‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ, ଦୁର୍ନୀତିଗ୍ରସ୍ତ ଓ ଅତ୍ୟାଚାରୀ ସରକାରକୁ ବଦଳାଇବା ଦରକାର। ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ଅନୁଗୋଳ ଜିଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ଶନିବାର ନିର୍ବାଚନ ପ୍ରଚାର ଅବସରରେ ଏହା କହିଛନ୍ତି ଭାଜପାର ସମ୍ବଲପୁର ଲୋକ ସଭା ଏମ୍‌ପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଠମଲ୍ଲିକର ଅନ୍ତୁଳିଆଠାରେ ଆୟୋଜିତ ପଦଯାତ୍ରାରେ […] The post ‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’ appeared first on Dharitri Odia News.

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ, ଦୁର୍ନୀତିଗ୍ରସ୍ତ ଓ ଅତ୍ୟାଚାରୀ ସରକାରକୁ ବଦଳାଇବା ଦରକାର। ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ଅନୁଗୋଳ ଜିଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ଶନିବାର ନିର୍ବାଚନ ପ୍ରଚାର ଅବସରରେ ଏହା କହିଛନ୍ତି ଭାଜପାର ସମ୍ବଲପୁର ଲୋକ ସଭା ଏମ୍‌ପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଆଠମଲ୍ଲିକର ଅନ୍ତୁଳିଆଠାରେ ଆୟୋଜିତ ପଦଯାତ୍ରାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଦଳୀୟ ପ୍ରାର୍ଥୀଙ୍କ ସମର୍ଥନରେ ପ୍ରଚାର କରିବା ସହ ସେଠାରେ ଅନୁଷ୍ଠିତ ଏକ କର୍ମୀ ସମ୍ମିଳନୀରେ ଯୋଗଦେଇଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଥିଲେ, ଗାଁରେ ପିଇବା ପାଣି ନାହିଁ। ଚାଷ ଜମିରେ ପାଣି ନାହିଁ। ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ସ୍କୁଲଗୁଡ଼ିକରେ ଶିକ୍ଷକ ନାହାନ୍ତି। ପିଲାମାନେ ଅଧାରୁ ପାଠପଢ଼ା ଛାଡୁଛନ୍ତି। କାମ ଧନ୍ଦା ଆଶାରେ ଗଁା ଲୋକମାନେ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ରାଜ୍ୟରେ ୬୦ ପ୍ରତିଶତ ମହିଳା ରକ୍ତହୀନତା ଏବଂ ଶିଶୁମାନେ ଅପପୁଷ୍ଟିର ଶିକାର ହେଉଛନ୍ତି। ଏହାକୁ ମୁଖ୍ୟମନ୍ତ୍ରୀ ବିକାଶ କହୁଛନ୍ତି କି। ଓଡ଼ିଶା କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ। ଏକଚ୍ଛତ୍ରବାଦ କିମ୍ବା ରାଜତନ୍ତ୍ର ନୁହେଁ। ଏହା ଗଣତନ୍ତ୍ର। ଲୋକମାନେ ଯାହାକୁ ଚାହିଁବେ ତାକୁ ଜିତାଇବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଲୋକପ୍ରିୟତା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ନିର୍ବାଚନ ଯେତେ ପାଖେଇ ଆସିବ, ମୋଦିଙ୍କ ପ୍ରତି ସମର୍ଥନ ସେତେମାତ୍ରାରେ ବୃଦ୍ଧି ପାଉଥିବ। ଲୋକ ସଭାକୁ ଏଥର ସର୍ବାଧିକ ସିଟ ଓଡ଼ିଶା ଦେବ। ବିଧାନସଭାରେ ପଟ ପରିବର୍ତ୍ତନ ହେବ। ଭୁବନେଶ୍ୱରରେ ପ୍ରଥମ ଥର ଓ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାର ହେବ। ଏହି କାର୍ଯ୍ୟକ୍ରମରେ ଆଠମଲ୍ଲିକ ବିଧାୟକ ପ୍ରାର୍ଥୀ ସଞ୍ଜୀବ ସାହୁ, ଅନୁଗୋଳ ବିଧାୟକ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପ୍ରଧାନ, ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ, ମହେଶ କୁମାର ଧଳ, ମୀରା ଗଡନାୟକ, ଦିଲୀପ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଚାର ସମୟରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଓଗୀ ସ୍ଥିତ ମା’ ବନଦୁର୍ଗା ମନ୍ଦିରରେ ଦର୍ଶନ କରିଥିଲେ। ଏହି ପଦଯାତ୍ରାରେ ଶତାଧିକ ଜନସାଧାରଣ, ମାତୃଶକ୍ତି ଓ ଯୁବବର୍ଗ ସାମିଲ ହୋଇଥିଲେ।

The post ‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’ appeared first on Dharitri Odia News.