‘ବିଜେଡିର ପ୍ରଚାର କରୁଛନ୍ତି ମିଶନ ଶକ୍ତି ମହିଳା’
ଭୁବନେଶ୍ୱର, ୭।୫(ସୁନିତ୍ ମିଶ୍ର): ମହିଳାଙ୍କୁ ସାମାଜିକ ଓ ଆର୍ଥତ୍କ କ୍ଷେତ୍ରରେ ସଶକ୍ତ କରିବା ପାଇଁ ସ୍ବୟଂ ସହାୟକ ଗୋଷ୍ଠୀର ସୃଷ୍ଟି କରାଯାଇଥିଲା। କିନ୍ତୁ ବିଜେଡି ଓଲଟା ନିଜର ଭୋଟ ବ୍ୟାଙ୍କକୁ ସଶକ୍ତ କରିବା ପାଇଁ ଏସ୍ଏଚ୍ଜିର ମହିଳାଙ୍କୁ ପ୍ରଲୋଭିତ କରିଆସୁଛି। ଏହି ପ୍ରଲୋଭନର ଶିକାର ହୋଇ କେତେଜଣ ମୁଷ୍ଟିମେୟ ମିଶନ ଶକ୍ତି ମହିଳା- ଜିପିଏଫ୍ ଲିଡର, ଏମ୍ବିକେ, ସିଆର୍ପି, ଜିଆର୍ଏସ୍ ନିଜର ଦାୟିତ୍ୱ ଭୁଲି ବିଜେଡିର ପ୍ରଚାର କରୁଛନ୍ତି; ଯାହା ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଂଘନ କରୁଥିବା […] The post ‘ବିଜେଡିର ପ୍ରଚାର କରୁଛନ୍ତି ମିଶନ ଶକ୍ତି ମହିଳା’ appeared first on Dharitri Odia News.
ଭୁବନେଶ୍ୱର, ୭।୫(ସୁନିତ୍ ମିଶ୍ର): ମହିଳାଙ୍କୁ ସାମାଜିକ ଓ ଆର୍ଥତ୍କ କ୍ଷେତ୍ରରେ ସଶକ୍ତ କରିବା ପାଇଁ ସ୍ବୟଂ ସହାୟକ ଗୋଷ୍ଠୀର ସୃଷ୍ଟି କରାଯାଇଥିଲା। କିନ୍ତୁ ବିଜେଡି ଓଲଟା ନିଜର ଭୋଟ ବ୍ୟାଙ୍କକୁ ସଶକ୍ତ କରିବା ପାଇଁ ଏସ୍ଏଚ୍ଜିର ମହିଳାଙ୍କୁ ପ୍ରଲୋଭିତ କରିଆସୁଛି। ଏହି ପ୍ରଲୋଭନର ଶିକାର ହୋଇ କେତେଜଣ ମୁଷ୍ଟିମେୟ ମିଶନ ଶକ୍ତି ମହିଳା- ଜିପିଏଫ୍ ଲିଡର, ଏମ୍ବିକେ, ସିଆର୍ପି, ଜିଆର୍ଏସ୍ ନିଜର ଦାୟିତ୍ୱ ଭୁଲି ବିଜେଡିର ପ୍ରଚାର କରୁଛନ୍ତି; ଯାହା ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଂଘନ କରୁଥିବା ଭାଜପା ଅଭିଯୋଗ କରିଛି।
ଭାଜପାର ଏକ ପ୍ରତିନିଧି ମଣ୍ଡଳୀ ମଙ୍ଗଳବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କୁ ଭେଟି ଅଭିଯୋଗ କରିଛି ଯେ, ଏହା ନିର୍ବାଚନ ଭଳି ଗଣତନ୍ତ୍ରର ସର୍ବୋଚ୍ଚ ପର୍ବର ପାରଦର୍ଶିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ପଞ୍ଚାୟତ ମହାସଂଘକୁ ମୋଦି ସରକାର ଦେଉଥିବା ଲକ୍ଷାଧିକ ସିଆଇଏଫ୍ ଟଙ୍କାକୁ ମହିଳାମାନଙ୍କ ଟ୍ରେନିଂରେ ଉପଯୋଗ ନ କରି ବିଜେଡି ସରକାର ନିଜର ମିଛ ପ୍ରଚାର ଯଥା-‘ପିତଳକୁ କିଭଳି ସୁନା’ କହିବେ ସେ ପ୍ରକାର ଟ୍ରେନିଂ ଦେଉଛନ୍ତି। ଏହା ଏସ୍ଏଚ୍ଜିର ମୂଳ ଲକ୍ଷ୍ୟ ବିରୋଧୀ। ଯେଉଁ ମହିଳାମାନେ ପ୍ରକୃତରେ ସଶକ୍ତ ହେବାକୁ ଚାହୁଁଛନ୍ତି ସେମାନଙ୍କୁ ଧାର୍ଯ୍ୟ କାର୍ଯ୍ୟରେ ନ ଲଗାଇ ଏମ୍ବିକେ, ସିଆର୍ପି ପଦାଧିକାରୀର ଛଦ୍ମ ରୂପରେ ବିଜେଡିର କେତେଜଣ ମହିଳା ଭ୍ରମାତ୍ମକ ତଥ୍ୟ ପ୍ରଦାନକରି ବିଜେଡିକୁ ଭୋଟ ଦେବା ପାଇଁ ପ୍ରବର୍ତ୍ତାଉଛନ୍ତି। ଏହା ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଂଘନ ବୋଲି ଭାଜପା ଅଭିଯୋଗ କରିଛି।
The post ‘ବିଜେଡିର ପ୍ରଚାର କରୁଛନ୍ତି ମିଶନ ଶକ୍ତି ମହିଳା’ appeared first on Dharitri Odia News.