ଐଶ୍ୱର୍ଯ୍ୟା ଶ୍ରେଷ୍ଠ ଅଭିନେତ୍ରୀ
ଦୁବାଇ: ଦୁବାଇରେ ସୋମବାର ସାଉଥ୍ ଇଣ୍ଡିଆନ୍ ଇଣ୍ଟରନ୍ୟାଶନାଲ ମୁଭି ଆଓ୍ବାଡର୍ସ (ଏସ୍ଆଇଆଇଏମ୍ଏ) ୨୦୨୪ ଅନୁଷ୍ଠିତ ହୋଇଯାଇଛି। ମଣି ରତ୍ନମଙ୍କ ନିର୍ଦ୍ଦେଶିତ ତାମିଲ ଚଳଚ୍ଚିତ୍ର ‘ପୋନ୍ନିୟିନ୍ ସେଲଭନ: ପାର୍ଟ ୨’ରେ ଦମଦାର ଅଭିନୟ ପାଇଁ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କୁ ଏହି ସମାରୋହରେ ଶ୍ରେଷ୍ଠ ଅଗ୍ରଣୀ ଅଭିନେତ୍ରୀ (କ୍ରିଟିକ୍ସ) ପୁରସ୍କାର ମିଳିଛି। ଚଳଚ୍ଚିତ୍ର ନିର୍ଦ୍ଦେଶକ କବିର ଖାନ୍ଙ୍କଠାରୁ ଐଶ୍ୱର୍ଯ୍ୟା ଏହି ଆଓ୍ବାର୍ଡ ଗ୍ରହଣ କରିଛନ୍ତି। ଆଓ୍ବାର୍ଡ ଗ୍ରହଣ କରିବା ପରେ ଐଶ୍ୱର୍ଯ୍ୟା କହିଛନ୍ତି, ତାଙ୍କ ପାଇଁ ଏହି ପୁରସ୍କାର ବହୁ ଗୁରୁତ୍ୱ […] The post ଐଶ୍ୱର୍ଯ୍ୟା ଶ୍ରେଷ୍ଠ ଅଭିନେତ୍ରୀ appeared first on Dharitri Odia News.
ଦୁବାଇ: ଦୁବାଇରେ ସୋମବାର ସାଉଥ୍ ଇଣ୍ଡିଆନ୍ ଇଣ୍ଟରନ୍ୟାଶନାଲ ମୁଭି ଆଓ୍ବାଡର୍ସ (ଏସ୍ଆଇଆଇଏମ୍ଏ) ୨୦୨୪ ଅନୁଷ୍ଠିତ ହୋଇଯାଇଛି। ମଣି ରତ୍ନମଙ୍କ ନିର୍ଦ୍ଦେଶିତ ତାମିଲ ଚଳଚ୍ଚିତ୍ର ‘ପୋନ୍ନିୟିନ୍ ସେଲଭନ: ପାର୍ଟ ୨’ରେ ଦମଦାର ଅଭିନୟ ପାଇଁ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କୁ ଏହି ସମାରୋହରେ ଶ୍ରେଷ୍ଠ ଅଗ୍ରଣୀ ଅଭିନେତ୍ରୀ (କ୍ରିଟିକ୍ସ) ପୁରସ୍କାର ମିଳିଛି। ଚଳଚ୍ଚିତ୍ର ନିର୍ଦ୍ଦେଶକ କବିର ଖାନ୍ଙ୍କଠାରୁ ଐଶ୍ୱର୍ଯ୍ୟା ଏହି ଆଓ୍ବାର୍ଡ ଗ୍ରହଣ କରିଛନ୍ତି। ଆଓ୍ବାର୍ଡ ଗ୍ରହଣ କରିବା ପରେ ଐଶ୍ୱର୍ଯ୍ୟା କହିଛନ୍ତି, ତାଙ୍କ ପାଇଁ ଏହି ପୁରସ୍କାର ବହୁ ଗୁରୁତ୍ୱ ବହନ କରୁଛି। ‘ପୋନ୍ନିୟିନ୍ ସେଲଭନ: ପାର୍ଟ ୨’ ଚଳଚ୍ଚିତ୍ର ତାଙ୍କ ହୃଦୟର ଅତି ନିକଟତର ଥିଲା। ଏଥିପାଇଁ ଫିଲ୍ମର ପୂରା ଟିମ୍କୁ ସେ ଧନ୍ୟବାଦ ଦେଇଛନ୍ତି। ଆଓ୍ବାର୍ଡ ଗ୍ରହଣ କରିବା ସମୟରେ ଝିଅ ଆରାଧ୍ୟା ଐଶ୍ୱର୍ଯ୍ୟାଙ୍କର ଫଟୋ ଉଠାଉଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଇଭେଣ୍ଟ ସ୍ଥଳରେ ଐଶ୍ୱର୍ଯ୍ୟା ନିଜ ପ୍ରଶଂସକଙ୍କ ସହ ସେଲ୍ଫି ନେଉଥିବାର ମଧ୍ୟ ନଜର ଆସିଛନ୍ତି। ସୂଚନାଯୋଗ୍ୟ, ‘ପୋନ୍ନିୟିନ୍ ସେଲଭନ: ପାର୍ଟ ୨’ରେ ଐଶ୍ୱର୍ଯ୍ୟା ନନ୍ଦିନୀ ଏବଂ ମନ୍ଦାକିନୀ ନାମରେ ୨ଟି ଚରିତ୍ରରେ ଅଭିନୟ କରିଥିଲେ।
The post ଐଶ୍ୱର୍ଯ୍ୟା ଶ୍ରେଷ୍ଠ ଅଭିନେତ୍ରୀ appeared first on Dharitri Odia News.