ଓଡ଼ିଶା ଆସିବେ ଇଡି ନିର୍ଦ୍ଦେଶକ, ଖୋଲିବେ ପୁରୁଣା ଫାଇଲ୍‌

ଭୁବନେଶ୍ୱର,୨୬ା୮: ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସିବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳଳୟ ନିର୍ଦ୍ଦେଶକ(ଇଡି ନିର୍ଦ୍ଦେଶକ) ରାହୁଲ ନବୀନ। ସେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ତାଙ୍କର ଏହି ଗସ୍ତ ସମୟରେ ଏକାଧିକ ପୁରୁଣା ଫାଇଲ ଖୋଲିବା ସହ ନୂଆ ମାମଲା ରୁଜୁ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଭୁବନେଶ୍ୱର ସହ ସେ ପୁରୀ ଏବଂ କଟକ ଗସ୍ତରେ ଯିବେ। ଯାହାକୁ ନେଇ ଏବେଠାରୁ କଳାକାରନାମାରେ ଲିପ୍ତ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଛନକା ପଶିଗଲାଣି। ୧୯୯୩ ବ୍ୟାଚ୍‌ ଭାରତୀୟ […] The post ଓଡ଼ିଶା ଆସିବେ ଇଡି ନିର୍ଦ୍ଦେଶକ, ଖୋଲିବେ ପୁରୁଣା ଫାଇଲ୍‌ appeared first on Dharitri Odia News.

ଓଡ଼ିଶା ଆସିବେ ଇଡି ନିର୍ଦ୍ଦେଶକ, ଖୋଲିବେ ପୁରୁଣା ଫାଇଲ୍‌

ଭୁବନେଶ୍ୱର,୨୬ା୮: ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସିବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳଳୟ ନିର୍ଦ୍ଦେଶକ(ଇଡି ନିର୍ଦ୍ଦେଶକ) ରାହୁଲ ନବୀନ। ସେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ତାଙ୍କର ଏହି ଗସ୍ତ ସମୟରେ ଏକାଧିକ ପୁରୁଣା ଫାଇଲ ଖୋଲିବା ସହ ନୂଆ ମାମଲା ରୁଜୁ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଭୁବନେଶ୍ୱର ସହ ସେ ପୁରୀ ଏବଂ କଟକ ଗସ୍ତରେ ଯିବେ। ଯାହାକୁ ନେଇ ଏବେଠାରୁ କଳାକାରନାମାରେ ଲିପ୍ତ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଛନକା ପଶିଗଲାଣି।

୧୯୯୩ ବ୍ୟାଚ୍‌ ଭାରତୀୟ ରାଜସ୍ବ ସେବା (ଆଇଆର୍‌ଏସ୍‌) ଅଧିକାରୀ ରାହୁଲ ନବୀନଙ୍କୁ ଏନ୍‌ଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ର ନୂତନ ନିର୍ଦ୍ଦେଶକ ଭାବରେ ଗତ ୧୪ ତାରିଖରେ ନିଯୁକ୍ତ କରାଯାଇଥିଲା।
ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହେବା ପୂର୍ବରୁ ନବୀନ ଇଡିର ସ୍ବତନ୍ତ୍ର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିଲେ।
ଏହାପୂର୍ବରୁ କ୍ୟାବିନେଟ୍‌ର ନିଯୁକ୍ତି କମିଟି (ଏସିସି) ରାହୁଲ ନବୀନଙ୍କ ପଦବୀକୁ ଅତିରିକ୍ତ ସଚିବ ସ୍ତରକୁ ଉନ୍ନୀତ କରିବାକୁ ଇଡି ନିର୍ଦ୍ଦେଶକ ପଦବୀ ପାଇଁ ଅନୁମୋଦନ କରିଥିଲେ।

The post ଓଡ଼ିଶା ଆସିବେ ଇଡି ନିର୍ଦ୍ଦେଶକ, ଖୋଲିବେ ପୁରୁଣା ଫାଇଲ୍‌ appeared first on Dharitri Odia News.