ଏୟାରଲାଇନ୍ସକୁ BCASର ନିର୍ଦ୍ଦେଶ...ଏଣିକି ଅଧ ଘଣ୍ଟାରେ ମିଳିବ ଲଗେଜ୍ !
ବିମାନ ପହଁଚିବାର ଅଧଘଣ୍ଟା ଭିତରେ ଯାତ୍ରୀଙ୍କୁ ସେମାନଙ୍କ ଜିନିଷ ଦିଅ । ସମସ୍ତ ଏୟାରଲାଇନ୍ସକୁ ଏଭଳି ନିର୍ଦ୍ଦେଶ ଦେଇଛି ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ ସିକ୍ୟୁରିଟି।
ବିମାନ ପହଁଚିବାର ଅଧଘଣ୍ଟା ଭିତରେ ଯାତ୍ରୀଙ୍କୁ ସେମାନଙ୍କ ଜିନିଷ ଦିଅ । ସମସ୍ତ ଏୟାରଲାଇନ୍ସକୁ ଏଭଳି ନିର୍ଦ୍ଦେଶ ଦେଇଛି ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ ସିକ୍ୟୁରିଟି। ଫେବ୍ରୁଆରୀ ୨୬ ସୁଦ୍ଧା ବ୍ୟବସ୍ଥା ଲାଗୁ କରିବାକୁ କୁହାଯାଇଥିବା ବେଳେ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନେଇ କଡା ଚେତାବନୀ ବି ଦିଆଯାଇଛି । ବିମାନ ବନ୍ଦରରେ ନିଜ ଜିନିଷ ପାଇବାକୁ ଯାତ୍ରୀଙ୍କୁ ବେଳେ ବେଳେ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡୁଛି । ଏବେ ଏଥିରେ ବିମାନ ଚଳାଚଳ ମନ୍ତ୍ରାଳୟ ହସ୍ତକ୍ଷେପ କରି ନିର୍ଦ୍ଦେଶନାମା ଜାରି କରିଛି। ବିମାନ ପହଁଚିବାର ୧୦ ମିନିଟ୍ ରୁ ୩୦ ମିନିଟ ଭିତରେ ଯାତ୍ରୀଙ୍କୁ ସେମାନଙ୍କ ବ୍ୟାଗ୍ ଯୋଗାଇବା ନିଶ୍ଚିତ କରିବାକୁ କୁହାଯାଇଛି ।