'ଟେଷ୍ଟ କ୍ରିକେଟ୍ରେ ମୋତେ ପୁନର୍ଜନ୍ମ ଦେଲେ କୋହଲି-ଶାସ୍ତ୍ରୀ, ରାତାରାତି ବଦଳାଇ ଦେଲେ ମୋର ଭାଗ୍ୟ'
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା ବାଂଲାଦେଶ ବିପକ୍ଷ ସିରିଜ୍କୁ ୨-୦ରେ ଜିତି ଏହା ଜଣାଇ ଦେଇଛନ୍ତି ଯେ ସେ ଟେଷ୍ଟ କ୍ରିକେଟ୍ର ବୋସ୍। ସଂପ୍ରତି ରୋହିତ ଶର୍ମା ଟେଷ୍ଟ କ୍ରିକେଟ୍ରେ ଇନିଂସ ଓପନ କରିବା ସହ ଆକ୍ରମଣାତ୍ମକ ବ୍ୟାଟିଂ କରି ଦଳ ପାଇଁ ମାର୍ଗ ପ୍ରଶସ୍ତ କରୁଛନ୍ତି। କଣ ଆପଣ ଜାଣିଛନ୍ତି କି ଏମିତି ସମୟ ଥିଲା ଯେବେ ରୋହିତଙ୍କୁ ଟେଷ୍ଟ ଦଳରେ ସ୍ଥାନ ମିଳୁ ନ ଥିଲା।ରୋହିତଙ୍କୁ ମିଳିଲା ପୁନଃଜନ୍ମହିଟମ୍ୟାନ୍ ଦଳରେ ରହୁଥିଲେ ହେଁ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ବହୁତ କମ ସ୍ଥାନ ମିଳୁଥିଲା। ସେହି ସମୟରେ ସେ ଇନିଂସ ଓପନ କରୁନଥିଲେ। ତାଙ୍କୁ ନମ୍ବର ୫ କିମ୍ବା ୬ରେ ବ୍ୟାଟିଂ କରିବାକୁ ସୁଯୋଗ ମିଳୁଥିଲା। ଏହି ସମୟରେ ସେ ଲଗାତାର ଫ୍ଲପ୍ ସାବ୍ୟସ୍ତ ହେଉଥିଲେ। ଏମିତି ଘଡ଼ିସନ୍ଧି ସମୟରେ ତାଙ୍କ ଜୀବନରେ ଭାରତୀୟ ଅଧିନାୟକ ବିରାଟ କୋହଲି ଓ କୋଚ୍ ରବି ଶାସ୍ତ୍ରୀ କରିସ୍ମା ସାବ୍ୟସ୍ତ ହୋଇଥିଲେ। ଉଭୟ ଏମିତି ପଦକ୍ଷେପ ନେଇଥିଲେ ଯାହା ରାତାରାତି ରୋହିତ ଶର୍ମାଙ୍କ ଭାଗ୍ୟ ବଦଳାଇ ଦେଇଥିଲା। ଆଉ ରୋହିତ ସଂପ୍ରତି ଟେଷ୍ଟ କ୍ରିକେଟ୍ର ବୋସ୍ ପାଲଟିଛନ୍ତି।ଏହି ବିଷୟରେ ଖୋଦ୍ ରୋହିତ ଶର୍ମା କ୍ରିକେଟ୍ ଉପସ୍ଥାପକ ଜତିନ ସପ୍ରୁଙ୍କ ସହିତ ଆଲୋଚନା କରିଛନ୍ତି। ଏହି ସମୟରେ ରୋହିତ ଖୁଲାସା କରିଛନ୍ତି, କେମିତି ତାଙ୍କୁ ଟେଷ୍ଟ କ୍ରିକେଟ୍ରେ ଓପନିଂ କରିବାକୁ ସୁଯୋଗ ମିଳିଲା ଏବଂ ରାତାରାତି
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା ବାଂଲାଦେଶ ବିପକ୍ଷ ସିରିଜ୍କୁ ୨-୦ରେ ଜିତି ଏହା ଜଣାଇ ଦେଇଛନ୍ତି ଯେ ସେ ଟେଷ୍ଟ କ୍ରିକେଟ୍ର ବୋସ୍। ସଂପ୍ରତି ରୋହିତ ଶର୍ମା ଟେଷ୍ଟ କ୍ରିକେଟ୍ରେ ଇନିଂସ ଓପନ କରିବା ସହ ଆକ୍ରମଣାତ୍ମକ ବ୍ୟାଟିଂ କରି ଦଳ ପାଇଁ ମାର୍ଗ ପ୍ରଶସ୍ତ କରୁଛନ୍ତି। କଣ ଆପଣ ଜାଣିଛନ୍ତି କି ଏମିତି ସମୟ ଥିଲା ଯେବେ ରୋହିତଙ୍କୁ ଟେଷ୍ଟ ଦଳରେ ସ୍ଥାନ ମିଳୁ ନ ଥିଲା।
ରୋହିତଙ୍କୁ ମିଳିଲା ପୁନଃଜନ୍ମ
ହିଟମ୍ୟାନ୍ ଦଳରେ ରହୁଥିଲେ ହେଁ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ବହୁତ କମ ସ୍ଥାନ ମିଳୁଥିଲା। ସେହି ସମୟରେ ସେ ଇନିଂସ ଓପନ କରୁନଥିଲେ। ତାଙ୍କୁ ନମ୍ବର ୫ କିମ୍ବା ୬ରେ ବ୍ୟାଟିଂ କରିବାକୁ ସୁଯୋଗ ମିଳୁଥିଲା। ଏହି ସମୟରେ ସେ ଲଗାତାର ଫ୍ଲପ୍ ସାବ୍ୟସ୍ତ ହେଉଥିଲେ। ଏମିତି ଘଡ଼ିସନ୍ଧି ସମୟରେ ତାଙ୍କ ଜୀବନରେ ଭାରତୀୟ ଅଧିନାୟକ ବିରାଟ କୋହଲି ଓ କୋଚ୍ ରବି ଶାସ୍ତ୍ରୀ କରିସ୍ମା ସାବ୍ୟସ୍ତ ହୋଇଥିଲେ। ଉଭୟ ଏମିତି ପଦକ୍ଷେପ ନେଇଥିଲେ ଯାହା ରାତାରାତି ରୋହିତ ଶର୍ମାଙ୍କ ଭାଗ୍ୟ ବଦଳାଇ ଦେଇଥିଲା। ଆଉ ରୋହିତ ସଂପ୍ରତି ଟେଷ୍ଟ କ୍ରିକେଟ୍ର ବୋସ୍ ପାଲଟିଛନ୍ତି।
ଏହି ବିଷୟରେ ଖୋଦ୍ ରୋହିତ ଶର୍ମା କ୍ରିକେଟ୍ ଉପସ୍ଥାପକ ଜତିନ ସପ୍ରୁଙ୍କ ସହିତ ଆଲୋଚନା କରିଛନ୍ତି। ଏହି ସମୟରେ ରୋହିତ ଖୁଲାସା କରିଛନ୍ତି, କେମିତି ତାଙ୍କୁ ଟେଷ୍ଟ କ୍ରିକେଟ୍ରେ ଓପନିଂ କରିବାକୁ ସୁଯୋଗ ମିଳିଲା ଏବଂ ରାତାରାତି ସେ ଏହି ଲମ୍ବା ଫର୍ମାଟ୍ରେ ଛାଇଗଲେ।
ରୋହିତ ଶର୍ମା କହିଛନ୍ତି, ମୁଁ ବିରାଟ କୋହଲି ଓ ରବି ଶାସ୍ତ୍ରୀଙ୍କ ପ୍ରତି କୃତଜ୍ଞ। ଉଭୟ ଟେଷ୍ଟ କ୍ରିକେଟ୍ରେ ଭାରତ ପାଇଁ ଓପନିଂ କରିବାର ସୁଯୋଗ ଦେଲେ। ସେହି ସମୟରେ କୌଣସି ବ୍ୟାଟରଙ୍କୁ ଭାରତ ପାଇଁ ଓପନିଂ କରିବା ସହଜ ନ ଥିଲା। ତଥାପି ଦୁଇ ଜଣ ମୋତେ ଓପନିଂ କରିବାକୁ ସୁଯୋଗ ଦେଇଥିଲେ। ଏହା ହିଁ ଟେଷ୍ଟ କ୍ରିକେଟ୍ରେ ମୋର ପୁନର୍ଜନ୍ମ ଥିଲା। ସେମାନେ ମୋତେ ଟେଷ୍ଟରେ ନିଜର ସ୍ଵାଭାବିକ ଖେଳ ଖେଳିବାକୁ ପୁରା ସ୍ଵାଧୀନତା ଦେଇଥିଲେ ଏବଂ ମୋତେ ସୁଯୋଗ ଦେଇ ଚାଲିଲେ। ଅଭ୍ୟାସ୍ ମ୍ୟାଚ୍ରେ ଓପନିଂ କରିବା ସମୟରେ ଶୂନ୍ୟରେ ଆଉଟ୍ ହୋଇଥିଲେ ହେଁ ମୋ ଉପରୁ ବିରାଟ ଓ ରବି ଶାସ୍ତ୍ରୀ ବିଶ୍ଵାସ ହରାଇ ନ ଥିଲେ ଏବଂ ମୋତେ ସମର୍ଥନ କରିଥିଲେ। ଏହା ପରେ ମୁଁ ଟେଷ୍ଟରେ ତାହା କଲି ଯାହା ଦିନିକିଆ ଓ ଟି-୨୦ରେ କରି ଆସୁଥିଲି।
Rohit Sharma said - "When Virat Kohli and Ravi Shastri gave me the chance to open for India in Test Cricket. They gave me full freedom to play freely and play my natural game in Test Cricket and they backed my game as well and I'm very grateful for that". (To Jatin Sapru). pic.twitter.com/4RJiJnQHQM— Tanuj Singh (@ImTanujSingh) October 1, 2024
ରୋହିତ ଶର୍ମା ପ୍ରଥମେ ଟେଷ୍ଟ କ୍ରିକେଟ୍ରେ ନମ୍ବର ୩, ନମ୍ବର ୪, ନମ୍ବର ୫ ଓ ନମ୍ବର ୬ରେ ବ୍ୟାଟିଂ କରି ୧୬ଟି ମ୍ୟାଚ୍ର ୨୫ ଇନିଂସରୁ ୩ ଶତକ ଓ ୬ ଅର୍ଦ୍ଧଶତକ ସହ ୧୦୩୭ ରନ କରିଥିଲେ। ରୋହିତ ନମ୍ବର ୫ରେ ୯ଟି ମ୍ୟାଚ୍ରେ ୩ ଅର୍ଦ୍ଧଶତକ ସହିତ ୪୩୭ ରନ କରିଛନ୍ତି। ନମ୍ବର ୪ରେ ଗୋଟିଏ ଇନିଂସରେ ୪ ରନ କରିଥିବା ବେଳେ ନମ୍ବର ୩ରେ ବ୍ୟାଟିଂ କରି ୪ଟି ମ୍ୟାଚ୍ର ୫ଟି ଇନିଂସରେ ଗୋଟିଏ ଅର୍ଦ୍ଧଶତକ ସହ କେବଳ ୧୦୫ ରନ କରିଛନ୍ତି।
ରୋହିତ ଶର୍ମା ୨୦୧୯ରୁ ଟେଷ୍ଟ କ୍ରିକେଟ୍ରେ ଇନିଂସ ଓପନିଂ କରି ୩୯ ମ୍ୟାଚ୍ ଖେଳି ସାରିଛନ୍ତି। ଏଥିରେ ୫୮ ଇନିଂସରୁ ୭ ଅର୍ଦ୍ଧଶତକ ଓ ୯ ଶତକ ସହ ୨୫୯୪ ରନ କରିଛନ୍ତି। ଓପନର ଭାବେ ତାଙ୍କ ବ୍ୟାଟିଂ ହାର ୧୧୮.୧୧ ରହିଛି।