ଓଡ଼ିଶାକୁ ପ୍ରଧାନମନ୍ତ୍ରୀଙ୍କ ଭେଟି; ମଙ୍ଗଳବାରଠୁ ଗଡ଼ିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍

ନୂଆଦିଲ୍ଲୀ: ଓଡ଼ିଶାରୁ ଗଡ଼ିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ପୁରୀ-ଭୁବନେଶ୍ବର-ବିଶାଖାପାଟନାମ୍ ମଧ୍ୟରେ ଏହା ଚଳାଚଳ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିସିରେ ଏହାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏହା ସହିତ ଦେଶରେ ମୋଟ୍ ୧୦ଟି ବନ୍ଦେ ଭାରତ ଏକ୍ସପ୍ରେସ ଟେନର ଶୁଭ ଉଦଘାଟନ ହେବ । ଭୁବନେଶ୍ବର ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ ଶନିବାରକୁ ଛାଡ଼ି ବାକି ୬ ଦିନ ଚାଲିବ। ଏହି ସେମି କଣ୍ଡକ୍ଟର ସ୍ପିଡ୍ ଟ୍ରେନକୁ ମିଶାଇ ଓଡ଼ିଶାରେ ମୋଟ୍ ୩ଟି ବନ୍ଦେ ଭାରତ ଚାଲିବ । ପ୍ରଥମ ଟ୍ରେନ୍ ପୁରୀରୁ କୋଲକାତା ମଧ୍ୟରେ ଚାଲୁଛି । ସେହିପରି ଦ୍ବିତୀୟ ଟ୍ରେନ୍ ପୁରୀରୁ ରାଉରକେଲା ମଧ୍ୟରେ ଚାଲୁଥିବା ବେଳେ ଆଜିଠୁ ପୁରୀରୁ ବିଶାଖାପାଟନାମକୁ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବ । କେବଳ ଏତିକି ନୁହେଁ ମଙ୍ଗଳବାର ଭିଡିଓ କନଫରେନ୍ସିଂ ମାଧ୍ୟମ ପିଏମ୍ ମୋଦି ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ।  ଛିଣ୍ଡୁନି ଅଙ୍କ, ମେଣ୍ଟକୁ ନେଇ ବଢୁଛି ସସପେନ୍ସ; ରାତିରେ ବସୁଥିବା ଶେଷ ବୈଠକ ଉପରେ ସବୁ ନିର୍ଭରଦେଶରେ ୮୫ ହଜାର କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଲୋକାର୍ପଣ କରିବେ  ପ୍ରଧାନମନ୍ତ୍ରୀ । ମୋଟ୍ ୧୦ଟି ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ ସହିତ ୪ଟିର ସଂପ୍ରସାରଣ କରାଯିବ। ପ୍ରଧାନମନ୍ତ୍ରୀ ଓଡ଼ିଶାରେ ୨୭୪ଟି ରେଳ ପ୍ରକଳ୍ପ ପାଇଁ ଲୋକାର୍ପଣ ଓ ଭିତ୍ତିପ୍ରସ୍ତ

ଓଡ଼ିଶାକୁ ପ୍ରଧାନମନ୍ତ୍ରୀଙ୍କ ଭେଟି; ମଙ୍ଗଳବାରଠୁ ଗଡ଼ିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍

ନୂଆଦିଲ୍ଲୀଓଡ଼ିଶାରୁ ଗଡ଼ିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ପୁରୀ-ଭୁବନେଶ୍ବର-ବିଶାଖାପାଟନାମ୍ ମଧ୍ୟରେ ଏହା ଚଳାଚଳ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିସିରେ ଏହାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏହା ସହିତ ଦେଶରେ ମୋଟ୍ ୧୦ଟି ବନ୍ଦେ ଭାରତ ଏକ୍ସପ୍ରେସ ଟେନର ଶୁଭ ଉଦଘାଟନ ହେବ । 

ଭୁବନେଶ୍ବର ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ ଶନିବାରକୁ ଛାଡ଼ି ବାକି ୬ ଦିନ ଚାଲିବ। ଏହି ସେମି କଣ୍ଡକ୍ଟର ସ୍ପିଡ୍ ଟ୍ରେନକୁ ମିଶାଇ ଓଡ଼ିଶାରେ ମୋଟ୍ ୩ଟି ବନ୍ଦେ ଭାରତ ଚାଲିବ । ପ୍ରଥମ ଟ୍ରେନ୍ ପୁରୀରୁ କୋଲକାତା ମଧ୍ୟରେ ଚାଲୁଛି । ସେହିପରି ଦ୍ବିତୀୟ ଟ୍ରେନ୍ ପୁରୀରୁ ରାଉରକେଲା ମଧ୍ୟରେ ଚାଲୁଥିବା ବେଳେ ଆଜିଠୁ ପୁରୀରୁ ବିଶାଖାପାଟନାମକୁ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବ । କେବଳ ଏତିକି ନୁହେଁ ମଙ୍ଗଳବାର ଭିଡିଓ କନଫରେନ୍ସିଂ ମାଧ୍ୟମ ପିଏମ୍ ମୋଦି ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ।  

ଛିଣ୍ଡୁନି ଅଙ୍କ, ମେଣ୍ଟକୁ ନେଇ ବଢୁଛି ସସପେନ୍ସ; ରାତିରେ ବସୁଥିବା ଶେଷ ବୈଠକ ଉପରେ ସବୁ ନିର୍ଭର

ଦେଶରେ ୮୫ ହଜାର କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଲୋକାର୍ପଣ କରିବେ  ପ୍ରଧାନମନ୍ତ୍ରୀ । ମୋଟ୍ ୧୦ଟି ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ ସହିତ ୪ଟିର ସଂପ୍ରସାରଣ କରାଯିବ। ପ୍ରଧାନମନ୍ତ୍ରୀ ଓଡ଼ିଶାରେ ୨୭୪ଟି ରେଳ ପ୍ରକଳ୍ପ ପାଇଁ ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ୧୬୨ଟି ଇଲକ୍ଟ୍ରୋନିକ୍ ଇଣ୍ଟର ଲକିଂ ସିଷ୍ଟମ୪୧ଟି ଏକ ଷ୍ଟେସନ୍ ଏକ ଉତ୍ପାଦ ବା OSOP ଷ୍ଟଲ୍ କୁ ଲୋକଙ୍କ ପାଇଁ ଉତ୍ସର୍ଗ କରିବା କାର୍ଯ୍ୟକ୍ରମ ରହିଛି । ୫୦ଟି ସୋଲାର ପାୱାର ଷ୍ଟେସନ୫ଟି ଗୁଡ୍ସ ସେଡ୍୯ଟି ନୂଆ ଲାଇନ୍ କିମ୍ବା ଦୋହରୀକରଣର ମଧ୍ୟ ଶୁଭାରମ୍ଭ କରିବେ। ଏଥିସହିତ ୪ଟି ଅଟୋ ସିଗନାଲ ସିଷ୍ଟମଗୋଟିଏ ଗତି ଶକ୍ତି ଟର୍ମିନାଲର ମଧ୍ୟ ଲୋକାର୍ପଣ କରିବେ ମୋଦି । ସେହିପରି ଖୋର୍ଦ୍ଧା ରୋଡ୍ ଷ୍ଟେସନରେ ଗୋଟିଏ ଜନଔଷଧି କେନ୍ଦ୍ରର ଉଦ୍‌ଘାଟନ ମଧ୍ୟ ହେବ । ଓଡିଶା ପାଇଁ ଥିବା ନୂଆ ବନ୍ଦେ ଭାରତ ଖୋର୍ଦ୍ଧା, ବାଲୁଗାଁ, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ ଦେଇ ବିଜୟାନଗରମ୍ ଯିବ । ଶନିବାର ବ୍ୟତୀତ ଅନ୍ୟ ଦିନ ସମସ୍ତ ଦିନରେ ଟ୍ରେନ ଯାତାୟତ କରିବ ।