‘ଫ୍ଲାଇଙ୍ଗ୍ କିସ୍’ ଦେଇ ଚର୍ଚ୍ଚାରେ ରୋହିତ ଶର୍ମା: ଦେଖନ୍ତୁ ଭିଡିଓ
ମୁମ୍ବାଇ,୨୭।୩: ଆଇପିଏଲ ୨୦୨୪ର ଅଷ୍ଟମ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ୍ ଏବଂ ମୁମ୍ବାଇ ମଧ୍ୟରେ ଖେଳାଯିବ। ହାଇଦ୍ରାବାଦ ଏବଂ ମୁମ୍ବାଇର ଦଳ ଚଳିତ ସିଜନରେ ଏପର୍ଯ୍ୟନ୍ତ ଗୋଟିଏ ମ୍ୟାଚ ଖେଳିଛନ୍ତି। ଓପନିଂ ମ୍ୟାଚରେ ଉଭୟ ଦଳ ପରାଜୟର ସମ୍ମୁଖୀନ ହୋଇଛନ୍ତି। ନିକଟରେ ସନରାଇଜର୍ସ ହାଇଦ୍ରାବାଦ ମୁମ୍ବାଇ ଇଣ୍ଡିଆର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କ ଫଟୋ ଶେୟାର କରଥିଲା। ଏହା ପରେ ଏହାକୁ ଡିଲିଟ୍ କରାଯାଇଥିଲା। ଏହି ଫଟୋରେ ରୋହିତ ମୟଙ୍କ ଅଗ୍ରୱାଲଙ୍କୁ ‘ଫ୍ଲାଇଙ୍ଗ କିସ’ ଦେଉଥିବାର ନଜର ଆସିଥିଲେ। […] The post ‘ଫ୍ଲାଇଙ୍ଗ୍ କିସ୍’ ଦେଇ ଚର୍ଚ୍ଚାରେ ରୋହିତ ଶର୍ମା: ଦେଖନ୍ତୁ ଭିଡିଓ appeared first on Dharitri Odia News.
ମୁମ୍ବାଇ,୨୭।୩: ଆଇପିଏଲ ୨୦୨୪ର ଅଷ୍ଟମ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ୍ ଏବଂ ମୁମ୍ବାଇ ମଧ୍ୟରେ ଖେଳାଯିବ। ହାଇଦ୍ରାବାଦ ଏବଂ ମୁମ୍ବାଇର ଦଳ ଚଳିତ ସିଜନରେ ଏପର୍ଯ୍ୟନ୍ତ ଗୋଟିଏ ମ୍ୟାଚ ଖେଳିଛନ୍ତି। ଓପନିଂ ମ୍ୟାଚରେ ଉଭୟ ଦଳ ପରାଜୟର ସମ୍ମୁଖୀନ ହୋଇଛନ୍ତି। ନିକଟରେ ସନରାଇଜର୍ସ ହାଇଦ୍ରାବାଦ ମୁମ୍ବାଇ ଇଣ୍ଡିଆର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କ ଫଟୋ ଶେୟାର କରଥିଲା। ଏହା ପରେ ଏହାକୁ ଡିଲିଟ୍ କରାଯାଇଥିଲା। ଏହି ଫଟୋରେ ରୋହିତ ମୟଙ୍କ ଅଗ୍ରୱାଲଙ୍କୁ ‘ଫ୍ଲାଇଙ୍ଗ କିସ’ ଦେଉଥିବାର ନଜର ଆସିଥିଲେ।
ସନରାଇଜର୍ସ ହାଇଦ୍ରାବାଦର ପ୍ରଥମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ହୋଇଥିଲା। ଏହି ମ୍ୟାଚ୍ରେ ହର୍ଷିତ ରାଣା ମୟଙ୍କଙ୍କୁ ଆଉଟ୍ କରିଥିଲେ। ଏହା ପରେ ସେ ତାଙ୍କୁ ଏକ ‘ଫ୍ଲାଇଙ୍ଗ କିସ’ ଦେଇଥିଲେ। ଏହି କାର୍ଯ୍ୟ ହର୍ଷିତଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା ଏବଂ ତାଙ୍କୁ ଜରିମାନା କରାଯାଇଥିଲା। ଏହା ପରେ ରୋହିତ ମ୍ୟାଚ ପୂର୍ବରୁ ମୟଙ୍କଙ୍କୁ ଏକ ‘ଫ୍ଲାଇଙ୍ଗ କିସ’ ଦେଇଥିଲେ। ମୟଙ୍କ ଅଗ୍ରୱାଲ ଏହା ଉପରେ ହସିଥିଲେ।
Rohit Sharma things
#RohitSharma???? #MayankAgarwal #MIvsSRH pic.twitter.com/o1C7l2OrGF
— RSSB_BEROJGAR (@rssb_berojgar) March 27, 2024
The post ‘ଫ୍ଲାଇଙ୍ଗ୍ କିସ୍’ ଦେଇ ଚର୍ଚ୍ଚାରେ ରୋହିତ ଶର୍ମା: ଦେଖନ୍ତୁ ଭିଡିଓ appeared first on Dharitri Odia News.
