ଓଠ କଳା ପଡୁଥିଲେ, ଆପଣାନ୍ତୁ ଏହି ଉପାୟ
କଳା ଓଠ ମୁହଁର ସୌନ୍ଦର୍ଯ୍ୟ ହ୍ରାସ କରିଥାଏ। ଏହାକୁ ଲୁଚାଇବା ଲାଗି ଅନେକେ ଲିପ୍ଷ୍ଟିକ୍ ଲଗାଇଥାନ୍ତି। ହେଲେ କେତେକ ଘରୋଇ ଉପାୟରେ ଆପଣ ଚାହିଁଲେ ଓଠକୁ ଗୋଲାପି କରିପାରିବେ। ଜାଣିରଖନ୍ତୁ ଟିପ୍ସ… ଲେମ୍ବୁରସ ଏବଂ ମହୁ ପ୍ୟାକ୍ ଓଠର କଳାରଙ୍ଗ ଦୂରକରି ଗୋଲାପି କରିବାରେ ବେଶ୍ ସାହାଯ୍ୟ କରିଥାଏ। ଏଥିପାଇଁ ଅଧଚାମଚ ଲେଖାଏ ଲେମ୍ବୁରସ ଏବଂ ମହୁ ନେଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାକୁ ଓଠରେ ଲଗାଇ ୫ ମିନିଟ୍ ପର୍ଯ୍ୟନ୍ତ ଧୀରେ ଧୀରେ ଘଷିଲେ […] The post ଓଠ କଳା ପଡୁଥିଲେ, ଆପଣାନ୍ତୁ ଏହି ଉପାୟ appeared first on Dharitri Odia News.
କଳା ଓଠ ମୁହଁର ସୌନ୍ଦର୍ଯ୍ୟ ହ୍ରାସ କରିଥାଏ। ଏହାକୁ ଲୁଚାଇବା ଲାଗି ଅନେକେ ଲିପ୍ଷ୍ଟିକ୍ ଲଗାଇଥାନ୍ତି। ହେଲେ କେତେକ ଘରୋଇ ଉପାୟରେ ଆପଣ ଚାହିଁଲେ ଓଠକୁ ଗୋଲାପି କରିପାରିବେ। ଜାଣିରଖନ୍ତୁ ଟିପ୍ସ…
ଲେମ୍ବୁରସ ଏବଂ ମହୁ ପ୍ୟାକ୍ ଓଠର କଳାରଙ୍ଗ ଦୂରକରି ଗୋଲାପି କରିବାରେ ବେଶ୍ ସାହାଯ୍ୟ କରିଥାଏ। ଏଥିପାଇଁ ଅଧଚାମଚ ଲେଖାଏ ଲେମ୍ବୁରସ ଏବଂ ମହୁ ନେଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାକୁ ଓଠରେ ଲଗାଇ ୫ ମିନିଟ୍ ପର୍ଯ୍ୟନ୍ତ ଧୀରେ ଧୀରେ ଘଷିଲେ ଡେଡ୍ ସେଲ୍ ବାହାରିଯିବ। ପରେ ଓଠକୁ ନରମ କପଡ଼ାରେ ପୋଛି ୨ ଟୋପା ନଡ଼ିଆତେଲ ଲଗାଇ ହାଲକା ମସାଜ କରନ୍ତୁ। ପ୍ରତିଦିନ ଏପରି କଲେ ଓଠ ନରମ ହେବା ସହ ଏହାର ରଙ୍ଗ ପରିବର୍ତ୍ତନ ହୋଇ ଗୋଲାପି ଲାଗିବ।
ବିଟ୍ ରସ ମଧ୍ୟ ଓଠକୁ ଗୋଲାପି କରିବାରେ ବେଶ୍ ଲାଭଦାୟକ। ୧ ଚାମଚ ବିଟ୍ ରସରେ ୨-୩ ବୁନ୍ଦା ନଡ଼ିଆତେଲ ପକାଇ ଭଲଭାବେ ମିଶାନ୍ତୁ। ଏହି ମିଶ୍ରଣକୁ ଓଠରେ ଲଗାଇ ୩-୪ ମିନିଟ୍ ପର୍ଯ୍ୟନ୍ତ ଧୀରେ ଧୀରେ ଘଷନ୍ତୁ।
ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ତୁଳା ସାହାଯ୍ୟରେ ଅଳ୍ପ ଗୋଲାପଜଳ ନେଇ ଓଠରେ ଲଗାଇ ଧୀରେ ଧୀରେ ଘଷି ଡେଡ୍ ସେଲ୍ ବାହାର କରିଦିଅନ୍ତୁ। ଓଠକୁ ପୋଛି ଲିପ୍ ବାମ୍ ଲଗାନ୍ତୁ। ଏହାଦ୍ୱାରା ଧୀରେ ଧୀରେ ନୂଆ ସେଲ୍ ସୃଷ୍ଟିହେବା ସହ ଓଠ ପୂର୍ବାପେକ୍ଷା ନରମ ଏବଂ ଗୋଲାପି ଲାଗିବ।
The post ଓଠ କଳା ପଡୁଥିଲେ, ଆପଣାନ୍ତୁ ଏହି ଉପାୟ appeared first on Dharitri Odia News.