍ଦିର ହୋଇଥିବାବେଳେ ତାହା ମାଉଣ୍ଟ ଆବୁର  ଅଚଳଗଡ଼ରେ ରହିଛି । ଶିବପୁରାଣ ଓ ସ୍କନ୍ଦପୁରାଣରେ ମଧ୍ୟ  ଏହି ମନ୍ଦିରର ନାମ ସଂପର୍କରେ ବର୍ଣ୍ଣନା ରହିଛି ।

 

ମନ୍ଦିରଟି ପ୍ରାୟ  ୫୦୦୦ ବର୍ଷ ପୁରୁଣା । ତାର ପ୍ରବେଶ ପଥରେ ଦୁଇଟି ହାତୀର   ପ୍ରତିମୂର୍ତ୍ତି ଅଛି । ସେହିପରି ୪ ଟନ୍‌ ଓଜନର ଏକ ନନ୍ଦୀଙ୍କ ପ୍ରତିମୂର୍ତ୍ତି ବି ଅଛି । ମୁଖ୍ୟ ମନ୍ଦିର ମଧ୍ୟରେ ରହିଛି ୧୦୮ଟି ଛୋଟ  ଶିବଲିଙ୍ଗ । ଗର୍ଭଗୃହର ମଧ୍ୟବର୍ତ୍ତୀ ସ୍ଥାନରେ ଏକ ବିଶାଳକାୟ  ପ୍ରାକୃତିକ କୁଣ୍ଡ ରହିଛି । ତା’ର ଉପରିଭାଗରେ ଶିବଙ୍କ ଆଙ୍ଗୁଳି  ସ୍ୱରୂପକୁ ରଖାଯାଇ ପୂଜାର୍ଚ୍ଚନା କରାଯାଉଛି । ବିଶ୍ୱାସ ରହିଛି,  ଯେତେ ଜଳ ଲାଗି ହେଲେ ମଧ୍ୟ ସେହି କୁଣ୍ଡ କେବେହେଲେ  ଉଛୁଳେ ନାହିଁ । କୁଣ୍ଡର ପାଣି କୁଆଡ଼େ ଯାଏ ତାହା ଏକ  ରହସ୍ୟ । ପୂଜକ ପାନ୍ନାଲାଲ ରାୱଲ କହିଛନ୍ତି, ମନ୍ଦିରଟି ବହୁ   ପ୍ରାଚୀନ । 

ଏହି ମନ୍ଦିରରେ ଥିବା ଭଗବାନ ଶିବଙ୍କର ଆଙ୍ଗୁଳି  ଯୋଗୁ ହିଁ ଏଠାକାର ପାହାଡ଼ ତିଷ୍ଠି ରହିଛି ବୋଲି ସ୍ଥାନୀୟ  ଲୋକଙ୍କ ମଧ୍ୟରେ ମାନ୍ୟତା ରହିଛି । ଭୋଳାନାଥଙ୍କର ସେହି  ଆଙ୍ଗୁଳି ତଳେ ଏକ ଶିବଲିଙ୍ଗ ମଧ୍ୟ ଅଛି । ସେହି ଶିବଲିଙ୍ଗ  ଦିନରେ ୩ ଥର ଭିନ୍ନ ଭିନ୍ନ ରଙ୍ଗରେ ଦେଖିବାକୁ ମିଳେ ।  ସକାଳେ ତାହା ଲାଲ୍‌ ଦେଖାଯାଉଥିବାବେଳେ ମଧ୍ୟାହ୍ନରେ  ନାରଙ୍ଗୀ ଓ ରାତିରେ କଳା ଦେଖାଯାଇଥାଏ ।