ଓଡ଼ିଶା ‘ଏକ ସ୍ୱାସ୍ଥ୍ୟ’ କାର୍ଯ୍ୟକ୍ରମର ଷ୍ଟେଟ ଆକ୍ସନ ପ୍ଲାନ ଉନ୍ମୋଚିତ

ଭୁବନେଶ୍ୱର,୧୧।୨: ରାଜ୍ୟରେ ଜନସ୍ୱାସ୍ଥ୍ୟକୁ ଅଧିକ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଆଜି ଲୋକସଭା ଭବନସ୍ଥିତ ବିଭାଗୀୟ ସମ୍ମିଳନୀ କକ୍ଷରେ ‘ଏକ ସ୍ୱାସ୍ଥ୍ୟ’ କାର୍ଯ୍ୟକ୍ରମର ଷ୍ଟେଟ ଆକ୍ସନ ପ୍ଲାନ ଏବଂ ଆଇଡିଏସପି-ଆଇଏଚ୍ଆଇପିର ବାର୍ଷିକ ରିପୋର୍ଟର ଉନ୍ମୋଚନ କରିଛନ୍ତି। ‘ଏକ ସ୍ୱାସ୍ଥ୍ୟ’ କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାରେ ଏକ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଅପରେସନ କେନ୍ଦ୍ର ପ୍ରତିଷ୍ଠା ପାଇଁ ଭାରତ ସରକାରଙ୍କ ସହ ସ୍ୱାକ୍ଷରିତ ହୋଇଥିବା ବୁଝାମଣା ପତ୍ର ମଧ୍ୟ ଆଜି […] The post ଓଡ଼ିଶା ‘ଏକ ସ୍ୱାସ୍ଥ୍ୟ’ କାର୍ଯ୍ୟକ୍ରମର ଷ୍ଟେଟ ଆକ୍ସନ ପ୍ଲାନ ଉନ୍ମୋଚିତ appeared first on Dharitri Odia News.

ଓଡ଼ିଶା ‘ଏକ ସ୍ୱାସ୍ଥ୍ୟ’ କାର୍ଯ୍ୟକ୍ରମର ଷ୍ଟେଟ ଆକ୍ସନ ପ୍ଲାନ ଉନ୍ମୋଚିତ

ଭୁବନେଶ୍ୱର,୧୧।୨: ରାଜ୍ୟରେ ଜନସ୍ୱାସ୍ଥ୍ୟକୁ ଅଧିକ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଆଜି ଲୋକସଭା ଭବନସ୍ଥିତ ବିଭାଗୀୟ ସମ୍ମିଳନୀ କକ୍ଷରେ ‘ଏକ ସ୍ୱାସ୍ଥ୍ୟ’ କାର୍ଯ୍ୟକ୍ରମର ଷ୍ଟେଟ ଆକ୍ସନ ପ୍ଲାନ ଏବଂ ଆଇଡିଏସପି-ଆଇଏଚ୍ଆଇପିର ବାର୍ଷିକ ରିପୋର୍ଟର ଉନ୍ମୋଚନ କରିଛନ୍ତି।

‘ଏକ ସ୍ୱାସ୍ଥ୍ୟ’ କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାରେ ଏକ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଅପରେସନ କେନ୍ଦ୍ର ପ୍ରତିଷ୍ଠା ପାଇଁ ଭାରତ ସରକାରଙ୍କ ସହ ସ୍ୱାକ୍ଷରିତ ହୋଇଥିବା ବୁଝାମଣା ପତ୍ର ମଧ୍ୟ ଆଜି ଉନ୍ମୋଚିତ ହୋଇଥିଲା । ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ସମ୍ଭାବ୍ୟ ଜରୁରୀକାଳୀନ ଜନସ୍ୱାସ୍ଥ୍ୟ ପରିସ୍ଥିତି ପାଇଁ ପ୍ରାକ ପ୍ରସ୍ତୁତି ଓ ପ୍ରତିକ୍ରିୟା କ୍ଷମତାକୁ ବୃଦ୍ଧି କରିବା ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ ପ୍ରକାଶ କରିଛନ୍ତି ।

‘ଏକ ସ୍ୱାସ୍ଥ୍ୟ’ର ଷ୍ଟେଟ ଆକ୍ସନ ପ୍ଲାନରେ ମାନବ ସ୍ୱାସ୍ଥ୍ୟ, ପଶୁ ସ୍ୱାସ୍ଥ୍ୟ ଏବଂ ପରିବେଶ ସ୍ୱାସ୍ଥ୍ୟର ସମନ୍ୱିତ ଆଭିମୁଖ୍ୟକୁ ପ୍ରୋତ୍ସାହିତ କରାଯାଇଛି । ଏହା ଜୁନୋଟିକ୍ ରୋଗର ନୀରିକ୍ଷଣ ଏବଂ ପ୍ରତିକ୍ରିୟା ପ୍ରଣାଳୀକୁ ମଜବୁତ କରିବା, ଉଭୟ ମାନବ ଏବଂ ପଶୁ ସ୍ୱାସ୍ଥ୍ୟରେ ଆଣ୍ଟିମାଇକ୍ରୋବିଆଲର ଦାୟିତ୍ବପୂର୍ଣ୍ଣ ବ୍ୟବହାରକୁ ପ୍ରୋତ୍ସାହିତ କରିବା, ସ୍ୱାସ୍ଥ୍ୟ, କୃଷି ଏବଂ ପରିବେଶ କ୍ଷେତ୍ର ମଧ୍ୟରେ ଅନ୍ତଃ ବିଭାଗୀୟ ସହଭାଗିତାକୁ ସୁଦୃଢ କରିବା ଏବଂ ଜନସାଧାରଣଙ୍କୁ ଏକ ସ୍ୱାସ୍ଥ୍ୟ ନୀତି ବିଷୟରେ ସଚେତନ କରିବା ଉପରେ କେନ୍ଦ୍ରୀଭୂତ ।

ଆଇଡିଏସପି-ଆଇଏଚ୍ଆଇପିର ବାର୍ଷିକ ରିପୋର୍ଟ – ୨୦୨୪ ରେ ବିଗତ ବର୍ଷର ସମନ୍ୱିତ ରୋଗ ନିରୀକ୍ଷଣ କାର୍ଯ୍ୟକ୍ରମ ଏବଂ ସମନ୍ୱିତ ସ୍ୱାସ୍ଥ୍ୟ ସୂଚନା ପ୍ଲାଟଫର୍ମର ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଛି । ଏଥିରେ ପ୍ରମୁଖ ସଫଳତା ଓ ସୁପାରିସ ପ୍ରକାଶ ପାଇଛି ।

ଉଲ୍ଲେଖନୀୟ ଯେ, ୨୦୨୪ ବର୍ଷ ପାଇଁ ଆଇଏଚ୍ଆଇପି ପ୍ରଦର୍ଶନରେ ଓଡ଼ିଶା ପ୍ରଥମ ସ୍ଥାନ ହାସଲ କରିଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ ରାଜ୍ୟର ସମସ୍ତ ଜିଲ୍ଲାର ସ୍ୱାସ୍ଥ୍ୟ ପ୍ରଶାସନଙ୍କ ନିରବଚ୍ଛିନ୍ନ ପ୍ରୟାସ ଏବଂ କଠିନ ପରିଶ୍ରମ ଯୋଗୁଁ ଓଡିଶା ଏହି ଉପଲବ୍ଧି ପାଇପାରିଛି ବୋଲି କହିବା ସହ ସମସ୍ତଙ୍କର ଉଚ୍ଚ ପ୍ରଶଂସା କରିଥିଲେ ।

ଏହି ଉନ୍ମୋଚନ ଉତ୍ସବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସ୍, ଭାରତ ସରକାରଙ୍କ ଏନସିଡିସିର ଯୁଗ୍ମ ନିର୍ଦ୍ଦେଶିକା ଡା. ସିମ୍ମି ତିୱାରୀ, ଏନଏଚଏମ (ଓଡ଼ିଶା)ର ମିଶନ ନିର୍ଦ୍ଦେଶିକା ଡା. ବୃନ୍ଦା ଡି, ଏନସିଡିସି ଓ ଆଇଡିଏସପି-ଆଇଏଚ୍ଆଇପିର ପରାମର୍ଶଦାତା ଡା. ବିନିତା ଗୁପ୍ତା, ରାଜ୍ୟ ଆଇଡିଏସପି ସେଲର ସଦସ୍ୟ, ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ବରିଷ୍ଠ ବିଭାଗୀୟ ଅଧିକାରୀ, ଜିଲା ନୀରିକ୍ଷଣ ଦଳ ଯୋଗ ଦେଇଥିଲେ।

The post ଓଡ଼ିଶା ‘ଏକ ସ୍ୱାସ୍ଥ୍ୟ’ କାର୍ଯ୍ୟକ୍ରମର ଷ୍ଟେଟ ଆକ୍ସନ ପ୍ଲାନ ଉନ୍ମୋଚିତ appeared first on Dharitri Odia News.