ଓଡ଼ିଶାର ପ୍ରତୀକଙ୍କୁ ସ୍ବର୍ଣ୍ଣ
ଭୁବନେଶ୍ୱର, ୧୯।୬(ତପନ ସ୍ବାଇଁ): ଛତିଶଗଡ଼ର ବିଳାସପୁରସ୍ଥିତ ବାହତରାଇ ଆଥଲେଟିକ୍ସ ଷ୍ଟାଡିୟମରେ ସୋମବାର ଶେଷ ହୋଇଥିବା ୧୯ଶ ଜାତୀୟ ଯୁବ ଆଥଲେଟିକ୍ସ ଚାମ୍ପିୟନଶିପ୍ରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ଓଡ଼ିଶାର ପ୍ରତୀକ ମହାରଣା। ତୃତୀୟ ତଥା ଅନ୍ତିମ ଦିବସରେ ଅନୁଷ୍ଠିତ ବାଳକ ୨୦୦ ମିଟର ରେସ୍ରେ ସେ ୨୧.୬୫ ସେକେଣ୍ଡ ସମୟ ନେଇ ପ୍ରଥମସ୍ଥାନ ଅଧିକାର କରିଛନ୍ତି। ତାମିଲନାଡ଼ୁର ଯୁବରାଜ ଏସ୍. ୨୧.୯୯ ଓ ରାଜସ୍ଥାନର ଗଜେନ୍ଦ୍ର ସିଂ ୨୨.୨୧ ସେକେଣ୍ଡ ସମୟ ନେଇ ଯଥାକ୍ରମେ ରୌପ୍ୟ ଓ […] The post ଓଡ଼ିଶାର ପ୍ରତୀକଙ୍କୁ ସ୍ବର୍ଣ୍ଣ appeared first on Dharitri Odia News.
ଭୁବନେଶ୍ୱର, ୧୯।୬(ତପନ ସ୍ବାଇଁ): ଛତିଶଗଡ଼ର ବିଳାସପୁରସ୍ଥିତ ବାହତରାଇ ଆଥଲେଟିକ୍ସ ଷ୍ଟାଡିୟମରେ ସୋମବାର ଶେଷ ହୋଇଥିବା ୧୯ଶ ଜାତୀୟ ଯୁବ ଆଥଲେଟିକ୍ସ ଚାମ୍ପିୟନଶିପ୍ରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ଓଡ଼ିଶାର ପ୍ରତୀକ ମହାରଣା। ତୃତୀୟ ତଥା ଅନ୍ତିମ ଦିବସରେ ଅନୁଷ୍ଠିତ ବାଳକ ୨୦୦ ମିଟର ରେସ୍ରେ ସେ ୨୧.୬୫ ସେକେଣ୍ଡ ସମୟ ନେଇ ପ୍ରଥମସ୍ଥାନ ଅଧିକାର କରିଛନ୍ତି। ତାମିଲନାଡ଼ୁର ଯୁବରାଜ ଏସ୍. ୨୧.୯୯ ଓ ରାଜସ୍ଥାନର ଗଜେନ୍ଦ୍ର ସିଂ ୨୨.୨୧ ସେକେଣ୍ଡ ସମୟ ନେଇ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଛନ୍ତି।
The post ଓଡ଼ିଶାର ପ୍ରତୀକଙ୍କୁ ସ୍ବର୍ଣ୍ଣ appeared first on Dharitri Odia News.